ETV Bharat / bharat

କ୍ୟାସ ଭ୍ୟାନ ଲୁଟ ମାମଲା, ପୋଲିସ ପଞ୍ଝାରେ 3 ଅଭିଯୁକ୍ତ - କ୍ୟାସ ଭ୍ୟାନ ଲୁଟରେ 3 ଗିରଫ

ମହାରାଷ୍ଟ୍ର ଏଟିଏମ କ୍ୟାସ ଭ୍ୟାନ ଲୁଟ ମାମଲାରେ 3 ଅଭିଯୁକ୍ତ ଗିରଫ । ଏଟିଏମରେ ଟଙ୍କା ଲୋଡ ହେଉଥିବା ସମୟରେ ଅଭିଯୁକ୍ତମାନେ ଭ୍ୟାନ ନେଇ ଫେରାର ହୋଇଯାଇଥିଲେ । ଅଧିକ ପଢନ୍ତୁ...

Three arrested for cash van robbery in maharastra
କ୍ୟାସ ଭ୍ୟାନ ଲୁଟ ମାମଲା, ପୋଲିସ ପଞ୍ଝାରେ 3 ଅଭିଯୁକ୍ତ
author img

By

Published : Nov 19, 2020, 7:33 AM IST

ମୁମ୍ବାଇ: ବହୁଚର୍ଚ୍ଚିତ ଏଟିଏମ କ୍ୟାସ ଭ୍ୟାନ ଲୁଟ ଘଟଣାରେ ପୂର୍ଣ୍ଣଚ୍ଛେଦ। ପୋଲିସ ପଞ୍ଝାରେ ମୁଖ୍ଯ ଅଭିଯୁକ୍ତ କ୍ୟାସ ଭ୍ୟାନ ଡ୍ରାଇଭର ସହ ତାର ଦୁଇ ସହଯୋଗୀ । ନିକଟରେ ମହାରାଷ୍ଟ୍ର ପାଲଘରର ବିରାର ଅଞ୍ଚଳରେ ଏକ ଏଟିଏମ ନିକଟରୁ 4 କୋଟି 23 ଲକ୍ଷ ଟଙ୍କା ଥିବା ଏକ କ୍ୟାସଭ୍ୟାନ ଚୋରିରେ ସମ୍ପୃକ୍ତ 3 ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଭ୍ୟାନ ଚାଳକ ରୋହିତ ଆରୁ, ଅକ୍ଷୟ ପ୍ରଭାକର ମହାନ୍ତି ଓ ଚନ୍ଦ୍ରକାନ୍ତ ଗୁଲାବ ।

ନଭେମ୍ବର 12 ତାରିଖରେ ବିରାଟ ଅଞ୍ଚଳର ଉକ୍ତ ଏଟିଏମରେ ଟଙ୍କା ଲୋଡ କରାଯାଉଥିବା ସମୟରେ ଭ୍ୟାନ ଡ୍ରାଇଭର ନିଜର ଦୁଇ ସହଯୋଗୀଙ୍କ ସହାୟତାରେ ଭ୍ୟାନକୁ ନେଇ ଫେରାର ହୋଇଯାଇଥିଲା । ଯେଉଁଥିରେ 4 କୋଟି 25 ଲକ୍ଷ ନଗଦ ଟଙ୍କା ଥିଲା । ଏନେଇ ମାମଲା ରୁଜୁ ହେବା ପରେ ଦୁର୍ବୃତ୍ତଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ସମେତ ଅର୍ନାଲ ସର୍ଗି ଓ ବିରର ପୋଲିସ ମିଳିତ ଅପରେସନ କରିଥିଲେ । ତେବେ ଗତ ଶନିବାର ଦିନ କଲ୍ୟାଣ ଫାଟ ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ଭ୍ୟାନଟିକୁ ପୋଲିସ ଉଦ୍ଧାର କରିଥିଲା । ଭ୍ୟାନ ମଧ୍ୟରୁ ପ୍ରାୟ 2 କୋଟି 33 ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

ପୋଲିସ ଗୁରୁବାର ଲୁଟର ମୁଖ୍ୟ ଅଭିଯୁକ୍ତ ଭ୍ୟାନ ଡ୍ରାଇଭର ରୋହିତ ଅରୁକୁ ଖୋଜି ବାହାର କରିବାରେ ସଫଳ ହୋଇଛି । ତା'ର ଦୁଇ ସହଯୋଗୀ ଅକ୍ଷୟ ଓ ଚନ୍ଦ୍ରକାନ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବାକି ଏକ କୋଟି 88 ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.