ETV Bharat / bharat

Child Falls Into Borewell in Bihar: ବୋରୱେଲରେ ଭିତରେ ଅଟକିଛି 3 ବର୍ଷର ଶିଶୁର ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jul 23, 2023, 1:27 PM IST

Updated : Jul 23, 2023, 1:45 PM IST

କ୍ଷେତରେ ଖେଳୁ ଖେଳୁ ବୋରଓ୍ବେଲରେ ଖସି ପଡିଲା ତିନି ବର୍ଷର ଶିଶୁପୁତ୍ର । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

three year old boy fell into borewell
three year old boy fell into borewell

ପାଟନା: ପୁଣି ସାମ୍ନାକୁ ଆସିଲା ବୋରଓ୍ବେଲରେ ଶିଶୁ ପଡିବା ଘଟଣା । କ୍ଷେତରେ ଖେଳୁ ଖେଳୁ ବୋରଓ୍ବେଲରେ ଖସି ପଡିଲା ତିନି ବର୍ଷର ଶିଶୁପୁତ୍ର । ବିହାରର ନାଲନ୍ଦା ଥାନା କୁଲ ଗ୍ରାମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । 40 ଫୁଟ ଗଭୀର ବୋରଓ୍ବେଲରେ ଶିଶୁଟି ପଡିଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

  • #WATCH | Nalanda, Bihar: "We received information that a child fell into a borewell...We are trying our best to rescue the child. NDRF & rescue team will be reaching the spot. The child is still alive, we can hear his voice...," says Silwa, Circle Officer, Shambhu Mandal. pic.twitter.com/iPgAqEWTeC

    — ANI (@ANI) July 23, 2023 " class="align-text-top noRightClick twitterSection" data=" ">

ତିନି ବର୍ଷର ଶିଶୁକୁ ସୁରକ୍ଷିତ ଭାବେ ଜେସିବି ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଶିଶୁ ନିକଟକୁ ଅମ୍ଳଜାନ ପଠାଯିବାର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ବୋରଓ୍ବେଲରେ ପଡିଯାଇଥିବା ଶିଶୁ ହେଉଛି କୁଲ ଗ୍ରାମର ଡୋମାନ ମାଝିଙ୍କ 3 ବର୍ଷୀୟ ପୁଅ ଶିବମ କୁମାର ମାଝି । ପୁଅ ବୋରଓ୍ବଲରେ ପଡିବା ପରେ କାନ୍ଦି କାନ୍ଦି ନୟାନ୍ତ ହେଲେଣି ଶିବମଙ୍କ ମାଆ ।

ଏହା ମଧ୍ୟ ପଢନ୍ତୁ-Vidisha Borewell case: ଉଦ୍ଧାର ଅପରେସନ ଶେଷ, ହସ୍ପିଟାଲରେ ଭର୍ତ୍ତି ହେଲା ଶିଶୁକନ୍ୟା

ଏନେଇ ଶିଶୁଟିର ମାଆ କହିଛନ୍ତି, ‘‘ମୁଁ କ୍ଷେତରେ କାମ କରୁଥିଲି । ଏହି ସମୟରେ ମୋ ପୁଅ କ୍ଷେତରେ ଖେଳୁଥିଲା । ତାକୁ ମୁଁ କହିଥିଲି ମୋ ପଛେ ପଛେ ଆସିବାକୁ । କିନ୍ତୁ ମୋ ଅଜାଣତରେ ସେ ସେଠାରେ ଖେଳୁ ଖେଳୁ ହଠାତ୍‌ ତା ଗୋଡ ଖସିଯିବାରୁ ବୋରଓ୍ବେଲରେ ପଡିଥିଲା । ମୋ ପୁଅକୁ ବୋରଓ୍ବେଲରୁ ଉଦ୍ଧାର କର ନହେଲେ ମୁଁ ତା ବିନା ବଞ୍ଚି ପାରିବିନି ।’’

ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି: ଗ୍ରାମବାସୀଙ୍କ କହିବାନୁସାରେ, ବୋରୱେଲରେ ପଡ଼ିଥିବା ଶିଶୁର ସ୍ବର ଏବେ ବି ଶୁଣିବାକୁ ମିଳୁଛି । ଜଳସେଚନ ପାଇଁ ଗ୍ରାମରେ ବୋରୱେଲ ନିର୍ମାଣ କରାଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ କିଛି ସମୟ ପରେ NDRF ଏବଂ SDRFର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।

ଏହା ମଧ୍ୟ ପଢନ୍ତୁ-ବିଫଳ ହେଲା ପ୍ରୟାସ, ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ

ଏନେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଜଣେ ତିନି ବର୍ଷର ଶିଶୁ ବୋରଓ୍ବେଲରେ ପଡିଥିବା ଆମକୁ ଖବର ମିଳିଥିଲା । ଉଦ୍ଧାର ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି । ଆଉ କିଛି ସମୟ ପରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ । ବର୍ତ୍ତମାନ ଶିଶୁଟି ଜୀବିତ ଅବସ୍ଥାରେ ରହିଛି । ତାର ସ୍ବର ଶୁଣିବାକୁ ମିଳୁଛି । ଚଳିତ ମାସରେ ମଧ୍ୟପ୍ରଦେଶରେ ଭିଦିସାରେ ଖୋଳାଯାଉଥିବା ଏକ ବୋରଓ୍ବେଲରେ ଜଣେ ଦୁଇ ବର୍ଷୀୟା ଶିଶୁକନ୍ୟା ଖସିପଡିଥିବା ଖବର ସାମ୍ନାକୁ ଆସିଥିଲା । ଶିଶୁଟିକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳତା ପାଇଥିଲା ।

Last Updated : Jul 23, 2023, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.