ETV Bharat / bharat

ଟିଏମସି ନେତା ମନ୍ତ୍ରୀ ଗିରଫ ପରେ ଗର୍ଜିଲେ ସମର୍ଥକ

author img

By

Published : May 17, 2021, 1:03 PM IST

ଟିଏମସିର ହେଭିୱେଟ ନେତା ମନ୍ତ୍ରୀଙ୍କୁ ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ଗିରଫ ପରେ ତୃଣମୂଳ ସମର୍ଥକଙ୍କ ପ୍ରତିବାଦ। ପଶ୍ଚିମବଙ୍ଗରରେ ଟିଏମସି ନେତାଙ୍କୁ ଗିରଫ ପରେ ତୃଣମୂଳର ଦଳୀୟ ସମର୍ଥକ ନେତା ମାନେ ଜୋରଦାର ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

TMC workers protest in various places against arrest of ministers and MLA
ଟିଏମସି ନେତା ମନ୍ତ୍ରୀ ଗିରଫ ପରେ ଗର୍ଜିଲେ ଟିଏମସି ସମର୍ଥକ

କୋଲକାତା: ଟିଏମସି ନେତା ଗିରଫ ପରେ ଗର୍ଜିଲେ ଟିଏମସି ସମର୍ଥକ । ଟିଏମସିର ହେଭିୱେଟ ନେତା ମନ୍ତ୍ରୀଙ୍କୁ ନାରଦା ଷ୍ଟିଙ୍ଗ ମାମଲାରେ ସିିବିଆଇ ଗିରଫ ପରେ ତୃଣମୂଳ ସମର୍ଥକଙ୍କ ପ୍ରତିବାଦ। ପଶ୍ଚିମବଙ୍ଗରରେ ଟିଏମସି ନେତାଙ୍କୁ ଗିରଫ ପରେ ତୃଣମୂଳର ଦଳୀୟ ସମର୍ଥକ ନେତା ମାନେ କେନ୍ଦ୍ର ବିରୋଧରେ ଜୋରଦାର ପ୍ରତିବାଦ କରିଛନ୍ତି ।

ଆଜି ସକାଳେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ହୋଇଥିଲେ ଟିଏମସିର ଚାରି ନେତା ଓ ମନ୍ତ୍ରୀ । ମମତା ସରକାରେ ଥିବା ପରିବହନ ମନ୍ତ୍ରୀ ଫିରହାଦ ହାକିମ ସମେତ ସୁବ୍ରତ ମୁଖାର୍ଜୀ,ମଦନ ମିତ୍ର, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଓ ଅନ୍ୟ ଟିଏମସି ନେତାଙ୍କୁ ଗିରଫ କିରଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) । ବିନା ନୋଟିସରେ ଗିରଫ କରିଛି ସିବିଆଇ ଏହାକୁ ନେଇ ଟିଏମସି ସମର୍ଥକ ନେତା ଓ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିରୋଧରେ ବକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ସିଏମ ମମତା ବାନାର୍ଜୀ ମଧ୍ୟ ନିଜକୁ ଗିରଫ କର ବୋଲି କେନ୍ଦ୍ରକୁ ଚ୍ୟାଲେଞ୍ଜ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଗର୍ଜିଛନ୍ତି ଟିଏମସି ନେତା ଓ କର୍ମୀ ।

ସୂଚନାଥାଉକି 2014 ମସିହାରେ ହୋଇଥିବା ନାରଦା ଷ୍ଟିଙ୍ଗ ଅପରେସନ 2016 ନିର୍ବାଚନ ପୂର୍ବରୁ ରିଲିଜ ହୋଇଥିଲା । ଏହା ପରେ ଟିଏମସି ନେତା ମନ୍ତ୍ରୀମାନେ ସିଧାସଳଖ ସଂପୃକ୍ତ ରହିଥିବା ଜଣାପଡିଥିଲା । ଏହାପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ପରିସର ଭୁକ୍ତ ହୋଇଥିଲା । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟପାଳ ଜଗଦୀପ ଧନକର ଏହି ମାମଲାରେ ସଂପୃକ୍ତ ହୋଇଥିବା ନେତା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ପାଇଁ ଅନୁମତି ଦେଇଥିଲେ । ସେପଟେ ପଶ୍ଚିମବଙ୍ଗରେ ସିବିଆଇ ତଦନ୍ତ ପାଇଁ ବିଧାନସଭାର ବାଚସ୍ପତିଙ୍କ ଅନୁମତି ଆବଶ୍ୟକ । ଏହା ପୂର୍ବରୁ ଟିଏମସି ନେତା ମନ୍ତ୍ରୀମାନେ ଚିଟଫଣ୍ଡ ମାମଲାରେ ମଧ୍ୟ ଗିରଫ ହୋଇଛନ୍ତି । ରାଜ୍ୟପାଳ ଜଗଦୀପ ଧନକର ହିଂସା ଗ୍ରସ୍ତ ଅଞ୍ଚଳ ପରିଦର୍ଶନ ଓ ସିବିଆଇ ତଦନ୍ତକୁ ନେଇ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କିରଛି ଟିଏମସି ।ବର୍ତ୍ତମାନ ପଶ୍ଚିମବଙ୍ଗରେ ନର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାର ମଧ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ରାଜନୀତି ଲାଗିରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.