ETV Bharat / bharat

ISRO exam cheating case: ହରିୟାଣାରୁ ଆଉ 3 ଅଭିଯୁକ୍ତ ଗିରଫ, 9ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା - ଇସ୍ରୋ ପରୀକ୍ଷାରେ କପି ଘଟଣା

ବିକ୍ରମ ସରାଭାଇ ସ୍ପେସ ସେଣ୍ଟର ପାଇଁ ପରୀକ୍ଷାରେ ହାଇଟେକ କପି ମାମଲା । ହରିୟାଣାରୁ ଆଉ 3 ଅଭିଯୁକ୍ତ ଗିରଫ । ଗିରଫଦାରୀ ସଂଖ୍ୟା 9 କୁ ବୃଦ୍ଧି । ଅଧିକ ପଢନ୍ତୁ

ISRO exam cheating case: ହରିୟାଣାରୁ ଆଉ 3 ଅଭିଯୁକ୍ତ ଗିରଫ, 9 ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା

author img

By ETV Bharat Odisha Team

Published : Aug 26, 2023, 10:27 PM IST

ଥିରୁଅନନ୍ତପୁରମ୍: କେରଳ ସ୍ଥିତ ବିକ୍ରମ ସରାଭାଇ ସ୍ପେସ ସେଣ୍ଟରରେ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷାରେ ହାଇଟେକ କପି କରିବା ମାମଲାରେ କେରଳ ପୋଲିସ ଆଜି ଆଉ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି 3 ଅଭିଯୁକ୍ତ ମଧ୍ୟ ହରୟାଣାର ବାସିନ୍ଦା । ଚଳିତମାସ (ଅଗଷ୍ଟ) 20 ତାରିଖରେ ପ୍ରଥମେ ଏହି ଘଟଣାରେ ପରୀକ୍ଷାରେ ଅଂଶଗ୍ରହଣ କରିଥିବା 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ କ୍ରମାନୁସାରେ ଆଜି ଆଉ 3 ଅଭିଯୁକ୍ତଙ୍କୁ ମିଶାଇ ଗିରପଦାରୀ ସଂଖ୍ୟା 9କୁ ବୃଦ୍ଧି ପାଇଛି । ଅଭିଯୁକ୍ତମାନଙ୍କୁ କେରଳ ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହରିୟାଣାରେ ଗିରଫ କରିଛି ଓ ସେମାନଙ୍କୁ ଜେରା କରିବା ପାଇଁ କେରଳ ଅଣାଯାଉଥିବା ଥିରୁଅନନ୍ତପୁରମ୍ ସିଟି ପୋଲିସ କମିଶନର ନାଗରାଜୁ ଚକଲମ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Hi tech Cheating in ISRO Exam: ହରିୟାଣାର ଦୁଇ ପରୀକ୍ଷାର୍ଥୀ କେରଳରେ ଗିରଫ

ଅଗଷ୍ଟ 20 ତାରିଖରେ ଥିରୁଅନନ୍ତପୁରମରେ ଅନୁଷ୍ଠିତ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଟେକ୍ନିକାଲ ପୋଷ୍ଟ ପରୀକ୍ଷାରେ ହାଇ-ଟେକ୍ କପି କରୁଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର ବାସିନ୍ଦା ଥିଲେ । ସେମାନେ ଥିରୁଅନନ୍ତପୁରମରେ ଥିବା ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (VSSC)ର ଟେକ୍ନିକାଲ ଷ୍ଟାଫ ପଦବୀ ପାଇଁ ଅନୁଷ୍ଠିତ ପରିକ୍ଷାରେ ଅଶଂଗ୍ରହଣ କରିଥିଲେ ।

ତେବେ ଉଭୟ ପରୀକ୍ଷାର୍ଥୀ ଅତି ଚତୁରତାର ସହ ସ୍ମାର୍ଟ ଇଲୋକ୍ଟ୍ରୋନିକ୍ସ ଡିଭାଇସ ବ୍ୟବହାର କରୁଥିବା ଜଣାପଡିଥିଲା । ପରୀକ୍ଷା କେନ୍ଦ୍ରରେ ଉଭୟଙ୍କୁ ତନଖୀ କରିବା ପରେ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଉଭୟଙ୍କୁ ପରୀକ୍ଷା ପରିଚଳନା କରୁଥିବା ଅଧିକାରୀ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତ୍ରିଭେନ୍ଦ୍ରମ ମ୍ୟୁଜିୟମ ପୋଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି ଜେରା କରିଥିଲା । ପ୍ରଥମେ ଗିରଫ ହୋଇଥିବା ଉଭୟ ଅଭିଯୁକ୍ତ ଥିଲେ ହରିୟାଣାର ସୁମିତ କୁମାର ଏବଂ ସୁନୀଲ ।

ଏହା ମଧ୍ୟ ପଢନ୍ତୁ :-Chandrayaan-3: ଘୋଷଣା ହେଲା ସଫ୍ଟ ଲ୍ୟାଣ୍ଡିଂର ସମୟ ଓ ତାରିଖ

ଦୁଇ ଯୁବକ ଫୋନକୁ ବେଲ୍ଟରେ ରଖି ଫୋନର ସ୍କ୍ରିନ୍ ଭ୍ୟୁୟର୍ ମାଧ୍ୟମରେ ପ୍ରଶ୍ନପତ୍ରର ଫଟୋ କ୍ଲିକ୍ କରି ସାଙ୍ଗମାନଙ୍କ ନିକଟକୁ ପଠାଇଥିବା ପ୍ରାଥମିକ ଜେରା ପରେ ଜଣାପଡିବାରୁ କେରଳ ପୋଲିସ ଘଟଣାକୁ ଅତି ଗମ୍ଭୀରତାର ସହ ନେଇଥିଲେ । ଯେଉଁମାନଙ୍କ ନିକଟକୁ ଏହି ପ୍ରଶ୍ନପତ୍ର ପଠାଯାଇଥିଲା ସେମାନଙ୍କୁ ଚିହ୍ନଟ କରି ଧରିବା ପାଇଁ କେରଳ ପୋଲିସ ସ୍ପେସାଲ ଇନଭେଷ୍ଟିଗେସନ ଟିମ ଗଠନ କରି ହରିୟାଣା ପଠାଇଥିଲା । ଆଜି ଆଉ 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା 9ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.