ETV Bharat / bharat

ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ପଛରେ ବିଜେପି: ଟିଏମସି ନେତା ସାନ୍ତନୁ ସେନ

author img

By

Published : Oct 12, 2022, 4:39 PM IST

ଗାଙ୍ଗୁଲି ବିସିସିଆଇ ବସ୍‌ ଭାବେ କାମ କରିବେ ନାହିଁ ବୋଲି ଖବରକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦଳ ମଧ୍ୟରେ କଥା କଟା କଟି ହୋଇଛି । ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ପଛରେ ବିଜେପିର ହାତ ଥିବା କହିଛନ୍ତି ଟିଏମସି ନେତା ସାନ୍ତନୁ ସେନ । ଅଧିକ ପଢନ୍ତୁ

tmc bjp face on sourav ganguly
ଟିଏମସି ନେତା ସାନ୍ତନୁ ସେନ

କୋଲକାତା: ସୌରଭ ଗାଙ୍ଗୁଲିଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମସି ଓ ବିଜେପି । ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଛି । ସୌରଭ ଗାଙ୍ଗୁଲି ବିସିସିଆଇ ବସ୍‌ ଭାବେ କାମ କରିବେ ନାହିଁ ବୋଲି ଖବରକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ପଛରେ ବିଜେପିର ହାତ ଥିବା କହିଛନ୍ତି ଟିଏମସି ନେତା ତଥା ସାଂସଦ ସାନ୍ତନୁ ସେନ।

  • Amit Shah visited Sourav Ganguly's house few months ago.There's info Ganguly was approached repeatedly to join BJP.Probably as he hasn't consented to join BJP&is from Bengal,he's become prey to political vendetta.Amit Shah's son retained as BCCI secy,but not Ganguly: Dr S Sen,TMC pic.twitter.com/jCI3wYpIC2

    — ANI (@ANI) October 12, 2022 " class="align-text-top noRightClick twitterSection" data=" ">

ବିଜେପି ଉପରେ ଆଟାକ କରିଛନ୍ତି ଟିଏମସି ନେତା ସାନ୍ତନୁ ସେନ । ଟ୍ବିଟ କରି ସେ କହିଛନ୍ତି, ''ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ନ ହେବାରୁ ତାଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଅମିତ ଶାହ କିଛି ମାସ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ଘରକୁ ଯାଇଥିଲେ । ତାଙ୍କୁ ବିଜେପିରେ ସାମିଲ ହେବାକୁ ବାରମ୍ବାର କହିଥିବା ସୂଚନା ମିଳିଥିଲା । ଗାଙ୍ଗୁଲି ବିଜେପିରେ ସାମିଲ ନ ହେବାରୁ ତାଙ୍କୁ ବିସିସିଆ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ସେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି । ଅମିତ ଶାହଙ୍କ ପୁଅକୁ ବିସିସିଆଇ ସଚିବ ଭାବେ ରଖାଗଲା ମାତ୍ର ଗାଙ୍ଗୁଲିଙ୍କୁ ହଟାଇ ଦିଆଗଲା ଏହା ରାଜନୈତିକ ଆକ୍ରୋଶର ଏକ ନମୁନା । ଆମେ ଆପଣଙ୍କ ସହ ଅଛୁ ଦାଦା ।''

ଏହା ବି ପଢନ୍ତୁ...BCCI Election: ଗାଙ୍ଗୁଲି ନୁହେଁ ରୋଜର ବିନ୍ନୀ ହେବେ ବିିିସିସିଆଇ ଅଧ୍ୟକ୍ଷ !

ସୂଚନାଯୋଗ୍ୟ, ୨୦୧୯ ମସିହା ନଭେମ୍ବର ୧୯ରେ ବିସିସିଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୌରଭ ଗାଙ୍ଗୁଲି । ନିକଟରେ ହୋଇଥିବା ବିସିସିଆଇ ପଦାଧିକାରୀ ବୈଠକ ବେଳେ ଗାଙ୍ଗୁଲି ଆଉ ଏହି ପଦରେ ରହିବାକୁ ଚାହୁଁ ନଥିବା ଜଣାପଡ଼ିଥିଲା । ଏଥିପାଇଁ 1983 ବିଶ୍ବକପ ବିଜେତା ଟିମ ସଦସ୍ୟ ରୋଜର ବିନ୍ନି ବିସିସିଆଇ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ପୁଅ ଜୟ ଶାହ ବିସିସିଆଇ ସଚିବ ଭାବେ ପୁନର୍ବାର ନାମାଙ୍କନ ଭରିଛନ୍ତି । ଯଦି ଅନ୍ୟ କେହି ଆଶାୟୀ ମଇଦାନକୁ ନ ଓହ୍ଲାନ୍ତି ତେବେ ପୁଣି ସଚିବ ହେବେ ଜୟ ଶାହ । ଆସନ୍ତା 18 ତାରିଖରେ ବାର୍ଷିତ ସାଧାରଣ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.