ETV Bharat / bharat

TMC ନେତା ଅଯୋଗ୍ୟ ପ୍ରସଙ୍ଗ, କମିଟି ଦ୍ବାରା ଘଟଣା ଯାଞ୍ଚ କରିବେ ବିର୍ଲା - ଓମ ବିର୍ଲା

TMC ନେତା ଅଯୋଗ୍ୟ ପ୍ରସଙ୍ଗର ଯାଞ୍ଚ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କମିଟି ଦ୍ବାରା ଘଟଣାର ଯାଞ୍ଚ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

TMC ନେତା ଅଯୋଗ୍ୟ ପ୍ରସଙ୍ଗ, କମିଟି ଦ୍ବାରା ଘଟଣା ଯାଞ୍ଚ କରିବେ ବିର୍ଲା

author img

By

Published : Jun 15, 2021, 7:55 AM IST

କୋଲକାତା: ଲୋକସଭାରେ ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ଦୁଇ ଟିଏମସି ସାଂସଦଙ୍କ ଅଯୋଗ୍ୟ କୁହାଯାଇଥିବା ପ୍ରସଙ୍ଗରେ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଆଲୋଚନା କରିଛନ୍ତି । ଏହା ଉପରେ ଲୋକସଭା ବାଚସ୍ପତି ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ କହିଛନ୍ତି ।

ସୋମବାର ଟିଏମସି ପୁଣି ଥରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସାମନାରେ ଦଳର 2 ସାଂସଦ ଶିଶିର ଅଧିକାରୀ ଏବଂ ସୁନୀଲ ମଣ୍ଡଳଙ୍କ ଅଯୋଗ୍ୟତା ପ୍ରସଙ୍ଗ ଉଠାଇଛି । ତେବେ ଲୋକସଭା ବାଚସ୍ପତି ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରି ମାମଲାର ଯାଞ୍ଚ କରିବେ ବୋଲି ସେମାନଙ୍କୁ ଆଶ୍ବାସନା ଦେଇଥିବା ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

2 ସାଂସଦ ଓ ସୁଦୀପ ସମିତି ସମ୍ମୁଖରେ ଉପସ୍ଥିତ ହେବେ । ମାମଲାର ଯାଞ୍ଚ ପାଇଁ ଯେତେବେଳେ ସେମାନଙ୍କୁ ଡକାଯିବ ସେ ଉପସ୍ଥିତ ହେବେ ବୋଲି କହିଛନ୍ତି । ସେମାନଙ୍କୁ ଅଯୋଗ୍ୟତା ପ୍ରମାଣ କରିବା ପାଇଁ ଟିଏମସି ନିକଟରେ ଯଥେଷ୍ଟ ପ୍ରମାଣ ଅଛି । ଏହି 2 ସାଂସଦ ବିଜେପିର ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରହିଥିଲେ ଏବଂ TMCକୁ ପରାସ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅଭିଯୋଗ ସମ୍ବନ୍ଧୀୟ ଭିଡିଓ ଏବଂ ଅଡିଓ କ୍ଲିପ୍ ତାଙ୍କ ନିକଟରେ ଉପଲବ୍ଧ ବୋଲି ସୁଦୀପ କହିଛନ୍ତି ।

ଅଭିଯୋଗ ଆସିଥିବା ଟିଏମସିର 2 ସାଂସଦ ଅଧିକାରୀ ଓ ମଣ୍ଡଳ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଟିଏମସିକୁ ଇସ୍ତଫା ଦେବା ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.