ETV Bharat / bharat

'ପାକିସ୍ତାନର ବିଜୟ ପାଳୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଚାର୍ଜ'

ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ବିଜୟ ପାଳୁଥିବା ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହ ଆଇନ ଲାଗିବ । ପାକିସ୍ତାନ ସମର୍ଥକଙ୍କ ବିରୁଦ୍ଧରେ ଏଭଳି କଠୋର ମନ୍ତବ୍ୟ ଦେଲେ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

'ପାକିସ୍ତାନର ବିଜୟ ପାଳୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦେଶଦ୍ରୋହ ଚାର୍ଜ ଲାଗିବ'

author img

By

Published : Oct 28, 2021, 1:10 PM IST

ଲକ୍ଷ୍ନୌ: ଟି-ଟ୍ବେଣ୍ଟିରେ ପାକିସ୍ତାନର ବିଜୟ ମନାଉଥିବା ବ୍ୟକ୍ତିଙ୍କ ଉପରେ ଯୋଗୀ ଆଦିତ୍ୟନାଥଙ୍କ କଠୋର ଆଭିମୁଖ୍ୟ । ଟି-ଟ୍ବେଣ୍ଟି ବିଶ୍ବକପ୍ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟକୁ ପାଳନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦେଶଦ୍ରୋହ ଚାର୍ଜ ଲାଗିବା ପାଇଁ କହିଲେ ଯୋଗୀ । ଏକ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ସାକ୍ଷାତକାର ଲିଙ୍କ ତାଙ୍କ କାର୍ଯ୍ୟାଳୟର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି ।

  • पाक की जीत का जश्न मनाने वालों पर देशद्रोह लगेगा: मुख्यमंत्री श्री @myogiadityanath जी महाराज pic.twitter.com/34DEij8y3t

    — Yogi Adityanath Office (@myogioffice) October 28, 2021 " class="align-text-top noRightClick twitterSection" data=" ">

ଗତ ରବିବାର ଦିନ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ଜିତିବା ପରେ ତିନି ଜଣ କାଶ୍ମିରୀ ଇଞ୍ଜିନିୟରିଂ ଛାତ୍ର ଆଗ୍ରାରେ ଆଣ୍ଟି-ନ୍ୟାସନାଲ ସ୍ଲୋଗାନ ଦେଇ ପାକିସ୍ତାନର ବିଜୟ ମନାଇଥିଲେ । ଯେଉଁଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାର ଦିନକ ପରେ ପାକିସ୍ତାନ ସମର୍ଥକଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ରଖିଥିଲେ ଯୋଗୀ ଆଦିତ୍ୟନାଥ ।

ଉଲ୍ଲେଖଯୋଗ୍ୟ, ଉକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ବିରୁଦ୍ଧରେ ସ୍ଥାନୀୟ କିଛି ବିଜେପି ନେତା ଥାନାରେ ଅଭିଯୋଗ କରିଥିଲେ । ଯାହାପରେ କଲେଜ ପ୍ରଶାସନ ସେମାନଙ୍କୁ ସସପେଣ୍ଡ କରିବା ସହ ପୋଲିସ ମାମଲା ରୁଜୁ କରି ଛାତ୍ରମାନଙ୍କୁ ଗିରଫ କରିଥିଲା ।

ଗତ ରବିବାର ଭାରତ-ପାକିସ୍ତାନ ମ୍ୟାଚ ପରେ ପାକିସ୍ତାନର ବିଜୟ ପାଳିବା ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ୫ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.