ETV Bharat / bharat

ଅଭିଷେକ ବାନାର୍ଜୀ ହେଲେ TMCର ଜାତୀୟ ସାଧାରଣ ସଂପାଦକ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଶନିବାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବସିଛି ଦଳର ସାଂଗଠନିକ ବୈଠକ । ଏହି ବୈଠକରେ ଦଳର ନିଷ୍ପତି ଅନୁଯାୟୀ ଟିଏମସିର ଜାତୀୟ ସାଧାରଣ ସଂପାଦକ ଭାବରେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

TMC MP Abhishek Banerjee
ଅଭିଷେକ ବାନାର୍ଜୀ ହେଲେ TMCର ଜାତୀୟ ସାଧାରଣ ସଂପାଦକ
author img

By

Published : Jun 5, 2021, 5:58 PM IST

କୋଲକାତା: ତୃଣମୂଳ କଂଗ୍ରେସର ବସିଛି ସାଂଗଠନିକ ବୈଠକ । ଏହି ବୈଠକରେ ଦଳର ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି । ଦଳର ସର୍ବଭାରତୀୟ ସାଧାରଣ ସଂପାଦକ ଭାବରେ ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଶନିବାର ତୃଣମୂଳ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ଦିନରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଶ୍ଚିମବଙ୍ଗରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବା ପରେ ତୃଣମୂଳ କଂଗ୍ରେସ ଦଳର ରଣନୀତିରେ ପରିବର୍ତ୍ତନ କରି ଆଗାମୀ ଦିନରେ ଜାତୀୟସ୍ତରରେ ଅବତୀର୍ଣ୍ଣ ହେବା ଚେଷ୍ଟା ଚଳାଇଛି । ବିଜେପିକୁ ରାଜ୍ୟରେ କଡା ଟକ୍କର ଦେଇ ଏକତରଫା ବିଜୟ ହାସଲ କରିଥିବାରୁ ଆଗାମୀ ଦିନରେ ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯିବାର ଯୋଜନା ପ୍ରସ୍ତୁତ କରୁଛି ଟିଏମସି । ଏହି ଅବସରରେ ଦଳର ବିଭିନ୍ନ ପଦବୀର ଚୟନ କରାଯାଇଥିଲା । ଟିଏମସିର ଜାତୀୟ ସାଧାରଣ ସଂପାଦକ ଭାବରେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ତୃଣମୂଳ କଂଗ୍ରେସର ଯୁବ ସଭାପତି ଭାବରେ ସାୟୋନୀ ଘୋଷକୁ ଦାୟିତ୍ବ ଦିଆଯାଇଛି । ଦଳର ସଂଗଠନକୁ ଜାତୀୟସ୍ତରରେ କ୍ରିୟାଶୀଳ କରିବା ପାଇଁ ନିଷ୍ପତି ନିଆଯାଇଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ 2021 ବିଧାନସଭା ନିର୍ବାଚନରେ ପିଏମ ମୋଦିଙ୍କୁ କଡା ଟକ୍କର ଦେଇ ଏକତରଫା ବିଜୟ ହାସଲ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ । ଆଗାମୀ 2024 ସାଧାରଣ ନର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଦଳକୁ ସୁସଂଗଠିତ ଭାବରେ ପ୍ରସ୍ତୁତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.