ETV Bharat / bharat

ବିହାରରେ ମାତିଲେ ଚୋର, ଗାଁରୁ ଚୋରି କଲେ ଟ୍ରାନ୍ସଫର୍ମର - ଗାଁରୁ ଚୋରି କଲେ ଟ୍ରାନ୍ସଫର୍ମର

ବିହାର ସିୱାନ ଜିଲ୍ଲାରେ ଘଟିଛି ଅଜବ ଘଟଣା । ଯେଉଁଠି ଚୋରମାନେ ୫ଟି ଗାଁର ଟ୍ରାନ୍ସଫର୍ମର ଚୋରି କରି ନେଇଥିବା ଜଣାପଡ଼ିଛି (Transformer stolen in five villages of Siwan ) । ଅଧିକ ପଢନ୍ତୁ

ବିହାରରେ ମାତିଲେ ଚୋର, ଗାଁରୁ ଚୋରି କଲେ ଟ୍ରାନ୍ସଫର୍ମର

author img

By

Published : Dec 13, 2022, 10:01 PM IST

ପାଟନା: ଆଜି ପର୍ଯ୍ୟନ୍ତ ଆପଣ ଗହଣା, ଟଙ୍କା ବା କୌଣସି ମୂଲ୍ୟବାନ ପଦାର୍ଥ ଚୋରି ହୋଇଥିବା ଶୁଣିଥିବେ । ତେବେ କୌଣସି ଗାଁରେ ଟ୍ରାନ୍ସଫର୍ମର ଚୋରି ହୋଇଥିବା ହୁଏତ ଶୁଣିନଥିବେ । ତାପୁଣି ଗୋଟିଏ ରାତିରେ ୫ଟି ଗାଁରୁ ୫ଟି ଟ୍ରାନ୍ସଫର୍ମର ଚୋରି । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି ଏକ ଘଟଣା ବିହାର ସିୱାନ ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠି ଚୋରମାନେ ଟ୍ରାନ୍ସଫର୍ମର ଚୋରି କରି ଚମ୍ପଟ ମାରିଛନ୍ତି (Transformer stolen in five villages of Siwan ) । ଫଳରେ ୫ଟି ଗାଁ ଅନ୍ଧାରରେ ରହିଛି ।

ଟ୍ରାନ୍ସଫର୍ମର ଚୋରି ମାମଲା ସିୱାନ ଜିଲ୍ଲାର ରଘୁନାଥପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି କୁହାଯାଉଛି । ଚୋରମାନେ ରଘୁନାଥପୁରର ୫ଟି ଗାଁର ଟ୍ରାନ୍ସଫର୍ମର ଚୋରି କରି ନେଇଛନ୍ତି । ଏହି କାରଣରୁ ସମସ୍ତ ୫ଟି ଗାଁ ଅନ୍ଧାର ଘେରରେ ରହିଛି । ରଘୁନାଥପୁର ପଞ୍ଚାୟତର ୱାର୍ଡ ନମ୍ବର ୧୨ ଏବଂ ୧୪ରେ ଟ୍ରାନ୍ସଫର୍ମର ଚୋରି ଘଟଣା ରବିବାର ରାତିରେ ଘଟିଛି । ସୋମବାର ସକାଳେ ଯେତେବେଳେ ଲୋକମାନେ ଉଠିଥିଲେ, ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ବିଦ୍ୟୁତ ସରବରାହ ବନ୍ଦର କାରଣ ଖୋଜି ଖୋଜି ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ଗାଁ ଲୋକେ ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- ବାପାକୁ ହତ୍ୟା ପରେ ୩୦ ଖଣ୍ଡ କରି କୂଅରେ ଫିଙ୍ଗିଲା ପୁଅ

ମିଳିଥିବା ସୂଚନା ଅନୁସାରେ ସମସ୍ତ ୫ଟି ଗାଁରେ ୧୬ କେଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା । ଚୋରମାନଙ୍କ ଦ୍ବାରା ଟ୍ରାନ୍ସଫର୍ମର ଚୋରି ଘଟଣା ପରେ ଗାଁର ବିଦ୍ୟୁତ ବ୍ୟବସ୍ଥା ବ୍ୟାହତ ହୋଇଥିବାରୁ ସ୍ଥାନୀୟ ଲୋକେ ଚିନ୍ତିତ ଅବସ୍ଥାରେ ରହିଛନ୍ତି । ଲୋକମାନେ ଆଶଙ୍କା କରିଛନ୍ତି ଯେ ଚୋରମାନେ ଟ୍ରାନ୍ସଫର୍ମର ଚୋରି କରି ଗାଁକୁ ଅନ୍ଧକାରରେ ରଖି ଅପରାଧିକ ଘଟଣା ଭିଆଇବାକୁ ଚାହୁଁଛନ୍ତି । ଏଥିଲାଗି ସେମାନେ ଟ୍ରାନ୍ସଫର୍ମରକୁ ଚୋରି କରି ନେଇଛନ୍ତି ।

ଏ ନେଇ ସ୍ଥାନୀୟ ଥାନାଧିକାରୀ ତନୱିର ଆଲମ କହିଛନ୍ତି ଯେ ଗ୍ରାମବାସୀଙ୍କ ଠାରୁ ସେ ଏନେଇ ଜାଣିବାକୁ ପାଇଥିଲେ । ରଘୁନାଥପୁର, ପଞ୍ଜୱାର, କୃଷି ଫାର୍ମ, ଅମୱାରୀ ଓ ମୁରାରପଟ୍ଟି ଗାଁର ୫ଟି ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ରଘୁନାଥପୁର ଜେଇ ଅମିତ ମୌର୍ଯ୍ୟ ଅଭିଯୋଗ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ଚୋରଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.