ETV Bharat / bharat

କୋରୋନା ସହ ଲଢ଼ୁଛି ଦେଶ, 38 କୋଟି କୋଭିଡ ଟିକା ହୋଇଛି ନଷ୍ଟ - covid vaccination in india

କୋରୋନା ମହାମାରୀ ସହ ଦେଶରେ ଜାରି ଲଢ଼େଇ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 40.31 କୋଟି କୋଭିଡ ଟିକା ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢ଼ନ୍ତୁ...

କୋରୋନା ସହ ଲଢ଼ୁଛି ଦେଶ, 38 କୋଟି କୋଭିଡ ଟିକା ହୋଇଛି ନଷ୍ଟ

author img

By

Published : Jul 15, 2021, 5:51 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସହ ଦେଶରେ ଜାରି ଲଢ଼େଇ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 40.31 କୋଟି କୋଭିଡ ଟିକା ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବେସକାରୀ ହସ୍ପିଟାଲ ଓ ଟୀକାକରଣ କେନ୍ଦ୍ରରେ ପ୍ରାୟ 1.92 କୋଟି କୋଭିଡ ଟିକା ଉପଲବ୍ଧ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ।

ବର୍ତ୍ତମାନ ଆହୁରି 83 ଲକ୍ଷ 85 ହଜାର 790 କୋଭିଡ ଟିକା ପ୍ରସ୍ତୁତ ହୋଇ ରହିଛି । ଖୁବଶୀଘ୍ର ଏହି ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦିଆଯିବ । ଏହାସହ କେତେ କୋଭିଡ ଟିକା ନଷ୍ଟ ହୋଇଛି ତାହାର ମଧ୍ୟ ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବର୍ତ୍ତମାନ ସୁଦ୍ଧା 38 କୋଟି 39 ଲକ୍ଷ 2 ହଜାର 614 ଡୋଜ୍ କୋଭିଡ ଟିକା ନଷ୍ଟ ହୋଇଛି । ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମହାମାରୀର ମହାଯୁଦ୍ଧ ଲଢ଼ିବା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ଭ୍ୟାକ୍ସିନ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର। ତେବେ ବହୁ ରାଜ୍ୟରେ କୋଭିଡ ଟିକା କମ ପହଞ୍ଚିଥିବାରୁ ଟୀକାକରଣ ବନ୍ଦ କରିବାକୁ ପଡ଼ିଛି। ଖୋଦ୍ ଓଡ଼ିଶାରେ ଟିକା କମ ଥିବାରୁ ବିଭିନ୍ନ ସମୟରେ ଅନେକ ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

ଜୁନ 21 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଟିକା ତିଆରି କରୁଥିବା କରୁଥିବା ବିଭିନ୍ନ ସଂସ୍ଥା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହିଁ ଟିକା ତିଆରି କରି 75 ପ୍ରତିଶତ ବିତରଣ କରୁଛନ୍ତି । ଆଗାମୀ ଦିନରେ ଏହି ଟିକା ତିଆରି ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.