ETV Bharat / bharat

ରାଜ୍ୟରେ ସକ୍ରିୟ କାଳବୈଶାଖୀ, ବାତ୍ୟା ନେଇ ହୋଇନି ସ୍ପଷ୍ଟ ଆକଳନ - ବାତ୍ୟା ଅପଡେଟ

ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବ। ବର୍ଷା ନେଇ 8 ଜିଲ୍ଲାକୁ ଏଲୋ ଓ୍ବାର୍ଣ୍ଣଂ । ଲଘୁଚାପ ସୃଷ୍ଟି ହେଲେ ସ୍ପଷ୍ଟ ହେବ ବାତ୍ୟା ପୂର୍ବାନୁମାନ । ଅଧିକ ପଢନ୍ତୁ

ବତ୍ୟା ନେଇ ହୋଇନି ସ୍ପଷ୍ଟ ଆକଳନ
ବତ୍ୟା ନେଇ ହୋଇନି ସ୍ପଷ୍ଟ ଆକଳନ
author img

By

Published : May 4, 2022, 5:05 PM IST

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଏହାର ପ୍ରଭାବରେ ବର୍ଷା ନେଇ ଆଜି 20 ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅଣ୍ଡାମାନ ସାଗରୀୟ ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି ।

ରାଜ୍ୟରେ ସକ୍ରିୟ କାଳବୈଶାଖୀ, ବାତ୍ୟା ନେଇ ହୋଇନି ସ୍ପଷ୍ଟ ଆକଳନ

ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହି ଘୁର୍ଣ୍ଣିବଳୟ କ୍ଷେତ୍ର ଲଘୁଚାପ କ୍ଷେତ୍ରରେ ପରିଣତ ହେବ । କାଳକ୍ରମେ ଏହା ଉତ୍ତର-ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ । 8 ତାରିଖ ପର୍ଯ୍ୟନ୍ତ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ । ବର୍ତ୍ତମାନ ରାଜ୍ୟରେ ଯେଉଁ ବର୍ଷା ହେଉଛି, ତାହା କାଳବୈଶାଖୀ ଜନିତ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ଏ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ଆକଳନ କରାଯାଇନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା କ୍ରମଶଃ ସ୍ପଷ୍ଚ ହେବ । ବାତ୍ୟା ପାଇଁ ପରିବେଶ ଅନୁକୂଳ ରହିିଥିବାରୁ, ଲଘୁଚାପ ନେଇ ନିରନ୍ତର ଅନୁଧ୍ୟାନ ଜାରି ରହିଥିବା ଭୁବନଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.