ETV Bharat / bharat

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ, କାଠ ଡିପୋରେ ନିଆଁ ଲାଗି ୩ ଜୀବନ୍ତ ଦଗ୍ଧ - କାଠ ଡିପୋରେ ନିଆଁ ଲାଗି ୩ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ କୁଶାଇଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

three killed in fire mishap
ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : Apr 16, 2023, 8:10 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରରେ ତିନି ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ୫ ବର୍ଷର ପୁଅ ଥିବା ଜଣାପଡ଼ିଛି । ହାଇଦ୍ରାବାଦ କୁଶାଇଗୁଡ଼ାରେ ଏହି ଅଘଟଣ ଘଟିଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ୩ଟା ସମୟରେ କୁଶାଇଗୁଡ଼ାରେ ଥିବା ଏକ କାଠ ଡିପୋରେ ହଠାତ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଡିପୋକୁ ଲାଗି ରହିଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା । ଉକ୍ତ କୋଠାରେ ୩ ଜଣ ଶୋଇଥିଲେ । ନିଆଁ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି । ଦମ୍ପତିଙ୍କ ଦୁଇଟି ସନ୍ତାନ ଥିବାବେଳେ ସୌଭଗ୍ୟ ବସତଃ ବଡ଼ ପୁଅ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ । ତେଣୁ ସେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, SOP ପାଇଁ ବିଚାର କରୁଛି ଗୃହ ମନ୍ତ୍ରଣାଳୟ

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହେଲା । ଉକ୍ତ କୋଠାରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଛି । ତେବେ କାଠ ଡିପୋରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ପ୍ରକାଶ ଥାଉକି, ନିକଟରେ ତେଲେଙ୍ଗାନାର ଖମାମ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଖମାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର ଏକ କାର୍ଯ୍ୟକ୍ରମ ସ୍ଥଳରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବିଆରଏସ କର୍ମୀ ଓ ଜଣେ ପୋଲିସ ଥିବା ସୂଚନା ମିଳିଥିଲା । ବିଆରଏସ ଦଳର ବୈଠକ ସମୟରେ ବାଣ ଫୁଟିବା ଯୋଗୁଁ ପାଖରେ ଥିବା ଏକ ଝୁମ୍ପୁଡି ଘରେ ନିଆଁ ଲାଗି ଯାଇଥିଲା । ଫଳରେ ସେହି ଘରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.