ETV Bharat / bharat

ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ମାମଲା: ନିନ୍ଦା କଲା TMC, ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଦାବି - ବଙ୍ଗମନ୍ତ୍ରୀଙ୍କ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ

ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟକୁ ନିନ୍ଦା କଲା TMC । ଦେଶବ୍ୟାପୀ ନିନ୍ଦା ଓ କାର୍ଯ୍ୟାନୁଷ୍ଠାନ ଦାବି । ମମତାଙ୍କ ଇସ୍ତଫା ସହ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି । ଅଧିକ ପଢନ୍ତୁ

ଅଖୀଳ ଗିରିଙ୍କ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ମାମଲା, ନିନ୍ଦା କଲା TMC

author img

By

Published : Nov 12, 2022, 4:07 PM IST

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମମତା କ୍ୟାବିନେଟର ମନ୍ତ୍ରୀ ଅଖିଳ ଗିରିଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଏବେ ସାରା ଦେଶରେ ନିନ୍ଦା ଓ କାର୍ଯ୍ୟାନୁଷ୍ଠାନର ଦାବି ବଢିବାରେ ଲାଗିଛି । ତେବେ ବିଳମ୍ବରେ ହେଲେ ପଛେ ଏପରି ମନ୍ତବ୍ୟକୁ ନିନ୍ଦା କରିଛି ତୃଣମୂଳ କଂଗ୍ରେସ (TMC)। ଦଳ ଟ୍ବିଟ କରି ଏପରି ଅଶୋଭନୀୟ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି କହିଛି । ଟ୍ବିଟରେ ଦଳ କହିଛି ବର୍ତ୍ତମାନ ନାରୀ ସଶକ୍ତିକରଣର ଯୁଗରେ ଏପରି ଅଶୋଭନୀୟ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ । ତେବେ ଦଳ କେବଳ ନିନ୍ଦା କରଥିବା ବେଳେ ମନ୍ତ୍ରୀ ଅଖିଳଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସଙ୍କେତ ଦେଇନି ।

ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ମାମଲା: ନିନ୍ଦା କଲା TMC, ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଦାବି

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ଅଖିଳ ଗିରି (TMC Minister Akhil Giri) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପ ଓ ବର୍ଣ୍ଣକୁ ନେଇ କଟାକ୍ଷ କରିଥିଲେ । ନନ୍ଦିଗ୍ରାମରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ମନ୍ତ୍ରୀ ଗିରି କହିଥିଲେ, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ ମଧ୍ୟ କରୁ । କିନ୍ତୁ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ? ସର୍ବବୃହତ ଗଣତାନ୍ତ୍ରିକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଷ୍ଟ୍ରର ପ୍ରଥମ ମହିଳାଙ୍କ ସମ୍ପର୍କରେ ଏପରି ଅଶାଳୀନ ଏବଂ ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବରେ ଲାଗିଛି ।

  • We have the utmost respect for Hon'ble President of India, Smt. Droupadi Murmu.

    Our party strongly condemns the unfortunate remarks made by MLA @AkhilGiriAITC and clarifies that we do not condone such statements.

    In the era of women's empowerment, such misogyny is unacceptable.

    — All India Trinamool Congress (@AITCofficial) November 12, 2022 " class="align-text-top noRightClick twitterSection" data=" ">

ବିଜେପି ଏହାକୁ କଡା ଭାଷାରେ ନିନ୍ଦା କରିବା ସହ ମନ୍ତ୍ରୀ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି । ଅନ୍ୟପଟେ ଦଳମତ ନିର୍ବିଶେଷରେ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳ ଏହାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହିଥିବା କହିଛନ୍ତି । ପ୍ରବଳ ସମାଲୋଚନା ଓ ଚାପ ପରେ ଏପରି ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଅଖିଳ ଗିରି, ଏଭଳି ମନ୍ତବ୍ୟ ପାଇଁ ସେ ଅନୁତପ୍ତ ବୋଲି ସ୍ବୀକାର କରିଛନ୍ତି ।କହିଛନ୍ତି, "ମୁଁ କାହା ନାମ ନେଇନଥିଲି । ଯଦି ରାଷ୍ଟ୍ରପତି ଏଥିପାଇଁ ଅପମାନିତ ଅନୁଭବ କରୁଛନ୍ତି ତେବେ ସେଥିପାଇଁ କ୍ଷମା ମାଗୁଛି ।"

  • Odisha | The more you condemn it, the less it is. If Mamata Banerjee has little morality left or little faith in democracy, then she should immediately sack him & apologize to the nation: Union Minister Dharmendra Pradhan, on WB minister Akhil Giri's comment on President Murmu pic.twitter.com/9idIPt0fTH

    — ANI (@ANI) November 12, 2022 " class="align-text-top noRightClick twitterSection" data=" ">

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଏହା ପ୍ରଥମ ଘଟଣା ମଧ୍ୟ ନୁହେଁ । ଏହା ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧିତ କରି ବିବାଦରେ ଛନ୍ଦି ହୋଇଥିଲେ ଅଧିର । ପରେ ଅଧୀର ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହେବାକୁ ବିଜେପି ଭାରତୀୟ ଗଣତନ୍ତ୍ରିକ ବ୍ୟବସ୍ଥା ଶକ୍ତି ଓ ଐତିହାସିକ ନିଷ୍ପତ୍ତି ବୋଲି କହିଆସିଛି । ତେବେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ଏପରି ଅଶୋଭନୀୟ ତଥା ଅପମାନଜନକ ମନ୍ତବ୍ୟ ଦେବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିବା ଆରମ୍ଭ କରିଥିବା ବୁଦ୍ଧିଜୀବୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.