ETV Bharat / bharat

ପଶ୍ଚିମବଙ୍ଗରେ TMC ଓ କଂଗ୍ରେସର ଦୁଇ କାଉନସିଲରଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗରେ ରାଜନୈତିକ କାରଣରୁ ଦୁଇ କାଉନସିଲରଙ୍କୁ ଗୁଳି କରି ହତ୍ୟା । ଜଣେ କଂଗ୍ରେସର ହୋଇଥିବାବେଳେ ଅନ୍ୟ ଜଣେ ଶାସକ TMCର ସୂଚନା । ତଦନ୍ତ ଜାରି ରଖିଛି ପୋଲିସ ।

author img

By

Published : Mar 13, 2022, 10:57 PM IST

ପଶ୍ଚିମବଙ୍ଗରେ TMC ଓ କଂଗ୍ରେସର ଦୁଇ କାଉନସିଲରଙ୍କୁ ଗୁଳି କରି ହତ୍ୟା
ପଶ୍ଚିମବଙ୍ଗରେ TMC ଓ କଂଗ୍ରେସର ଦୁଇ କାଉନସିଲରଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗର ପାନିହାଟି ଏବଂ ଜାଲଡା ଅଞ୍ଚଳରେ ଟିଏମସି ଏବଂ କଂଗ୍ରେସର ଦୁଇଜଣ ନିର୍ବାଚିତ କାଉନସିଲରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଉତ୍ତର 24 ପ୍ରଗଣା ଜିଲ୍ଲାର ପାନିହାଟି ପୌରପାଳିକାର ୱାର୍ଡ ନମ୍ବର-8ର ଟିଏମସି କାଉନସିଲର ଅନୁପମ ଦତ୍ତା ସନ୍ଧ୍ୟାରେ ଅଗରପାରାସ୍ଥିତ ଉତ୍ତର ଷ୍ଟେସନ ରୋଡରେ ଏକ ପାର୍କରେ ବୁଲୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । କାଉନସିଲରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସେହିପରପୁରୁଲିଆ ଜିଲ୍ଲାର ଜାଲଡା ପୌରପାଳିକାରେ ଚାରିଥର କଂଗ୍ରେସ କାଉନସିଲର ତପନ କାଣ୍ଡୁଙ୍କୁ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ବାସଭବନ ନିକଟରେ ବୁଲିବାକୁ ଯାଇଥିବାବେଳେ ତିନିଜଣ ମୋଟର ସାଇକେଲରେ ଆସିଥିବା ଅଜଣା ଯୁବକ ତପନଙ୍କୁ ଗୁଳି ଚଳାଇ ଫେରାର ହୋଇଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।

ଉଭୟ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ସନ୍ଦେହ ପ୍ରକାଶ ପାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁ୍ଦ୍ଧା କେହି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.