ଚେନ୍ନାଇ: ପୁଣି ଲଜ୍ୟା । ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକ ଗିରଫ ହେବା ଘଟଣାର କେଇ ଘଣ୍ଟା ପରେ ପୁଣି ଏକ ଲଜ୍ୟାକର ଘଟଣା ଘଟିଛି । ତାମିଲନାଡୁର ଜଣେ ଖେଳ ପ୍ରଶିକ୍ଷକଙ୍କ ନାଁରେ ଆସିଛି ଏପରି ଅଭିଯୋଗ । ତାମିଲନାଡୁ ଷ୍ଟେଟ ଆଥଲେଟ ଆସୋସିଏସନରରେ ଜଣେ ଛାତ୍ରୀ ତାଙ୍କ ପ୍ରଶିକ୍ଷକଙ୍କୁ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।
କୋଚ ନାଗାରଞ୍ଜନ ତାଲିମ ନେଉଥିବା ପ୍ରାୟ 20ଜଣ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀମାନଙ୍କ ଆର୍ଥିକ ସ୍ଥିତିର ଫାଇଦା ନେଇ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବ ଅଭିଯୋଗରେ ଦର୍ଶାଯାଇଛି । ଖେଳ ଅଭ୍ୟାସ, ବ୍ୟାୟାମ ସମୟରେ ପ୍ରଶିକ୍ଷକ ସେମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କ୍ଲିପୌକ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ହେବ ବଡବଡ ସ୍କୁଲ ଓ କଲେଜର ଆଧ୍ୟାପକଙ୍କ ନାମରେ ଏପରି ସମାନ ଅଭିଯୋଗ ହେଇଥିବା ସାମ୍ନାକୁ ଆସିଛି । ପୋଲିସ ସମସ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ