ETV Bharat / bharat

ଟିଏମସି ବୁଥ୍‌ ସଭାପତିଙ୍କୁ ଗୁଳି କରି ହତ୍ୟା - ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଚା ପିଉଥିବା ବେଳେ ଗୁଳି ମାଡ। ଅଧିକ ପଢନ୍ତୁ

TMC booth president shot dead
TMC booth president shot dead
author img

By

Published : Feb 20, 2023, 12:09 PM IST

କୋଲକାତା: ଟିଏମସି ବୁଥ ସଭାପତିଙ୍କୁ ଗୁଳି କରି ହତ୍ୟା । ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ବିଷ୍ଣୁପୁର ଅଞ୍ଚଳରେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ତୃଣମୂଳ କଂଗ୍ରେସର ନେତା ସାଧନ ମଣ୍ଡଳ । ସେ ଦୁର୍ଗାବାଟି ବୁଥର ସଭାପତି ଦାୟିତ୍ବରେ ଥିଲେ।

ଏନେଇ ପୋଲିସ କହିଛି ଯେ,'' ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ସାଧନ ମଣ୍ଡଳଙ୍କୁ ରବିବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରିଛନ୍ତି । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସାଧନ ମଣ୍ଡଳ ଅନ୍ଧରମାନିକ ଗ୍ରାମପଞ୍ଚାୟତର ବୁଥ ନମ୍ବର 218 ଓ 219ର ସଭାପତି । ସେ ଏକ ଚା’ ଦୋକାନରେ ବସି କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କରିଛନ୍ତି । ''

ପ୍ରଥମେ ତିନି ଦୁର୍ବୃତ୍ତ ଏକ ବାଇକରେ ଚା’ ଦୋକାନକୁ ଆସିଥିଲେ । ବାଇକକୁ ବାହାରେ ରଖି ଚା’ ପିଇବା ପାଇଁ ଦୋକାନ ମଧ୍ୟକୁ ଯାଇଥିଲେ । ଏହାପରେ ପକେଟରୁ ବନ୍ଧୁକ ବାହାର କରି ଆତଙ୍କ ଖେଳାଇ ଦେଇଥିଲେ ଦୁର୍ବୃତ୍ତ । କିଛି ଲୋକଙ୍କୁ ଦୋକାନ ବାହାରକୁ ଯିବାକୁ କହିବା ପରେ ସାଧନ ମଣ୍ଡଳ ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ୍ତ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ,''ସାଧନ ମଣ୍ଡଳଙ୍କ ଉପରକୁ ଦୁର୍ବୃତ୍ତ ମାନେ 8ରୁ 10 ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରେ ଟଳି ପଡିଥିଲେ ସାଧନ । ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ପଳାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଧନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।''

ସାଧନଙ୍କ ଭଣଜା ଶୁଭଙ୍କର ମଣ୍ଡଳ କହିଛନ୍ତି, "ମୋ ମାମୁଁ ଏବଂ ମୁଁ ଚା ଷ୍ଟଲରେ ବସିଥିଲୁ ଯେତେବେଳେ ସେଠାରୁ 20 ମିଟର ଦୂରରେ ଦୁର୍ବୃତ୍ତ ମାନେ ଛିଡା ହୋଇଥିଲେ । ଏହାପରେ ତିନି ଜଣ ଚା’ ଦୋକାନକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ 2ଜଣ ମୁହଁରେ ରୁମାଲ ବାନ୍ଧି ଥିବା ବେଳେ ମାମୁଁଙ୍କ ଉପରେ ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ''

ଏନେଇ ଆନ୍ଧରମାନିକ ଅଞ୍ଚଳର ଟିଏମସି ମୁଖ୍ୟ ପିଥୁକୁମାର କହିଛନ୍ତି ଯେ, ''ପ୍ରତିଦିନ ଚା’ ଷ୍ଟଲକୁ ଆସନ୍ତି ସାଧନ ମଣ୍ଡଳ । ରବିବାର ତାଙ୍କୁ ଗୁଳି କରି ଦୁର୍ବୃତ୍ତ ମାନେ ହତ୍ୟା କରିଛନ୍ତି । ଏହା ପଛରେ ରାଜନୈତିକ କାରଣ ଥାଇପାରେ । ତିନି ଦୁର୍ବୃତ୍ତଙ୍କ ମଧ୍ୟରୁ 2ଜଣ ମୁହଁରେ ରୁମାଲ ବାନ୍ଧିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.