ETV Bharat / bharat

ଜେଲରେ ଅଧିକାରୀଙ୍କୁ ସତ୍ୟେନ୍ଦ୍ର ଧମକ, କହୁଛନ୍ତି ବାହାରକୁ ଆସିଲେ ପରିଣାମ ଭୟଙ୍କର ହେବ

ତିହାର ଜେଲ ଅଧିକାରୀଙ୍କୁ ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ । ଜେଲରୁ ବାହାରକୁ ଆସିବା ପରେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଉଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Jan 6, 2023, 10:59 AM IST

Satyendar Jain of intimidation
Satyendar Jain of intimidation

ନୂଆଦିଲ୍ଲୀ: ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଦାଦାଗିରି । ଭିଆଇପି ସେବା ବନ୍ଦ କରିଦେବାରୁ ଜେଲ ଅଧିକାରୀଙ୍କୁ ଧମକ ଦେବା ସହ ଅସଦାଚରଣ କରୁଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଯାହାକୁ ନେଇ ଜେଲ ଅଧିକାରୀ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ଜେଲର ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଜେଲରୁ ବାହାରକୁ ଆସିବା ପରେ ପରିଣାମ ଭୟଙ୍କର ହେବ ବୋଲି ଜେଲ ଅଧିକାରୀଙ୍କୁ ଧମକ ଦେଇଛନ୍ତି ସତ୍ୟେନ୍ଦ୍ର ଜୈନ । ଅଭିଯୋଗ ଆଣିଥିବା ଅଧିକାରୀ ମାନେ ମନ୍ତ୍ରୀଙ୍କୁ ଜେଲରେ ମସାଜ, ଖାଦ୍ୟ ଏବଂ ଅନ୍ୟାନ୍ୟ ଭିଆଇପି ସୁବିଧା ଦେବାକୁ ବାରଣ କରିଥିଲେ । ଯାହାକୁ ନେଇ ସତ୍ୟେନ୍ଦ୍ର ଜୈନ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଆଣିଥିବା ଅଧିକାରୀଙ୍କ ମଧ୍ୟରେ ଜେଲ ନମ୍ବର 7ର ସୁପରିଣ୍ଟେଣ୍ଡେଣ୍ଟ, ତିହାର ଜେଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ କିଛି ଅଧିକାରୀ ଅଛନ୍ତି । ଆସିଷ୍ଟାଣ୍ଟ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଜୟଦେବ ଏବଂ ଜେଲ୍ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରବୀଣ କୁମାର ଅଭିଯୋଗରେ କହିଛନ୍ତି ଯେ, ‘‘ସତ୍ୟେନ୍ଦ୍ର ଜୈନଙ୍କୁ ଯେତେବେଳ କାରଣ ଦର୍ଶାଅ ନୋଟିସ ଦେବାକୁ ଯାଇଥିଲେ ସେତେବେଳେ ସେ ଧମକ ଦେଇଥିଲେ । କହିଥିଲେ ଯେ, ମୋତେ ସବୁ ଜଣା ଜାଣି ଶୁଣି ଏହା ସବୁ କରାଯାଉଛି । ବାହାରକୁ ଆସିବା ପରେ ମୁଁ ଏହି ଜେଲରୁ ସିସିଟିଭି ଫୁଟେଜ ମାଗିବି ଏବଂ ମୋତେ ଏପରି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମୁଁ ଏକ କାମ କରିବାକୁ ଶିଖାଇବି ।’’

ଜେଲ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ''ଯେଉଁ ସମୟରେ ସେ ଧମକ ଦେଇଥିଲେ ଆମେ ଭାବିଥିଲେୁ ଯେ ସେ ନିରାଶ ହୋଇ ଏପରି କହିଛନ୍ତି । କିନ୍ତୁ ଆମକୁ ଆଶଙ୍କା ରହିଛି ଯେ ଜୈନ ଜେଲରୁ ବାହାରିବା ପରେ ଆମ ବିରୋଧରେ ତଥା ଅନ୍ୟ ଜେଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଜୈନଙ୍କ ବିରୋଧରେ ଅଭିଯୋଗ କରିବା ପରେ ଯଥାଶୀଘ୍ର ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉ ବୋଲି ଅଧିକାରୀମାନେ କହିଛନ୍ତି । ''

ଜେଲ ଅଧିକାରୀ ମାନଙ୍କ ଏପରି ଅଭିଯୋଗ ପରେ ବିଜେପି ଜାତୀୟ ମୁଖପାତ୍ରଙ୍କ ସହ ଶେହଜାଦ ପୁନାୱାଲା ପ୍ରଶ୍ନ ଉଠାଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କହିଛନ୍ତି । କେଜ୍ରିୱାଲଙ୍କୁ ଟାର୍ଗେଟ କରି ପୁନାୱାଲା କହିଛନ୍ତି ଯେ,'' ଆଜି ସତ୍ୟେନ୍ଦ୍ର ଜେନାଙ୍କ ବିରୋଧରେ ଆଉ ଏକ ପ୍ରମାଣ ସମସ୍ତଙ୍କ ସାମ୍ନାରେ ଆସିଛି । ଯେଉଁ ବ୍ୟକ୍ତି ତାଙ୍କ ପଦର ଅପବ୍ୟବହାର କରି ଜେଲରେ ଅଛନ୍ତି । ଗତ ଛଅ ମାସ ହେଲା ତାଙ୍କୁ କୋର୍ଟ ମଧ୍ୟ ଜାମିନ ପ୍ରଦାନ କରୁନାହାନ୍ତି । ସେ କିପରି ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି, ଜେଲ ଅଧିକାରୀମାନେ ଏହି ଘଟଣାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିଭଳି ଦିଲ୍ଲୀ ସରକାରରେ ଅନ୍ୟ ଜଣେ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଧମକ ଦିଆଯାଉଛି । ସମସ୍ତ ନିୟମକୁ ଏହିପରି ଭାବେ ଅବମାନନା କରାଯାଉଛି । ''

ଏଥି ସହ ଦିଲ୍ଲୀ ବିଜେପିର ରାଜ୍ୟ ମୁଖପାତ୍ର ହରିଶ ଖୁରାନା ସତ୍ୟେନ୍ଦ୍ର ଜେନାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ,'' ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ମାନେ ମାନସିକ ଭାରସାମ୍ୟ ହରାଇଥିବା ଭଳି ଲାଗୁଛି । ଏହାପୂର୍ବରୁ ସତେନ୍ଦ୍ର ଜୈନ ଜେଲ ଭିତରେ ଥିବାଭିଆଇପି ସେବାର ମଜା ନେଉଥିଲେ । କିନ୍ତୁ ଜେଲ ଭିତରେ ଥିବା ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ ସୁବିଧା ହଟାଯାଇଛି । ଗତ ୨୦ ଦିନ ହେଲା ଲାଗୁଛି ଯେ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଜେଲରେ ଅଛନ୍ତି । ଏହି କାରଣରୁ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଛି । ଫଳରେ ସେ ବାହାରକୁ ଆସିବା ପରେ ସରକାରୀ କର୍ମଚାରୀଙ୍କୁ ଦେଖିନେବେ ବୋଲି ଧମକ ଦେଉଛନ୍ତି । ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଏକ ସଙ୍ଗୀନ ଘଟଣା । ଏନେଇ ଦିଲ୍ଲୀର ଉପରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ । ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲରୁ ବାହାର କରି ଅନ୍ୟ ରାଜ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ବିଜେପି ଦାବି କରିଛି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.