ETV Bharat / bharat

କଥା ନହେବାରୁ ଦିଲ୍ଲୀ ଛାତ୍ରୀଙ୍କୁ ହୋଇଥିଲା ଏସିଡ୍‌ ମାଡ, ୩ ଗିରଫ

author img

By

Published : Dec 15, 2022, 7:23 AM IST

Updated : Dec 15, 2022, 7:41 AM IST

ଦିଲ୍ଲୀର ଦ୍ବାରକା ଜିଲ୍ଲାରେ ନାବାଳିକାଙ୍କୁ ଏସିଡ୍‌ ମାଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅନଲାଇନରୁ ଏସିଡ୍‌ ମଗାଇ ଏପରି ଅଘଟଣ ଘଟାଇଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ ଘଟଣା
ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ ମାଡ ଘଟଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୧୭ ବର୍ଷିୟା ନାବାଳିକାକୁ ଏସିଡ୍‌ ମାଡ ଘଟଣା । ୩ ଜଣଙ୍କୁ ଗିରଫ କଲା ପୋଲିସ (three accused arrested in connection of acid attack on a school girl )। ସେମାନଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତଙ୍କୁ ପୀଡିତା ଚିହ୍ନଟ କରିଥିବା ସୂଚନା ମିଳିଛି । ଏସିଡ୍‌ ଆକ୍ରମଣର କାରଣ ଜାଣିବାକୁ ପାଇଁ ଗିରଫ ୩ଜଣଙ୍କୁ ପଚରାଉଚରା କରୁଛି ପୋଲିସ । ଗିରଫ ତିନି ଅଭିଯୁକ୍ତ ହେଲେ ସଚିନ ଆରୋରା,ହର୍ଷିତ ଅଗ୍ରୱାଲ ଓ ବିରେନ୍ଦର ସିଂ ।

କଥା ନହେବାରୁ ଏସିଡ ମାଡ

ମୁଖ୍ୟ ଅଭିଯୁକ୍ତ ସଚିନ ପୀଡିତା ଛାତ୍ରୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଗତ ସେପ୍ଟେମ୍ବର ମାସରେ ପରସ୍ପର ମଧ୍ୟରେ ବଚସା ହେବାରୁ ସଚିନ ସହ କଥା ହେବା ବନ୍ଦ କରି ଦେଇଥିଲେ ପୀଡିତା ଜଣଙ୍କ । ଏଥିରେ ରାଗିଯାଇ ଅଭିଯୁକ୍ତ ମାନେ ଏପରି ଅଘଟଣ ଘଟାଇବାକୁ ଚିନ୍ତା କରିଥିଲେ । ଏହାପରେ ଅନଲାଇନରୁ ଏସିଡ୍‌ ମଗାଇ ପେଟିଏମ ଆକାଉଣ୍ଟରୁ ପେ କରିଥିଲା ସଚିନ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,''ଦିଲ୍ଲୀର ଦ୍ବାରକା ଜିଲ୍ଲାର ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ତ୍ରିରଙ୍ଗା ଚୌକରେ ଗତକାଲି ସକାଳ ୭ଟା୩୦ ସମୟରେ ଏହି ଅଘଟଣ ଘଟିଥିଲା । ଦ୍ବାଦଶ ଶ୍ରେଣୀ ଛାତ୍ରୀ ତାଙ୍କ ସାନ ଭଉଣୀଙ୍କ ସହ ବିଦ୍ୟାଳୟ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କ ଉପରେ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ନାବାଳିକାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସିଡ ଆକ୍ରମଣ ଯୋଗୁଁ ନାବାଳିକାଙ୍କ ମୁହଁ ଓ ଆଖି ଜଳିଯାଇଛି । ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପୋଲିସ କହିଛି '' ।

ପୀଡିତାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ''ନାବାଳିକା ଜଣଙ୍କ ତାର ଭଉଣୀ ସାଙ୍ଗରେ ମେଟ୍ରୋ ଷ୍ଟେସନ ଆଡକୁ ଯାଉଥିବା ବେଳେ ଦୁଇ ଜଣ ବାଇକରେ ଆସି ଏସିଡ ଫିଙ୍ଗିଥିଲେ । ଏହାପରେ ଜୀବନ ବଞ୍ଚାଇବା ପାଇଁ ସେ ଏକ ଦୋକାନକୁ ଦୌଡି ପଳାଇଥିଲା । ସେଠାରେ ଦୋକାନୀ ଜଣଙ୍କ ତାର ମୁହଁରେ କ୍ଷୀର ଢାଳିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ତାର ସାନ ଭଉଣୀ ଘରକୁ ଆସି ପୁରା ଘଟଣା ସମ୍ପର୍କରେ ଜଣାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା'' ।

ଏହା ମଧ୍ୟ ପଢନ୍ତୁ-Love Jihad in Uttarakhand: ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ଯୁବକ

ତେବେ ଏହି ଘଟଣା ସମୟରେ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାକଡରେ ଦୁଇ ଜଣ ନାବାଳିକା ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସୁଥିଲେ । ଏହାପରେ ହଠାତ ୧୭ ବର୍ଷିୟା ନାବାଳିକାଙ୍କ ଉପରକୁ ଏସିଡ ଫିଙ୍ଗିଦେଇଥିଲେ । ଏହାପରେ ନାବାଳିକା ଜଣଙ୍କ ମୁହଁରେ ହାତ ରଖି ଦୌଡିବା ଆରମ୍ଭ କରିଥିଲେ ।

Last Updated : Dec 15, 2022, 7:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.