ETV Bharat / bharat

ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

author img

By ETV Bharat Odisha Team

Published : Oct 27, 2023, 8:56 AM IST

ଆଜି ମଧ୍ୟପ୍ରଦେଶର ଗସ୍ତ କରି ଚିତ୍ରକୂଟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Prime Minister Narendra Modi
Prime Minister Narendra Modi

ଭୋପାଳ: ନଭେମ୍ବର 9 ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗାଦି ହାତେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି ପ୍ରତିଦ୍ବନ୍ଦି ଦଳ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମଧ୍ୟପ୍ରଦେଶର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟର ଚିତ୍ରକୂଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟର ଅନେକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେହିପରି ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ଓ ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ସେହିପରି ତୁଳସୀ ପୀଠ ଗସ୍ତ କରି କାଞ୍ଚି ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେ ପହଞ୍ଚିବେ । ସେଠାରେ ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟଠାରେ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ । ପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ପରିଦର୍ଶନ କରି ସ୍ବର୍ଗତ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପରେ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ ମୋଦି ।

ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଜନସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଶ୍ରୀ ସଦଗୁରୁସେବା ସଂଘ ଟ୍ରଷ୍ଟ ୧୯୬୮ରେ ପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ; ଏକାଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ

ଚିତ୍ରକୂଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ତୁଳସୀ ପୀଠଙ୍କୁ ମଧ୍ୟ ଗସ୍ତ କରିବେ । ଅପରାହ୍ନ 3ଟା 15ରେ ସେ କାଞ୍ଚି ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ସେ ତୁଳସୀ ପୀଠର ଜଗଦଗୁରୁ ରାମାନନ୍ଦଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ତିନୋଟି ପୁସ୍ତକ 'ଅଷ୍ଟାଧେୟ ଭାଶ୍ୟ', 'ରାମାନନ୍ଦଚାର୍ଯ୍ୟ ଚାରିତମ୍' ଏବଂ 'ଭଗବାନ ଶ୍ରୀକୃଷ୍ଣ କି ରାଷ୍ଟ୍ରଲିଳା'କୁ ଉନ୍ମୋଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଆଜିର ଗସ୍ତ ସାଧାରଣ ନିର୍ବାଚନ ପାଇଁ ବେଶ ସହାୟକ ହେବ ।

ଆସନ୍ତା ମାସରେ 5 ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଘନଘନ ନିର୍ବାଚନ ମୁହାଁ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର 5 ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରି ପ୍ରଧାନମନ୍ତ୍ରୀ ୨୩୫୦ କୋଟି ଟଙ୍କାର ଜଳ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ସେଓନି ଜିଲ୍ଲାର ଜଳ ଜୀବନ ମିଶନ ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.