ETV Bharat / bharat

ଜାତୀୟ ରାଜନୀତିରେ TMC ର ନଜର; ଲଞ୍ଚହେଲା ଜାଦେର ଦେଶ ଚାଇଛେ - ଲଞ୍ଚହେଲା ଜାଦେର ଦେଶ ଚାଇଛେ

ଆଜି(ବୁଧବାର) ଦେଶର କିଛି ରାଜ୍ୟରେ ଏକକାଳୀନ ଭର୍ଚୁଆଲ ରାଲି କରିବ TMC । ଆଉ ଏହି ରାଲିକୁ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ବ୍ୟତୀତ ଦଳ ଏବେ ଅନ୍ୟ ରାଜ୍ୟ ଉପରେ ନଜର ପକାଇଛି । ଅଧିକ ପଢନ୍ତୁ...

mamta banerjee
mamta banerjee
author img

By

Published : Jul 21, 2021, 10:26 AM IST

ନୂଆଦିଲ୍ଲୀ: ନିଜ ରାଜ୍ୟ ପଶ୍ଚିମବଙ୍ଗରେ ଜବରଦସ୍ତ କ୍ଷମତା ବଜାୟ ରଖିବା ପରେ ଏବେ ତୃଣମୂଳ କଂଗ୍ରେସର ନଜର ଜାତୀୟ ରାଜନୀତି ଉପରେ ପଡିଛି। ଏନେଇ ଦଳ ପ୍ରାରମ୍ଭିକ ପ୍ରସ୍ତୁତିକୁ ଯୋରଦାର କରିବା ସହ ରଣନୀତି ରଚନା ଜାରି ରଖିଛି ।

ଏଥିପାଇଁ ଦଳ ଆଜି(ବୁଧବାର) ଦେଶର କିଛି ରାଜ୍ୟରେ ଏକକାଳୀନ ଭର୍ଚୁଆଲ ରାଲି କରିବ । ଆଉ ଏହି ରାଲିକୁ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ବ୍ୟତୀତ ଦଳ ଏବେ ଅନ୍ୟ ରାଜ୍ୟ ଉପରେ ନଜର ପକାଇଛି । ବିଶେଷ କରି ଆଗାମୀ ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟ ଉପରେ ଟିଏମସି ବଳ କଷିବାକୁ ଯୋଜନା କରିଛି ।

ଆଜିର(ବୁଧବାର) କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ଟିଏମସି ‘ଜାଦେର ଦେଶ ଚାଇଛେ’ ନାମରେ ଏକ ଟ୍ୟାଗ ଲାଇନ ଜାରି କରିଛି । ଯାହାର ଅର୍ଥ ହେଉଛି ‘ଯାହାକୁ ଦେଶ ଚାହୁଁଛି’ । ବିଶେଷ କରି ମମତା ବାନାର୍ଜୀଙ୍କ ନଜର ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟ ଉପରେ ପଡିଛି । କାରଣ ଆସନ୍ତା ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ, ମମତା ଗୁଜୁରାଟରେ ଲଢେଇ କରି ବିଜେପିକୁ କଡା ସନ୍ଦେଶ ଦେବାକୁ ଯୋଜନା କରିଛନ୍ତି । ଏହା ସହ ଧୀରେ ଧୀରେ ଦେଶର ଅନ୍ୟରାଜ୍ୟ ଉପରେ ଦଳ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି ।

ସୂଚନା ଅନୁସାରେ ଆଜି(ବୁଧବାର) ଅପରାହ୍ନ ୨ ଟା ରେ ଦେଶର ଏକାଧିକ ରାଜ୍ୟର ଲୋକଙ୍କୁ ସମ୍ବୋଧିତ କରିବେ ମମତା ବାନାର୍ଜୀ । ଏହି କାର୍ଯ୍ୟକ୍ରମକୁ ବଡଧରଣର କରିବାକୁ ଟିଏମସି ଯୋଜନା କରିଥିଲା । କିନ୍ତୁ ମହାମାରୀ ପାଇଁ ଏହାକୁ ଏବେ ଭର୍ଚୁଆଲରେ ସୀମିତ ରଖିଛି । ଏହା ପରେ ମମତା ବିଭିନ୍ନ ରାଜ୍ୟ ଗସ୍ତ କରିବାର ଯୋଜନା କରିଥିବା ଚର୍ଚ୍ଚା ହେଉଛି । ଏହାର ଉଦ୍ଦେଶ୍ୟ ଦଳର ସାଂଗଠନ ବୃଦ୍ଧି କରିବା ଓ ବିଜେପି ବିରୋଧରେ ଲଢେଇକୁ ବ୍ୟାପକ କରିବା । ଫଳରେ ଆଗାମୀ ବର୍ଷ ହେବାକୁ ଥିବା ଦେଶର ୭ ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦଳ ଏକ ସୁଯୋଗ ଭାବେ ଗ୍ରହଣ କରି ରଣନୀତି ପ୍ରସ୍ତୁତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.