ETV Bharat / bharat

ତ୍ରିରଙ୍ଗା ବାଣ୍ଟିବାରୁ ଯୁବକଙ୍କୁ ହତ୍ୟା ଧମକ

ବିଜନୌରରେ ତ୍ରିରଙ୍ଗା ପତାକା ବାଣ୍ଟିବାରୁ ଯୁବକଙ୍କୁ ହତ୍ୟା ଧମକ । ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ତ୍ରିରଙ୍ଗା ବାଣ୍ଟିବାରୁ ଯୁବକଙ୍କୁ ହତ୍ୟା ଧମକ
ତ୍ରିରଙ୍ଗା ବାଣ୍ଟିବାରୁ ଯୁବକଙ୍କୁ ହତ୍ୟା ଧମକ
author img

By

Published : Aug 15, 2022, 10:50 PM IST

ଲକ୍ଷ୍ନୌ: ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ କରାଯାଇଛି । ଏହି ପରୀପ୍ରେକ୍ଷୀରେ ବିଜନୌର କିରତପୁର ଥାନା ଅଞ୍ଚଳରେ ଜଣେ ଯୁବକ ତ୍ରିରଙ୍ଗା ବଣ୍ଟନ କରିଥିବାରୁ ଉକ୍ତ ଯୁବକଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।

ତ୍ରିରଙ୍ଗା ବାଣ୍ଟିବାରୁ ଯୁବକଙ୍କୁ ହତ୍ୟା ଧମକ

ସୂଚନା ଅନୁସାରେ, କିରତପୁର ଥାନା ଅନ୍ତର୍ଗତ ବୁଦ୍ଧ ପାଡାର ଯୁବକ ଅରୁଣ କୁମାରଙ୍କ ପତ୍ନୀ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ନିଜ ସ୍ତ୍ରୀଙ୍କ ସହ ବୁଲି ତ୍ରିରଙ୍ଗା ବଣ୍ଟନରେ ସାହାଯ୍ୟ କରୁଥିଲେ । ଏହାକୁ ନେଇ ଅରୁଣଙ୍କ ଘର ବାହାରେ ଏକ ଧମକପୂର୍ଣ୍ଣ ଚିଠି ଲଗାଇବା ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ତ୍ରିରଙ୍ଗା ବଣ୍ଟନ ପାଇଁ ହତ୍ୟା ଧମକ ଦିଆଯାଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ISI ସଙ୍ଗଠନର ହୋଇଥିବା ନେଇ ଚିଠିରେ ଉଲ୍ଲଖ ରହିଛି । ଏହି ଘଟଣାକୁ ନେଇ ଅରୁଣଙ୍କ ପରିବାର ଥାନାର ଦ୍ବାରସ୍ଥ ହେବା ସହ ଦେଷୀକୁ ଦଣ୍ଡ ନେବା ନିମନ୍ତେ ନିବେଦନ କରିଛନ୍ତି ।

ଏହି ଘଟଣାରେ ସ୍ଥାନୀୟ ଏସପି ପ୍ରବୀଣ ରଞ୍ଜନ ସିଂ କହିଛନ୍ତି ଯେ," ପୀଡିତାଙ୍କୁ ସୁରକ୍ଷା ଦେବା ନିମନ୍ତେ ପୋଲିସ ସୁରକ୍ଷା ଦିଆଯାଇଛି । ନଜୀବବାଦ ପୋଲିସ ଦ୍ବାରା ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଶୀଘ୍ର ଅପରାଧୀକୁ ଗିରଫ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.