ETV Bharat / bharat

Tamil Nadu: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀ, କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟପାଳ

ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଜେଲରେ ଥିବା ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କଲେ ରାଜ୍ୟପାଳ ଆର.ଏନ ରବି । ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟପାଳ-ସରକାର ବିବାଦ ଆରମ୍ଭ । ଅଧିକ ପଢନ୍ତୁ

Tamil Nadu: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀ

author img

By

Published : Jun 29, 2023, 9:07 PM IST

ଚେନ୍ନାଇ: ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହେଲେ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଥିବା ତାମିଲନାଡୁ ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀ । ଗତକାଲି ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ କୋର୍ଟ ଆସନ୍ତା ମାସ (ଜୁଲାଇ) 12 ତାରିଖକୁ ବୃଦ୍ଧି କରିବା ପରେ ଆଜି ତାଙ୍କୁ ରାଜ୍ୟପାଳ ଆର.ଏନ ରବି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଛନ୍ତି । ଚଳିତ ମାସ (ଜୁନ୍) 14 ତାରିଖରେ ମନ୍ତ୍ରୀ ବାଲାଜୀଙ୍କୁ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ।

ଗିରଫ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜଭବନ ପକ୍ଷରୁ ପ୍ରେସବାର୍ତ୍ତା ମାଧ୍ଯମରେ ସୂଚନା ପ୍ରଦାନ କରାଯାଇଛି । ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀ ଚାକିରି ପାଇଁ ଲାଞ୍ଚ ନେବା, ଆର୍ଥିକ ହେରଫେର ମାମଲା ସମେତ ଏକାଧିକ ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ତାଙ୍କୁ ରାଜ୍ୟପାଳଙ୍କ ଦ୍ବାରା ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି ।

ପୂର୍ବତନ ମନ୍ତ୍ରୀ ବାଲାଜୀ ଗିରଫଦାରୀ ପରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇଥିଲେ । ଛାତିରେ ଯନ୍ତ୍ରଣା ହେବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରଯାଇଥିଲା । ଗିରଫଦାରି ପରେ ମନ୍ତ୍ରୀଙ୍କ ବିଭାଗ ହସ୍ତାନ୍ତର ପ୍ରକ୍ରିୟାରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ଏକ ବିବାଦ ସୃଷ୍ଟି ହୋଇଛି । ଜୁନ୍ 15 ତାରିଖରେ ଷ୍ଟାଲିନ ସରକାର ରାଜଭବନକୁ ଗିରଫ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ବିଭାଗୀୟ ଦାୟିତ୍ବ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିବା ପାଇଁ ସୁପାରିଶ କରିଥିଲେ । ହେଲେ ବିଭାଗ ହସ୍ତାନ୍ତର କରିବା ପରେ ବିନା ବିଭାଗରେ ତାଙ୍କୁ ମନ୍ତ୍ରୀ ପଦରେ ରଖିବା ନେଇ ରାଜଭବନ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ହେଲେ ଆଜି ରାଜ୍ୟପାଳ ଆର.ଏନ ରବି ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି ।

ଏହା ପରେ ରାଜ୍ୟପାଳ ରବି ବିଜେପି ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ । ପୂର୍ବରୁ ମଧ୍ଯ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାରଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ବିବାଦ ଲାଗି ରହିଛି । ଦେଶରେ ରାଜ୍ୟପାଳ-ସରକାର ବିବାଦ ଲାଗିଥିବା ରାଜ୍ୟ ତାଲିକାରେ ରହିଛି ତାମିଲନାଡୁ । ରାଜ୍ୟପାଳ ବିଜେପି ଦଳର କାର୍ଯ୍ୟକର୍ତ୍ତା ପରି କାର୍ଯ୍ୟ କରୁଥିବା ଡିଏମକେ ଅଭିଯୋଗ କରିଆସିଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ତେଲେଙ୍ଗାନା ଓ ଦିଲ୍ଲୀ ପରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରାଜ୍ୟପାଳ-ସରକାର ମଧ୍ୟରେ ବିବାଦ ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.