ETV Bharat / bharat

ଧାରା 370 ଉଚ୍ଛେଦକୁ ପୁରିଲା 3 ବର୍ଷ, ସୁଧୁରିଛି ସ୍ଥିତି

author img

By

Published : Aug 5, 2022, 9:38 AM IST

Updated : Aug 5, 2022, 11:24 AM IST

ଅଗଷ୍ଟ 5 2019 ଏକ ଐତିହାସିକ ଦିନ । ଏହି ଦିନ ଜମ୍ମୁର ବିକାଶ ବିଶ୍ବାସର ଯାତ୍ରା ଆରମ୍ଭ ହୋଇଥିଲା । ବୃହତ ଐତିହାସିକ ନିଷ୍ପତ୍ତି ନେଇ ବିଜେପି ସରକାର ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା 370ର ଉଚ୍ଛେଦ କରାଯାଇଥିଲା । ଆଜି ଏହି ଐତିହାସିକ ଦିନକୁ 3 ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ

Article 370
Article 370

ହାଇଦ୍ରାବାଦ: ଅଗଷ୍ଟ 5 2019 ଏକ ଐତିହାସିକ ଦିନ । ଏହି ଦିନ ଜମ୍ମୁର ବିକାଶ ବିଶ୍ବାସର ଯାତ୍ରା ଆରମ୍ଭ ହୋଇଥିଲା । କଶ୍ମୀରରୁ କନ୍ୟାକୁମାରୀ ଏକ ହୋଇଥିଲା । ବୃହତ ଐତିହାସିକ ନିଷ୍ପତ୍ତି ନେଇ ବିଜେପି ସରକାର ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା 370ର ଉଚ୍ଛେଦ କରାଯାଇଥିଲା । ଅଗଷ୍ଟ 4 ମଧ୍ୟରାତ୍ରିରେ ପ୍ଲାନ ହେଲା 370 ଉଚ୍ଛେଦ ମିଶନ । ଆଉ ରାତି ପାହିଲା ପରେ ରଦ୍ଦ ହୋଇଥିଲା ଧାରା 370 । ଆଜି ଏହି ଐତିହାସିକ ଦିନକୁ 3 ବର୍ଷ ପୂରଣ ହୋଇଛି । ଅଗଷ୍ଟ 5 2019ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଧାରା 370 ଏବଂ 35A ରଦ୍ଦ ପାଇଁ ବିଲ୍ ଉପସ୍ଥାପନ କରିଥିଲେ ଏବଂ ଏହାକୁ ରଦ୍ଦ କରିଥିଲେ ଯାହା ସଂସଦର ଅଧିକାଂଶ ସଦସ୍ୟଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା।

ଧାରା 370 ହଟିବା ପରେ ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ 4ରେ ଘାଟିରେ ନେତୃତ୍ବ ରାଜନୈତିକ ଦଳର ସମସ୍ତ ନେତାଙ୍କୁ ଅଟକ ରଖାଯାଇଥିଲା । 7 ମାସ ଯାଏଁ କଶ୍ମୀରରେ କର୍ଫ୍ୟୁ ଲାଗି ଯାଇଥିଲା । ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ହୋଇଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ସୁରକ୍ଷାବଳ ମୁତୟନ ହୋଇଥିଲେ । ଧାରା 370 ରଦ୍ଦ ହେବା ସହିତ ଜାମ୍ମୁ କଶ୍ମୀରର ସମ୍ବିଧାନ ମଧ୍ୟ ରଦ୍ଦ କରାଯାଇଥିଲା ଏବଂ ଜାମ୍ମୁ କଶ୍ମୀରେ ପୁନର୍ଗଠନ ଆଇନ ଲାଗୁ କରାଯାଇଥିଲା ।ବିଧାନସଭା କାର୍ଯ୍ୟକାଳ 6 ବର୍ଷ ପରିବର୍ତ୍ତେ ରହିବ 5 ବର୍ଷ ହୋଇଥିଲା । ଏଠାରେ ଏଲଜି ପ୍ରଶାସନ ଶାସନ ବ୍ୟବସ୍ଥା ଚଳାଉଛି ।

ଧାରା 370 ଉଚ୍ଛେଦକୁ 3 ବର୍ଷ ପୂରଣ ଅବସରରେ, ପିପୁଲ୍ସ କନଫରେନ୍ସ କହିଛି, ‘‘ଏହା ସବୁବେଳେ ଜମ୍ମୁ କାଶ୍ମୀର ଇତିହାସର ଏକ କଳାଦିନ ହୋଇ ରହିବ । ଏହି ଦିନଟି ସବୁବେଳେ କାଶ୍ମୀରବାସୀଙ୍କ ଅସହଯୋଗ ଦିନ ଭାବେ ମନେ ରହିବ ।’’ ଏହାଛଡା ଅନ୍ୟ ଜାତୀୟ ରାଜନୈତିକ ଦଳ ଯେପରି ଜାତୀୟ ସମ୍ମିଳନୀ ପିଡିପି, କଂଗ୍ରେସ ଏବଂ ଅପନି ପାର୍ଟି ଏ ଯାଏଁ ପ୍ରତିକ୍ରିୟା ଦେଇ ନାହାନ୍ତି । ଅଗଷ୍ଟ 5 2019 ପରେ କେନ୍ଦ୍ର ସରକାର ଏଠାରେ ବିଚ୍ଛିନ୍ନତାବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିମ୍ବା ସେମାନଙ୍କ ନେତା ଓ କର୍ମୀଙ୍କୁ କାରାଗାରରେ ରଖିଛନ୍ତି ।

କେନ୍ଦ୍ର ସରକାର ଓ ସ୍ଥାନୀୟ ଲୋକ କହିଛନ୍ତି, ଧାରା 370 ହଟିବା ପରେ କଶ୍ମୀରରେ ସୁରକ୍ଷା ସ୍ଥିତି ସୁଧୁରିଛି । ପଥର ଫିଙ୍ଗିବା ଏବଂ ଆଇନ ଶୃଙ୍ଖଳା ଉଲ୍ଲଂଘନ ଘଟଣା ହ୍ରାସ ପାଇଛି । ବିଚ୍ଛିନ୍ନତାବାଦକୁ ଦମନ କରି ଆତଙ୍କୀ ଆକ୍ରମଣକୁ କମ କରାଯାଇଛି ।

ଧାରା 370 ଉଚ୍ଛେଦ ପରେ କମିଛି ଆତଙ୍କୀ ଆକ୍ରମଣ...

ଧାରା 370 ହଟିବା ପରେ ଘାଟିରେ ଆତଙ୍କୀ ଘଟଣା କମିଛି । ଆତଙ୍କୀ ଘଟଣାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା କମିଛି । ଧାରା 370 ହଟିବାର 3ବର୍ଷ ପରେ ଓ ପୂର୍ବ ଘଟଣା ତୁଳନାରେ କଶ୍ମୀର ଜୋନରେ ଆତଙ୍କୀ ଘଟଣା କମିଥିବା ଜମ୍ମୁ କଶ୍ମୀର ପୋଲିସ ସୂଚନା ଦେଇଛି । 3 ଅଗଷ୍ଟ 2016ରେରୁ 4 ଅଗଷ୍ଟ 2019 ମଧ୍ୟରେ 3686 ଆଇନ ଶୃଙ୍ଖଳା ଘଟଣା ହୋଇଥିଲା । 5 ଅଗଷ୍ଟ 2019ରୁ 4 ଅଗଷ୍ଟ 2022ରେ ମାତ୍ର 438 ଘଟଣା ରହିଛି । 370 ହଟିବାର 3 ବର୍ଷ ପୂର୍ବରୁ ଆଇନ ଶୃଙ୍ଖଳା ଘଟଣାରେ 124 ନାଗରିକଙ୍କ ଜୀବନ ଯାଇଛି । ମାତ୍ର ସ୍ବତନ୍ତ୍ର ମାନ୍ୟତା ହଟିବା ପରେ ଏହା କମିଛି ।

ସୀମାରେ ଆତଙ୍କୀ ଘଟଣା କଥା କୁହାଯାଏ ତ ଧାରା 370 ରଦ୍ଦ ପୂର୍ବରୁ 290 ଶହୀଦ ହୋଇଥିଲେ । 5 ଅଗଷ୍ଟ 2016ରୁ 4 ଅଗଷ୍ଟ 2019 ମଧ୍ୟରେ ମୋଟ 930 ଆତଙ୍କୀ ଘଟଣା ଘଟିଥିଲା । ଧାରା 370 ରଦ୍ଦ ପରେ ତାହା କମି 617ରେ ପହଞ୍ଚିଛି । ଏହା ଆତଙ୍କୀ ଘଟଣାରେ ଧାରା 370 ହଟିବା ପୂର୍ବରୁ 290 ଯବାନ ଶହୀଦ ହୋଇଥିଲେ । ଏହା ସହିତ 191 ନାଗରିକ ଆଖି ବୁଜିଥିଲେ । ଧାରା 370 ହଟିବାର 3 ବର୍ଷ ପରେ 174 ଯବାନ ଶହୀଦ ହୋଇଥିବାବେଳେ 110 ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

Last Updated : Aug 5, 2022, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.