ETV Bharat / bharat

ଆଜି ଜୟପୁରରେ ପରିବର୍ତ୍ତନ ସଙ୍କଳ୍ପ ମହାସଭାକୁ ସମ୍ଭୋଧିତ କରିବେ ମୋଦି - ପରିବର୍ତ୍ତନ ସଙ୍କଳ୍ପ ମହାସଭାକୁ ସମ୍ଭୋଧିତ କରିବେ ମୋଦି

ଆଜି ଜୟପୁର ଗସ୍ତ କରି ପରିବର୍ତ୍ତନ ସଙ୍କଳ୍ପ ମହାସଭାକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢନ୍ତୁ

PM Modi to address Parivartan Sankalp Mahasabha

author img

By ETV Bharat Odisha Team

Published : Sep 25, 2023, 7:36 AM IST

ଜୟପୁର: ରାଜସ୍ଥାନରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଗାଦି ହାତେଇବାକୁ ପ୍ରୟାସ ଆରମ୍ଭ କରି ଦେଲେଣି ପ୍ରତିଦ୍ବନ୍ଦି ଦଳ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟପୁରରେ ବିଜେପି ତରଫରୁ ଆରମ୍ଭ ହୋଇଛି ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା । ଏହି ଅବସରରେ ଆଜି ପରିବର୍ତ୍ତନ ସଙ୍କଳ୍ପ ମହାସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସ ପ୍ରାରମ୍ଭରେ ଜୟପୁରରେ ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ରାଜ୍ୟରେ 200ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବା ସହ 9000 କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି । ଯାହାଦ୍ବାରା ରାଜ୍ୟରେ 1 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ପାଖରେ ପହଞ୍ଚିପାରିବ ବିଜେପି ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବଟ୍‌ କରି କହିଛନ୍ତି ଯେ, ରାଜସ୍ଥାନର ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ । ଏଠାରେ ଆମର ଦଳୀୟ କର୍ମୀମାନେ ଆରମ୍ଭ କରିଥିବା ପରିବର୍ତ୍ତନର ସଂକଳ୍ପ ଯାତ୍ରା ରାଜ୍ୟର ବିକାଶର ଦ୍ୱାର ଖୋଲିବାକୁ ଯାଉଛି । ଏହି ସଂକଳ୍ପକୁ ଆହୁରି ମଜଭୁତ କରିବା ପାଇଁ ସୋମବାର ଅପରାହ୍ନରେ ଜୟପୁରରେ 'ପରିବର୍ତ୍ତନ ସଙ୍କଳ୍ପ ମହାସଭାରେ' ମୁଁ ଅଂଶଗ୍ରହଣ କରିବି ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି; ବାରଣାସୀରେ କାରକେଡ୍ ସାମ୍ନାକୁ ଡେଇଁଲା ଯୁବକ

ରାଜସ୍ଥାନ ବିଜେପି ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି, "ଦୁର୍ନୀତି ଚାଲିବ ନାହିଁ, ଯୁବକମାନେ ରୋଜଗାର ପାଇବେ । ମହିଳାମାନଙ୍କୁ ସୁରକ୍ଷା ଦିଆଯିବ ଏବଂ କୃଷକମାନଙ୍କର ଉନ୍ନତି ହେବ । ରଙ୍ଗୀନ ରାଜସ୍ଥାନକୁ ପୁଣି ସଜାଇବାକୁ ପଡ଼ିବ,ପରିବର୍ତ୍ତନ ଆଣିବାକୁ ପଡିବ... ପରିବର୍ତ୍ତନ ଆଣିବାକୁ ପଡ଼ିବ ।"

ଏହା ମଧ୍ୟ ପଢନ୍ତୁ-ମଧ୍ୟ ପ୍ରଦେଶ ଓ ଛତିଶଗଡରେ ନିଶ୍ଚିତ, ରାଜସ୍ଥାନରେ କଡା ମୁକାବିଲା ମଧ୍ୟରେ ବିଜୟ କହିଲେ ରାହୁଲ

ରାଜସ୍ଥାନରେ କଂଗ୍ରେସ ଶାସନ ବେଳେ ଏଠାରେ ଅଧିକକୁ ଅଧିକ ସିଟରେ ବିଜୟୀ ହୋଇ ଆଗାମୀ ନିର୍ବାଚନରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ତେଣୁ ଏବେଠାରୁ କସରତ ଆରମ୍ଭ କରିଦେଇଛି ବିଜେପି । ପରିବର୍ତ୍ତନ ସଂକଳ୍ପ ଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଲକ୍ଷ୍ୟ ରଖିଛି । ଆଜି ଜୟପୁର ଗସ୍ତ କରି ଦାଦିଆ ଗ୍ରାମରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ମହାସଭାରେ ସମ୍ବୋଧିତ କରିବେ ମୋଦି ।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ନିକଟରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବହୁ ମହିଳା ପରିବର୍ତ୍ତନ ସଙ୍କଳ୍ପ ମହାସଭାରେ' ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସେହିପରି ଆଜି ଜିପରେ ପ୍ରଧାନମନ୍ତ୍ରୀ ରାଲି ବି କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.