ETV Bharat / bharat

ହସ୍ପିଟାଲରେ କାମୁଡୁଥିଲା ମଶା, ମଶାବତୀ ଆଣିବାକୁ ପୋଲିସକୁ ଟ୍ବିଟ କଲେ ଯୁବକ - ପୋଲିସର ମହାନତା

ହସ୍ପିଟାଲରେ ପତ୍ନୀ ଓ ନବଜାତ ଶିଶୁକୁ ମଶା କାମୁଡ଼ିବାରୁ ପୋଲିସକୁ ଟ୍ବିଟ କଲେ ଯୁବକ । ଆଉ ୟୁପି ପୋଲିସ ମଶାବତୀ ସହିତ ହସ୍ପିଟାଲରେ ପହଞ୍ଚିବା ପରେ ରଖିଲା ଏମିତି ପ୍ରତିକ୍ରିୟା । ଅଧିକ ପଢନ୍ତୁ

ମଶାବତୀ ଆଣିବାକୁ ପୋଲିସକୁ ଟ୍ବିଟ କରି ଯୁବକଙ୍କ ଅନୁରୋଧ

author img

By

Published : Mar 22, 2023, 7:00 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ଏକ ବିରଳ ଘଟଣା ସାମନାକୁ ଆସିଛି । ଏକ ଘରୋଇ ନର୍ସିଂ ହୋମରେ ଜଣେ ଯୁବକଙ୍କୁ ମଶା କାମୁଡିବା ପରେ ସେ ଟ୍ବିଟ କରି ପୋଲିସକୁ ମଶାବତୀ ଆଣିବାକୁ କହିଥିଲେ । ତେବେ ଏହି ଟ୍ବିଟ୍‌ର ଜବାବ ରଖି ପୋଲିସ ମଶାବତୀ ସହିତ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି । ପୋଲିସ ଲୋକଙ୍କ ସେବାରେ ସର୍ବଦା ତତ୍ପର ରହିଛି ବୋଲି ପୋଲିସ କର୍ମଚାରୀ କହିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣା ଜିଲ୍ଲାର ଚନ୍ଦୌସି କୋଟୱାଲି ଅଞ୍ଚଳରେ ଘଟିଛି । ଏଠାରେ ରହୁଥିବା ଆସାଦ ଖାନ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ରବିବାର ରାତିରେ ଚନ୍ଦୌସିର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ମହିଳା ଜଣକ ଏକ ଝିଅ ଜନ୍ମ ଦେଇଥିଲେ । ରାତିରେ ଡାକ୍ତରଖାନାରେ ପତ୍ନୀ ଏବଂ ନବଜାତ ଝିଅକୁ ମଶା କାମୁଡ଼ିବା ଆରମ୍ଭ କରିଥିଲେ । ଏହାପରେ ଆସଦ ଖାନ ମଶା କାମୁଡ଼ାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ । ନବଜାତ ଶିଶୁ ମଧ୍ୟ ମଶା କାମୁଡୁ ଥିବାରୁ ଅନେକ ଥର କାନ୍ଦୁଥିଲେ । ରାତି ଯୋଗୁଁ ଡାକ୍ତରଖାନାରେ ମଶା ଘଉଡାଇବା ପାଇଁ ଏକ ମଶାବତୀ ମିଳିପାରିନଥିଲା ।

ଏହା ବି ପଢନ୍ତୁ- ଦିଲ୍ଲୀ ବଜେଟକୁ ଅନୁମୋଦନ ଦେଲା କେନ୍ଦ୍ର, କେଜ୍ରିଓ୍ବାଲ କହିଲେ ପ୍ରଧାନମନ୍ତ୍ରୀ ତାଙ୍କ ବଡ ଭାଇ ପରି

ଏହାପରେ ଯୁବକ ଜଣକ ଏନେଇ ଉତ୍ତରପ୍ରଦେଶ ପୋଲିସକୁ ଟ୍ବିଟ କରିଥିଲେ । ସେ ଲେଖିଥିଲେ ଯେ, "ମୋ ପତ୍ନୀ ଆଜି ହରିପ୍ରକାଶ ନର୍ସିଂ ହୋମରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏଠାରେ ମୋ ପତ୍ନୀ ବହୁ ଅସୁବିଧାରେ ରହିଛନ୍ତି । ତାଙ୍କୁ ଯନ୍ତ୍ରଣା ହେଉଥିବା ବେଳେ ମଶା ମଧ୍ୟ କାମୁଡୁଛନ୍ତି । ଦୟାକରି ମଶାବତୀ ପ୍ରଦାନ କରନ୍ତୁ ।" ଏହି ଟ୍ବିଟରେ ଯୁବକ ଜଣକ ସମ୍ଭଲ ପୋଲିସ ଓ ୟୁପି ୧୧୨ ପୋଲିସକୁ ଟ୍ୟାଗ କରିଥିଲେ ।

  • ‘माफिया से लेकर मच्छर तक का निदान’ -

    नर्सिंग होम में अपने नवजात शिशु और प्रसूता पत्नी को मच्छरों से राहत देने के लिये एक व्यक्ति द्वारा ट्वीट कर मदद की अपील की गयी। #UP112 PRV 3955 ने त्वरित कार्यवाही कर नर्सिंग होम में मॉस्किटो क्वॉइल पहुँचाया।#UPPCares@sambhalpolice pic.twitter.com/WTrK7o8bhY

    — UP POLICE (@Uppolice) March 20, 2023 " class="align-text-top noRightClick twitterSection" data=" ">

ଆସଦ ଖାନଙ୍କ କହିବାନୁସାରେ କିଛି ସମୟ ମଧ୍ୟରେ ୟୁପି ପୋଲିସ ତାଙ୍କ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ରଖିଥିଲେ । ଏହାପରେ ସେମାନେ ପିଆରଭି ୩୯୫୫ ଗାଡ଼ି ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲା । ସେମାନେ ଏକ ମଶାବତୀ ଆଣି ଆସଦଙ୍କୁ ଦେଇଥିଲେ ଏବଂ ଲୋକଙ୍କ ସେବାରେ ପୋଲିସ ସର୍ବଦା ତତ୍ପର ରହିଥିବା କହିଥିଲେ । ଏହାପରେ ଆସଦ ୟୁପି ପୋଲିସକୁ ଧନ୍ୟବାଦ ଜଣାଇଛି । ୟୁପି ପୋଲିସ ଯୁବକଙ୍କ ନିକଟରେ ମଶାବତୀ ପହଞ୍ଚାଇବା ପରେ ଟ୍ବିଟରେ ଲେଖିଥିଲା ଯେ 'ମାଫିଆଙ୍କ ଠାରୁ ଆରମ୍ଭ କରି ମଶାମାନଙ୍କ ନିଦାନ' ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.