ନୂଆଦିଲ୍ଲୀ: ପାକିସ୍ତାନ ନୂଆ ସେନା ମୁଖ୍ୟ ଅସିମ ମୁନୀରଙ୍କ ବୟାନ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ହରିଶ ରାୱତ । ସେ କହିଛନ୍ତି, ''ବର୍ତ୍ତମାନ ପାକିସ୍ତାନ ଦୁର୍ବଳ ଅଛି ପିଓକେକୁ ଫେରାଇ ଆଣିବା ପାଇଁ ଏହା ଏବେ ଉପଯୁକ୍ତ ସମୟ । ପିଓକେ ( Pak-occupied Kashmir)କୁ ନେଇ ପାକ୍ ନୂଆ ସେନା ମୁଖ୍ୟ ଅସିମ ମୁନୀରଙ୍କ ବୟାନ ଉପରେ ଏହି ଜବାବ ଦେଇଛନ୍ତି କଂଗ୍ରେସ ନେତା ହରିଶ ରାୱତ ।
-
"This is the time to take PoK back," says Congress leader Harish Rawat
— ANI Digital (@ani_digital) December 4, 2022 " class="align-text-top noRightClick twitterSection" data="
Read @ANI Story | https://t.co/p0Ah4KGLIl#HarishRawat #Congress pic.twitter.com/xtPG1eqfFP
">"This is the time to take PoK back," says Congress leader Harish Rawat
— ANI Digital (@ani_digital) December 4, 2022
Read @ANI Story | https://t.co/p0Ah4KGLIl#HarishRawat #Congress pic.twitter.com/xtPG1eqfFP"This is the time to take PoK back," says Congress leader Harish Rawat
— ANI Digital (@ani_digital) December 4, 2022
Read @ANI Story | https://t.co/p0Ah4KGLIl#HarishRawat #Congress pic.twitter.com/xtPG1eqfFP
ସେ ଆହୁରି କହିଛନ୍ତି, ''ବର୍ତ୍ତମାନ ପାକିସ୍ତାନ ଏକ ଦୁର୍ବଳ ଅବସ୍ଥାରେ ଅଛି । ତେଣୁ ପାକିସ୍ତାନ କବଳରୁ ପିଓକେକୁ ଅକ୍ତିଆର କରିବା ପାଇଁ ଏହା ହେଉଛି ପ୍ରକୃତ ସୁଯୋଗ । ପାକିସ୍ତାନ ଅଧିକୃତ କାଶ୍ମୀରକୁ ପୁଣି ଥରେ ଫେରାଇ ଅଣାଯାଉ । ଏହା ଆମର କର୍ତ୍ତବ୍ୟ । ଏହା ମୋଦି ସରକାରଙ୍କ ଏଜେଣ୍ଡା ହେବା ଉଚିତ୍ । କଂଗ୍ରେସ ସରକାର ସମୟରେ ଆମେ ସଂସଦରେ ସଂକଳ୍ପ ପାରିତ କରିଥିଲୁ । ବର୍ତ୍ତମାନ ସ୍ଥିତିରେ ପାକିସ୍ତାନ ଦୁର୍ବଳ ଅଛି । ତେଣୁ ପିଓକେକୁ ଫେରାଇ ଆଣିବା ଏକ ପ୍ରକୃଷ୍ଟ ସମୟ ।'' ପାକିସ୍ତାନ ନୂଆ ସେନା ମୁଖ୍ୟ ଅସୀମ ମୁନିର ତାଙ୍କ ନିଯୁକ୍ତିର ଏକ ସପ୍ତାହ ମଧ୍ୟରେ କହିଥିଲେ ଯେ, ଯଦି ତାଙ୍କ ଦେଶ ଉପରେ ଆକ୍ରମଣ ହୁଏ ତେବେ ସେମାନେ ସବୁ ପ୍ରକାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ହରିଶ ରାୱତ ଭାରତ ସରକାର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପୁଣି ଫେରାଇ ଆଣିବା ପାଇଁ ଏବେ ହେଉଛି ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ...ରାଜସ୍ଥାନରେ ଭାରତ ଯୋଡ ଯାତ୍ରା, ରାହୁଲଙ୍କ ସହ ପାଦ ମିଶାଇ ଚାଲୁଛନ୍ତି ଗେହଲଟ-ପାଇଲଟ
ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ସେନାର ଉତ୍ତର କମାଣ୍ଡର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ପିଓକେକୁ ନେଇ ନିକଟରେ ବଡ ବୟାନ ଦେଇଥିଲେ । ସେ କହିଥିଲେ, ସେନା ପିଓକେ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ । କେବଳ ଭାରତ ସରକାରଙ୍କ ଆଦେଶକୁ ଅପେକ୍ଷା । ତାଙ୍କର ଏହି ଟିପ୍ପଣୀ ପରେ ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ମନ୍ତବ୍ୟ ପାଇଁ ସମାଲୋଚନାର ଶିକାର ହୋଇଥିଲା ।
ପୂର୍ବରୁ ଅକ୍ଟୋବର 28ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍)କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀର ସଂକଳ୍ପକୁ ଦୋହରାଇ କହିଥିଲେ ଯେ ସମସ୍ତ ଶରଣାର୍ଥୀ ନିଜ ଜମି ଓ ଘର ଫେରି ପାଇବେ ।