ETV Bharat / bharat

ଟିକ୍‌ଟକ୍‌ ଷ୍ଟାର ପୂଜା ଚୌହାନ ମୃତ୍ୟୁ ମାମଲା: ମହାରାଷ୍ଟ୍ର ରାଜନୀତିରେ ଝଡ

author img

By

Published : Feb 14, 2021, 10:37 PM IST

ଟିକ୍‌ଟକ୍‌ ଷ୍ଟାର ପୂଜା ଚୌହାନଙ୍କ ମୃତ୍ୟୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ପ୍ରଥମେ ଆତ୍ମହତ୍ୟା କୁହାଯାଉଥିବା ଏହି ମାମଲା ଏବେ ନୂଆ ମୋଡ ନେଇଛି । ଅଧିକ ପଢନ୍ତୁ...

ଟିକ୍‌ଟକ୍‌ ଷ୍ଟାର ପୂଜା ଚୌହାନ ମୃତ୍ୟୁ ମାମଲା: ମହାରାଷ୍ଟ୍ର ରାଜନୀତିରେ ଝଡ
ଟିକ୍‌ଟକ୍‌ ଷ୍ଟାର ପୂଜା ଚୌହାନ ମୃତ୍ୟୁ ମାମଲା: ମହାରାଷ୍ଟ୍ର ରାଜନୀତିରେ ଝଡ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ସହରରେ ଟିକ୍‌ଟକ୍‌ ଷ୍ଟାର ପୂଜା ଚୌହାନଙ୍କ ମୃତ୍ୟୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ପ୍ରଥମେ ଆତ୍ମହତ୍ୟା କୁହାଯାଉଥିବା ଏହି ମାମଲା ଏବେ ନୂଆ ମୋଡ ନେଇଛି । ଭାଇରାଲ ହେବାରେ ଲାଗିଛି ପୂଜାଙ୍କର ଏକ ଭିଡିଓ, ଯାହା ପରେ ଏହି ଘଟଣା ପଛରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ହାତ ଥିବା ବିଜେପି ଅଭିଯୋଗ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ତେବେ ଭିଡିଓକୁ ନେଇ କୌଣସି ସ୍ପଷ୍ଟୋକ୍ତ ଦେଇନି ମହାରାଷ୍ଟ୍ର ପୋଲିସ ।

ପୂଜା ଚୌହାନଙ୍କ ମୃତ୍ୟୁ ମାମଲାରେ ଜଣେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଅତୁଲ ଭାତଖଲକର । ଅତୁଲ ଏହି ଚିଠିରେ ଲେଖିଛନ୍ତି ଯେ ପୂଜାଙ୍କ ମୃତ୍ୟୁ ମାମଲାରେ ଶିବସେନାର ଜଣେ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏନେଇ ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେପଟେ ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୁକ୍ରବାର କହିଥିଲେ ଯେ ଘଟଣାରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ସୂଚନା ପାଇଛି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗମ୍ଭୀର ଅଟେ । ଯଦି କୌଣସି ଝିଅ ଏହିପରି ଆତ୍ମହତ୍ୟା କରେ ଏବଂ ତାଙ୍କ ମୃତ୍ୟୁ ସନ୍ଦେହ କରାଯାଏ ତେବେ ପୋଲିସ ସ୍ୱଚ୍ଛ ପାରଦର୍ଶିତାର ସହ ଘଟଣାର ତଦନ୍ତ କରିବା ଉଚିତ ।

ସନ୍ଦେହ ଜନକ ପରିସ୍ଥିତିରେ ଫେବୃଆରୀ 7 ରେ ପୁଣେର ୱାନାଭୱାଡି ଅଞ୍ଚଳରେ ଜଣେ 22 ବର୍ଷର ଯୁବତୀଙ୍କ ମୃତଦେହ ମିଳିଥିଲା । ପରେ ଏହି ମୃତଦେହ ଟିକ୍‌ଟକ ଷ୍ଟାର ପୂଜା ଚୌହାନଙ୍କର ଜଣାପଡିଥିବା ବେଳେ ବର୍ତ୍ତମାନ ଏହା ଆତ୍ମହତ୍ୟା କି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ପୋଲିସ ତଦନ୍ତ କରୁଛି ।

ପୂଜାଙ୍କ ସନ୍ଦେହଜନକ ମୃତ୍ୟୁ ରାଜ୍ୟରେ ଏକ ବଡ଼ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋରଙ୍କ ନାଁ ସାମ୍ନାକୁ ଆସିଛି । ଏହି ମାମଲାରେ ମନ୍ତ୍ରୀ ସଞ୍ଜୟ ଦାୟୀ ବୋଲି ଅଭିଯୋଗ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.