ETV Bharat / bharat

Jewellery Stealing: ସଟର କାଟି 9 KG ସୁନା, ହୀରା ଲୁଟିଲେ ବୁଲା ବିକାଳୀ

author img

By

Published : Feb 10, 2023, 10:37 PM IST

ଚେନ୍ନାଇର ଏକ ଦୋକାନରୁ ୯କେଜି ସୁନା ଓ ୨୦ ଲକ୍ଷ ଟଙ୍କାର ଡାଏମଣ୍ଡ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ସଟର ୱେଲ୍ଡିଂ ମେସିନ ସହାୟତାରେ କାଟି କରିଛନ୍ତି ଏହି ଲୁଟ । ଅଧିକ ପଢନ୍ତୁ

Jewellery Stealing
Jewellery Stealing

ଚେନ୍ନାଇ: ତାମିଲନାଡୁ ଚେନ୍ନାଇର ଏକ ଦୋକାନରେ ହୋଇଛି ବଡ଼ ଧରଣର ଲୁଟ । ଦୁର୍ବୃତ୍ତମାନେ ସଟରକୁ କାଟି ପ୍ରାୟ ୯କେଜି ସୁନା ଅଳଙ୍କାର ସହ ୨୦ ଲକ୍ଷ ଟଙ୍କାର ଡାଏମଣ୍ଡ ଅଳଙ୍କାରକୁ ଲୁଟି ନେଇଛନ୍ତି । ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚେନ୍ନାଇ ପେରାମ୍ବର ନିକଟରେ ଘଟିଛି ଏହି ଘଟଣା ।

ସୁନା ଦୋକାନୀ ଶ୍ରୀଧର ପେରାମ୍ବର ପେପର ମିଲ୍ସ ରୋଡ ନିକଟରେ ରହିଥାନ୍ତି । ସେ ତୃତୀୟ ମହଲାରେ ନିଜ ପରିବାର ସହିତ ରହୁଥିବା ବେଳେ ଦ୍ବିତୀୟ ମହଲାରେ ତାଙ୍କ ସୁନା ଦୋକାନ ରହିଛି । ରାସ୍ତାକଡ଼ରେ ଏହି ଦୋକାନଟି ରହିଥିବା ଜଣାପଡ଼ିଛି । ତେବେ ସେ ଗତ ୮ବର୍ଷ ଧରି ଏହି ଦୋକାନକୁ ଚଲାଇ ଆସୁଛନ୍ତି । ଗୁରୁବାର ରାତିରେ ଶ୍ରୀଧର ସବୁ ଦିନ ପରି ନିଜ ଦୋକାନ ବନ୍ଦ କରିଥିଲେ । ମାତ୍ର ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ହଠାତ ସେ ଆଶ୍ଚର୍ଯ୍ୟ ହୋଇଡ଼ିଥିଲେ । ଆଉ ଦୋକାନରେ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- CAR ACCIDENT: ଭୟଙ୍କର ଦୁର୍ଘଟଣା, ସ୍ୱାମୀ ଆଖି ଆଗରେ ଜିଅନ୍ତା ଜଳିଗଲେ ସ୍ତ୍ରୀ

ଯେତେବେଳେ ଶ୍ରୀଧର ଦୋକାନ ଖୋଲିବାକୁ ଆସିଥିଲେ, ଦୋକାନ ଘର ସଟର ଚାରି କଣିଆ ଭାବେ କଟା ହୋଇଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପ୍ରବେଶ କରିବା ଲାଗି ଏକ ୱେଲ୍ଡିଂ ମେସିନର ବ୍ୟବହାର କରିଥିଲେ । ଦୋକାନକୁ ୪ କଣିଆ ଭଳି କାଟି ଦୋକାନ ଭିତରକୁ ପ୍ରବେଶ କରିଥିବା ଶ୍ରୀଧର ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଦୋକାନ ଖୋଲିବା ପରେ ସମସ୍ତ ଅଳଙ୍କାରକୁ ଲୁଟି ନେଇଥିଲେ ଦୁର୍ବୃତ୍ତ ।

ଶ୍ରୀଧରଙ୍କ କହିବାନୁସାରେ ପ୍ରାୟ ୯କେଜି ସୁନା ଅଳଙ୍କାର ସହ ୨୦ ଲକ୍ଷ ଟଙ୍କାର ଡାଏମଣ୍ଡ ଚୋରି ହୋଇଛି । ଏ ନେଇ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଚୋରମାନେ ଚତୁରତା ଦେଖାଇ ବିଲ଼୍ଡିଂରେ ଲାଗିଥିବା CCTV କ୍ୟାମେରାର ହାର୍ଡ ଡିସ୍କକୁ ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ତୁରନ୍ତ ଦୁର୍ବୃତ୍ତମାନଙ୍କୁ କାବୁ କରିବ ବୋଲି ଶ୍ରୀଧରଙ୍କୁ ପ୍ରତିଶୃତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.