ETV Bharat / bharat

ରଣକ୍ଷେତ୍ର ପାଲଟିଲା ପଶ୍ଚିମବଙ୍ଗ ବିଧାନସଭା ! ପିଟାପିଟି ହେଲେ BJP-TMC ବିଧାୟକ

author img

By

Published : Mar 28, 2022, 3:22 PM IST

Updated : Mar 28, 2022, 3:38 PM IST

ପଶ୍ଚିମବଙ୍ଗ ବିଧାନସଭା ଭିତରେ ତୁମୁଳକାଣ୍ଡ । ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ସଂଘର୍ଷ । ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ୫ ବିଜେପି ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ବିଧାନସଭା ତୁମୂଳକାଣ୍ଡ: BJP TMC ବିଧାୟକଙ୍କ ମଧ୍ୟରେ ସଂଘର୍ଷ,ଏକାଧିକ ଆହତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଭିତରେ ଅଭାବନୀୟ କାଣ୍ଡ । ଶାସକ ତୃଣମୂଳ କଂଗ୍ରେସ ଓ ବିରୋଧୀ ବିଜେପି ବିଧାୟକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏଥିରେ ଉଭୟ ଗୋଷ୍ଠୀର ୭ଜଣ ବିଧାୟକ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତୃଣମୂଳ ବିଧାୟକ ଅଶିତ ମଜୁମଦାରଙ୍କ ନାକରେ ଆଘାତ ଲାଗିଥିବାବେଳେ ଅନ୍ୟ କିଛି ବିଜେପି ବିଧାୟକ ମଧ୍ୟ ଆହତ ହୋଇଛନ୍ତି । ବିଧାୟକ ମନୋଜ ଟାଇଗର ମଧ୍ୟ ଏହି ସଂଘର୍ଷରେ ଆହତ ହେବା ସହ ତାଙ୍କ ସାର୍ଟ ଚିରି ଯାଇଥିବା ଦେଖିବାକୁ ମିଳିଥିଲା । ବିଧାୟକଙ୍କୁୁ ରୋକିବା ପାଇଁ ସୁରକ୍ଷାକର୍ମୀ ଚେଷ୍ଟା କରିଥିଲେ ସୁଦ୍ଧା ସ୍ଥିତି ଅଣାୟତ୍ତ ହୋଇଥିଲା ।

ପଶ୍ଚିମବଙ୍ଗ ବିଧାନସଭାରେ ତୁମୁଳକାଣ୍ଡ: ପିଟାପିଟି ହେଲେ BJP-TMC ବିଧାୟକ, ଏକାଧିକ ଆହତ

ବୀରଭୂମରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ପରେ ସାରା ରାଜ୍ୟରେ ରାଜନୈତିକ ଉଷ୍ମତା ଲାଗିରହିଛି । ତେବେ ଆଜି (ସୋମବାର) ଏହି ତାତି ଗୃହରେ ମଧ୍ୟ ପରିଲିକ୍ଷିତ ହୋଇଥିଲା । ବାଚସ୍ପତି ବିମନ ବାନାର୍ଜୀ ବିରୋଧୀ ଦଳର ଭୂମିକାକୁ ଗୃହରେ ସମାଲୋଚନା କରିଥିଲେ । ଏହି ଘଟଣାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭୂମିକାକୁ ମଧ୍ୟ ବାଚସ୍ପତି ସାମୋଲୋଚନା କରିବା ପରେ ବିଜେପି ବିଧାୟକମାନେ ଗୃହ ବାହାରକୁ ଆସି ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।

ତେବେ ସଚିବାଳୟରେ ବିରୋଧୀ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ସୁରକ୍ଷାକର୍ମୀ ପହଞ୍ଚି ସେମାନଙ୍କୁ ବାରଣ କରିଥିଲେ । ତେବେ ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର କିଛି ସମୟ ପରେ ଶାସକ ଟିଏମସି ବିଧାୟକ ମାନେ ମଧ୍ୟ ନିଜ ଆସନ ଛାଡି ବିରୋଧୀ ଦଳ ବିଜେପି ବିଧାୟକଙ୍କୁ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ଏଥିରେ ଉଭୟ ପକ୍ଷର ଏକାଧିକ ବିଧାୟକ ଆହତ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଧାନସଭା ଗୃହ ମଧ୍ୟରେ ଏପରି ଅଭାବନୀୟ କାଣ୍ଡ ପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ୫ ବିଜେପି ବିଧାୟକଙ୍କୁ ମଧ୍ୟ ବାଚସ୍ପତି ନିଲମ୍ବନ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.