ETV Bharat / bharat

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା

author img

By

Published : Apr 10, 2021, 7:37 PM IST

ପଶ୍ଚିମବଙ୍ଗ ଗୁଳିକାଣ୍ଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କଲେ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା
ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତାପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର 4ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି ସିତାକୁଚି ବିଧାନସଭା କ୍ଷେତ୍ରରେ ହିଂସା ଓ କେନ୍ଦ୍ରୀୟ ସୁରକ୍ଷାବଳ ଗୁଳିରେ 4 ଜଣ ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ତେଣୁ ଏ ସମ୍ପର୍କରେ ତଦନ୍ତ ପାଇଁ ସେ ଦାବି ମଧ୍ୟ କରି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲେ ।

ଆଜି 4ର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ହିଂସା ଘଟିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କେନ୍ଦ୍ରୀୟ ସୁରକ୍ଷା ବଳ ଗୁଳିରେ 4 ଜଣ ଟିଏମସି ସମର୍ଥକଙ୍କ ମୃତ୍ୟୁ ହୋଇଥିଲା । ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ସୁରକ୍ଷା ବଳ ଏପରି ଘଟଣା ଘଟାଇଥିବା ଅଭିଯୋଗ କରିଛନ୍ତି ମମତା । ଏହି ଘଟଣାକୁ ନେଇ ଟିଏମସି ନିର୍ବାଚନ କମିଶନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.