ETV Bharat / bharat

Manipur: ପୁଣି ହିଂସା, ଦଙ୍ଗାକାରୀଙ୍କ ଗୁଳିରେ 3ମୃତ - ମଣିପୁର ହିଂସା ପ୍ରସଙ୍ଗ

ମଣିପୁରରେ ପୁଣି ଫୁଟିଲା ଗୁଳି । ଦଙ୍ଗାକାରୀଙ୍କ ଗୁଳିରେ 3 ମୃତ । ଉପତ୍ୟାକାବହୁଳ ଜିଲ୍ଲାରେ AFSPA ଲାଗୁ ପାଇଁ ଦାବି କଲା ସିଭିଲ ସୋସାଇଟି । ଅଧିକ ପଢନ୍ତୁ

Manipur: ପୁଣି ହିଂସା, ଦଙ୍ଗାକାରୀଙ୍କ ଗୁଳିରେ 3 ମୃତ

author img

By ETV Bharat Odisha Team

Published : Sep 12, 2023, 7:59 PM IST

ଇମ୍ଫାଲ: ମଣିପୁରରେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଆଜି ପୁଣି ହିଂସା ଦେଖିବାକୁ ମିଳିଛି । ଆଜି (ମଙ୍ଗଳବାର) କାଙ୍ଗପୋକପି ଜିଲ୍ଲାରେ ଅଜଣା ବନ୍ଧୁକଧାରୀଙ୍କ ଅତର୍କିତ ଆକ୍ରମଣରେ 3ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସମ୍ନାକୁ ଆସିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଇରେଙ୍ଗ ଓ କରମ ଭାଇପେୟୀ ଗ୍ରାମରେ ଏହି ଆକ୍ରମଣ ଘଟିଛି । ଘଟଣାସ୍ଥଳରେ ସୁରକ୍ଷା ବଳ ପହଞ୍ଚିଛନ୍ତି । ସ୍ଥାନୀୟ ସିଭିଲ ସୋସାଇଟର ଅଭିଯୋଗ ଅନୁସାରେ, କିଛି ଅଜଣା ଦଙ୍ଗାକାରୀ ହାତରେ ବନ୍ଧୁକ ଧରି ଗ୍ରାମରେ ପ୍ରବେଶ କରିବା ସହ ଅତର୍କିତ ଗୁଳିମାଡ କରିଥିଲେ । ପ୍ରାଣ ହରାଇଥିବା ସମସ୍ତ 3 ମୃତକ ସ୍ଥାନୀୟ ଗ୍ରାମବାସୀ । ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ଟ୍ରାଇବାଲ ୟୁନିଟି କମିଟି (COTU) ।

ସଂଗଠନ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି । ଏକ ବିବୃତ୍ତିରେ କହିଛି, ସରକାରଙ୍କ ଯଦି ଶାନ୍ତି ଫେରାଇବା ଦିଗରେ ଆନ୍ତରିକତା ରହିଛି, ତେବେ ସବୁ ଉପତ୍ୟାକା ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଘୋଷଣା କରିବା ସହ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA-1958) ଲାଗୁ କରନ୍ତୁ । ସେପ୍ଟେମ୍ବର 8ତାରିଖରେ ମଧ୍ୟ ହିଂସା ଏହି ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 50 ରୁ ଅଧିକ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :-Gyanvapi complex case: 18ରେ ଆହ୍ଲାବାଦ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

ମେ’ 3 ତାରିଖରୁ ଜାତି ସଂରକ୍ଷଣ ମାମଲାରେ ସ୍ଥାନୀୟ ହାଇକୋର୍ଟଙ୍କ ରାୟ ଆସିବା ପରେ ସୃଷ୍ଟି ହୋଇଥିବା ହିଂସା ସାମାନ୍ୟ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏପର୍ଯ୍ୟନ୍ତ ପ୍ରାୟ 160 ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ଏବେ ସର୍ବୋଚ୍ଚ କୋର୍ଟଙ୍କ ତତ୍ବାବଧାନରେ ମାମଲାର ଶୁଣାଣି ଜାରି ରହିଛି । କେନ୍ଦ୍ର ସରକାର ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ହିଂସା ଘଟଣାର ତଦନ୍ତ ପାଇଁ ଏକାଧିକ ଜିଲ୍ଲାସ୍ତରୀୟ ଏସଆଟି ଗଠନ କରିଛନ୍ତି । ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁରକ୍ଷା ବଳ । ସରକାରୀ ଅସ୍ତ୍ରାଗାରରୁ ମଧ୍ୟ ଲୁଟ ଆଶଙ୍କା ଥିବାରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ସମସ୍ତ ବ୍ୟବସ୍ଥା ମଧ୍ୟରେ ମଝି ମଝିରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରେ ଲାଗିଛି । ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.