ETV Bharat / bharat

ଅକ୍ଟୋବର ୩୦ ଉପନିର୍ବାଚନ, ଚାରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

author img

By

Published : Oct 3, 2021, 9:59 PM IST

ପଶ୍ଚିମବଙ୍ଗରେ ଖାଲିଥିବା ୪ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ଆଧିକ ପଢନ୍ତୁ...

WEST BENGAL ASSEMBLY BY ELECTIONS
ଆକ୍ଟୋବର ୩୦ ଉପନିର୍ବାଚନ

କୋଲକାତା: ଅକ୍ଟୋବର ୩୦ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି । ରାଜ୍ୟରେ ଖାଲିଥିବା ୪ ବିଧାନସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗରେ ଉପନିର୍ବାଚନ ହେବାକୁ ଥିବା ବିଧାନସଭା ଆସନ ଶାନ୍ତିପୁର, ଦିନହାଟା, ଗୋସାବା, ଖାରଦାହ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶାନ୍ତିପୁରରୁ ବ୍ରଜକିଶୋର ଗୋସ୍ବାମୀ, ଦିନହାଟାରୁ ଉଦୟନ ଗୁହା, ଗୋସାବାରୁ ସୁବ୍ରତ ମଣ୍ଡଳ ଏବଂ ଖାରଦାହରୁ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ଘୋଷଣା କରିଛନ୍ତି।

ଆଜି ଭବାନୀପୁର ଉପନିର୍ବାଚନରେ ବିଜୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚଳିତ ବିଧାନସଭା ନିର୍ବାଚନରେ ​​ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁର ଆସନରୁ ଜିତିଥିଲେ । କିନ୍ତୁ ସେ ମମତା ବାନାର୍ଜୀ ପାଇଁ ଏହି ଆସନରୁ ଇସ୍ତଫା ଦେଇଥିଲେ। ଉପନିର୍ବାଚନ ଫଳାଫଳରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ 58,835 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ମମତା ମୋଟ 85,263 ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ 26,428 ଭୋଟ୍ ପାଇଛନ୍ତି।

ବିଜୟ ପରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ଭବାନୀପୁରବାସୀଙ୍କ ନିକଟରେ ଋଣୀ । କାରଣ ସେମାନେ ମୋତେ ରେକର୍ଡ ବ୍ୟବଧାନରେ ଜିତାଇଛନ୍ତି। ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଆମେ କୌଣସି ୱାର୍ଡରେ ହାରି ନାହୁଁ । ଭବାନୀପୁରରେ ମତଦାନ ସର୍ବଦା କମ୍ ରହୁଥିଲା କିନ୍ତୁ ଚଳିତ ଥର ରେକର୍ଡ ମତଦାନ କରାଯାଇଛି । ମତଦାନ ବେଳେ ବହୁ ସଂଖ୍ୟାରେ ଲୋକ ବାହାରକୁ ଆସି ଆମକୁ ଭୋଟ୍ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.