ETV Bharat / bharat

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ତିରଥ ସିଂ ରାୱତ - ମୁଖ୍ୟମନ୍ତ୍ରୀ ହେବେ ତିରଥ ସିଂ ରାୱତ

ତିଭେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ଦେବାର 24 ଘଣ୍ଟା ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତିରଥ ସିଂ ରାୱତ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ତିରଥ ସିଂ ରାୱତ

author img

By

Published : Mar 10, 2021, 11:45 AM IST

Updated : Mar 10, 2021, 11:56 AM IST

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ମୁଖ୍ୟମନ୍ତ୍ରୀ ପଦବୀରୁ ତିଭେନ୍ଦ୍ର ସିଂ ରାୱତ ଇସ୍ତଫା ଦେବା ପରେ ତିରଥ ସିଂ ହେବେ ନୂୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ଅଫିସରେ ବସିଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତିଭେନ୍ଦ୍ର ସିଂ । ଆଜି ଅପରାହ୍ନ 4ଟାରେ ଶପଥ ଗ୍ରହଣ କରିବେ ନୂତନ ମୁଖ୍ୟମନ୍ତ୍ରୀ ।

ମଙ୍ଗଳବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ତ୍ରିଭେନ୍ଦ୍ର ସିଂ ରାୱତ । ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବଂଶୀଧର ଭଗତ ମଧ୍ୟ ଉପସ୍ଥିତ ଥିଲେ ।

ଉତ୍ତରାଖଣ୍ଡ ବିଜେପିର ଅନେକ ବିଧାୟକ ତ୍ରିଭେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଆସୁଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଝଡ । ଏନେଇ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଆଲୋଚନା କରିଆସୁଥିଲେ । ଶେଷରେ ଗତକାଲି ଇସ୍ତଫା ଦେଇଥିଲେ ତିଭେନ୍ଦ୍ର ସିଂ ରାୱତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2021, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.