ETV Bharat / bharat

କୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର, ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ - ନିର୍ବାଚନ କମିଶନଙ୍କ ଘୋଷଣା

ପଶ୍ଚିମବଙ୍ଗର କୋଚ ବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର ଘୋଷଣା କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ....

କୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର , ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ
କୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର , ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକକୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର , ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ
author img

By

Published : Apr 10, 2021, 9:50 PM IST

Updated : Apr 10, 2021, 10:47 PM IST

କୋଲକାତା: ପଶ୍ଚିମବଙ୍ଗରେ 4ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ବର୍ତ୍ତମାନର ସ୍ଥିତିକୁ ଦେଖି ବଡ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କୋଚବିହାର ଜିଲ୍ଲାରେ ଆସନ୍ତା 72 ଘଣ୍ଟା ପର୍ଯ୍ୟନ୍ତ ସାଇଲେଣ୍ଟ ଆଓ୍ବାର ଜାରି କରାଯାଇଛି । ଫଳରେ ଜିଲ୍ଲାର କୌଣସି ସ୍ଥାନରେ ସମସ୍ତ ରାଜନୈତିକ କାର୍ଯ୍ୟପଳାପ ଓ ରାଜନେତାଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

କୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର, ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ
କୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର, ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକକୋଚବିହାର ଜିଲ୍ଲାରେ 72 ଘଣ୍ଟିଆ ସାଇଲେଣ୍ଟ ଆଓ୍ବାର, ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ

ଜିଲ୍ଲାରେ ଆଜି ଭୋଟ ଗ୍ରହଣ ଶେଷ ହେବାପରେ କୌଣସି ଜାତୀୟ, ଆଞ୍ଚଳିକ କିମ୍ବା ଅନ୍ୟ ଦଳର କୌଣସି ରାଜନୈତିକ ନେତାଙ୍କୁ ଜିଲ୍ଲାର ଭୌଗୋଳିକ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଏହି ନିର୍ଦ୍ଦେଶ ଆସନ୍ତା 72 ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।

ତେବେ ଆଜି ଜିଲ୍ଲାର ଶୀତଳକୁଚି ବିଧାନସଭା କ୍ଷେତ୍ରର 126 ନମ୍ବର ବୁଥରେ ମତଦାନ ବେଳେ ବ୍ୟାପକ ହିଂସା ଘଟିବା ସହ ସୁରକ୍ଷାକର୍ମୀଙ୍କ ଗୁଳିରେ 4 ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଉକ୍ତ ଘଟଣାକୁ ନେଇ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିଧାସଳଖ ଦାୟୀ କରିବା ସହ ନିର୍ବାଚନ କମିଶନଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଆସନ୍ତାକାଲି ମମତା କୋଚ ବିହାର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ଥିବାବେଳେ ଆଜି ଜିଲ୍ଲାକୁ 72 ଘଣ୍ଟା ପର୍ଯ୍ୟନ୍ତ ସାଇଲେଣ୍ଟ ଆଓ୍ବାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2021, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.