ETV Bharat / bharat

ଖସୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା; ଦିନକରେ 60471 ଆକ୍ରାନ୍ତ ଚିହ୍ନଟ, 2726 ମୃତ - କୋରୋନା ସଂକ୍ରମଣ

24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାର 471 କୋରୋନା ପଜିଟିଭ ଚିହ୍ନଟ । 2726 ମୃତ । ଅଧିକ ପଢନ୍ତୁ...

ଖସୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା, ଦିନକରେ 60471 ଆକ୍ରାନ୍ତ ଚିହ୍ନଟ, 2726 ମୃତ

author img

By

Published : Jun 15, 2021, 10:16 AM IST

ନୂଆଦିଲ୍ଲୀ: ଦେଶରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଯାହା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାର 471 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗତ 75 ଦିନ ମଧ୍ୟରେ ସବୁଠାରୁ କମ୍ ସଂକ୍ରମିତ ରହିଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 95 ଲକ୍ଷ 70 ହଜାର 881ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ଦେଶରେ ଆଜି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲାଗିଛି । ଆଡି ଦେଶରେ 2ହଜାର 726 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 3ଲକ୍ଷ 77 ହଜାର 31ରେ ପହଞ୍ଚିଛି ।

ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 17 ହଜାର 525 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ହାର 2କୋଟି 82 ଲକ୍ଷ 80 ହଜାର 472ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.