ETV Bharat / bharat

ଚୋରି କରିବାକୁ ଆସି ଫେରିଗଲା ଚୋର, ଘରେ ରଖି ଦେଇଗଲା 500 ଟଙ୍କା - ଚୋରି କରିବାକୁ ଆସି ମାନବିକତା ଦେଖାଇଲା ଚୋର

ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରକୁ ଚୋରି କରିବାକୁ ଯାଇଥିଲା ଚୋର। କିଛି ନପାଇବାରୁ ଘରେ 500 ଟଙ୍କା ରଖି ଫେରି ଆସିଲା ଚୋର। ଅଧିକ ପଢନ୍ତୁ

thieves left behind rs five hundred note

author img

By

Published : Jul 25, 2023, 3:46 PM IST

ନୂଆଦିଲ୍ଲୀ: ଚୋରି କରିବାକୁ ଆସି ମାନବିକତା ଦେଖାଇଲା ଚୋର। ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରକୁ ଚୋରି କରିବାକୁ ଆସି କିଛି ନନେଇ ଫେରିଗଲା ଚୋର। ଘରେ କୌଣସି ଦାମି ଜିନିଷ ନଥିବାରୁ 500 ଟଙ୍କା ରଖି ଦେଇ ଚାଲିଗଲା। ଏଭଳି ଘଟଣା ଘଟିଛି ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ଜୁଲାଇ 20 ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପରେ ଦିନ ଏନେଇ ପୋଲିସ ନିକଟରେ ଚୋରି ଅଭିଯୋଗ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ଖାଇସାରି ଟ୍ରେନରେ ଶୋଇପଡିଲେ ପୋଲିସ ବାବୁ, ବନ୍ଧୁକ ନେଇଗଲା ଚୋର

ରୋହିଣୀ ସେକ୍ଟର 8ର ଏକ ଘରେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ତାଙ୍କ ପତ୍ନୀ ରୁହନ୍ତି। ଜୁଲାଇ 19 ତାରିଖର ସକାଳ ସମୟରେ ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କୁ ସହ ଗୁରୁଗ୍ରାମକୁ ଯାଇଥିଲେ। ସେଠାରୁ ଫେରି ପରେ ଘରର ମୁଖ୍ୟ ଦ୍ବାରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଘରୁ କିଛି ବି ଚୋରି ହୋଇନଥିବା ବେଳେ ଏକ 500 ଶହ ଟଙ୍କା ପାଇଥିଲେ। ଏନେଇ ବୃଦ୍ଧ ଜଣଙ୍କ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି 80 ବର୍ଷିୟ ବୃଦ୍ଧ ଜଣଙ୍କୁ ଭେଟିଥିଲେ। ବୃଦ୍ଧ ରାମକ୍ରିଷ୍ଣା ପୁରା ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଚୋରଙ୍କୁ ବର୍ତ୍ତମାନ ଖୋଜୁଛି ପୋଲିସ।

ଏହା ମଧ୍ୟ ପଢନ୍ତୁ-ଚୋରି କରିବାକୁ ଆସି ମନ୍ଦିରରେ ଶୋଇପଡିଲା ଚୋର, ଆଉ ତା ପରେ..

ଏନେଇ ପୋଲିସ କହିଛି ଯେ, ଜୁଲାଇ 21 ତାରିଖ ଦିନ ଅବସରପ୍ରାପ୍ତ 89 ବର୍ଷିୟ ଇଞ୍ଜିନିୟର ରାମକ୍ରିଷ୍ଣା ନାମକ ଜଣେ ବୃଦ୍ଧ ଥାନାକୁ କଲ କରିଥିଲେ। ତାଙ୍କ ଘରେ ଚୋର ପଶିଥିବା ନେଇ ସେ ପୋଲିସକୁ ଅବଗତ କରାଇଥିଲେ। ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବୃଦ୍ଧ ଘରର ମେନ ଗେଟର ଲକ ଭାଙ୍ଗିଥିବା ପୋଲିସ ଦେଖିବାକୁ ପାଇଥିଲା। କିନ୍ତୁ ଚୋର କିଛି ଚୋରି କରିନଥିବା ପୋଲିସ କହିଛି। ବୃଦ୍ଧ ଜଣଙ୍କ ପୋଲିସକୁ କହିଥିଲେ ଚୋର ଆମ ଘରୁ କିଛି ବି ନେଇ ନାହିଁ କିନ୍ତୁ 500 ଟଙ୍କା ଛାଡିଯାଇଛି।

ଚଳିତ ବର୍ଷ ଫେବୃଆରୀ ମାସରେ ତାମିଲନାଡୁରେ ଏକ ଚୋର ମନ୍ଦିରକୁ ଚୋରି କରିବାକୁ ଆସି ଶୋଇପଡିଥିଲା। ଏହାପରେ ସକାଳ ସମୟର ଭେଟ୍ରି ବିନୟାନଗର ମନ୍ଦିର ପରିସରରେ ଚୋରଟି ଶୋଇଥିବା ମନ୍ଦିର ପୂଜକ ଦେଖିବାକୁ ପାଇଥିଲେ। ଏହାପରେ ତା ସହ କଥା ହେବାରୁ ଚୋରି କରିବାକୁ ଆସି ଶୋଇପଡିଥିବା ଯୁବକ ଜଣଙ୍କ କହିଥିଲେ। ଶେଷରେ ପୋଲିସ ଯୁବକଙ୍କୁ ଗିରଫ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.