ETV Bharat / bharat

ଅକ୍ସିଜେନ ପାଇପ କାଟି ଦେଲେ ଚୋର, ଅଳ୍ପକେ ବର୍ତ୍ତିଗଲା 20 ଶିଶୁଙ୍କ ଜୀବନ - ଦୁର୍ଘଟଣା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା 20 ଶିଶୁଙ୍କ ଜୀବନ

ଅକ୍ସିଜେନ ପାଇ କାଟି ଦେଲେ ଚୋର। ବଡ ଦୁର୍ଘଟଣା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା 20 ଶିଶୁଙ୍କ ଜୀବନ। ଅଧିକ ପଢନ୍ତୁ

Alwar Geetanand Shishu Hospital
Alwar Geetanand Shishu Hospital
author img

By

Published : Feb 6, 2023, 2:35 PM IST

ଜୟପୁର: ଅନ୍ଧାର ସୁଯୋଗ ନେଇ ହସ୍ପିଟାଲର ଅକ୍ସିଜେନ ପାଇପ କାଟି ଦେଲେ ଚୋର । ବଡ ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା 20 ଶିଶୁଙ୍କ ଜୀବନ । ରାଜସ୍ଥାନର ଗୀତାନନ୍ଦ ଶିଶୁ ହସ୍ପିଟାଲରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରୁ ଚୋର ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସମସ୍ତ ଶିଶୁ ସୁରକ୍ଷିତ ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଘଟଣା ଟି ଥିଲା ଏମିତି: ଗୀତାନନ୍ଦ ଶିଶୁ ହସ୍ପିଟାଲରେ ପ୍ରାୟ 20 ନବଜାତ ଶିଶୁ FBNC ୱାର୍ଡରେ ଅମ୍ଳଜାନ ସହାୟତାରେ ଥିଲେ । ଏହି ସମୟରେ କିଛି ଚୋର ହସ୍ପିଟାଲ ପଛ ପଟେ ଅନ୍ଧାରର ସୁଯୋଗ ନେଇ ଚୋରି କରିବା ଉଦ୍ଦେଶ୍ୟର ଅକ୍ସିଜେନ ପାଇପ କାଟି ଦେଇଥିଲେ । ଏହାପରେ ହଠାତ ଅକ୍ସିଜେନ ବନ୍ଦ ହୋଇଯିବାରୁ ହସ୍ପିଟାଲ୍‌ରେ ଶିଶୁଙ୍କ ନିଶ୍ବାସପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହୋଇଥିଲା । ଏହା ଜଣାପଡିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଚୋରି କରିବାକୁ ଆସିଥିବା ଚୋର ଫେରାର ହେବାକୁ ଚେଷ୍ଟା କରିଥିଲେ ।

ଚୋରମାନେ ହସ୍ପିଚାଲରୁ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଚୋରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଧରି ପକାଇଥିଲେ । ଏହାପରେ ଉଭୟଙ୍କୁ ପୋଲିସର ଜିମା ଦେଇଥିଲେ । ତେବେ ଏପରି ଘଟଣା ପରେ ହସ୍ପିଚଟାଲ ପରିସରରେ ରଖାଯାଇଥିବା 10ଟି ଅକ୍ସିଜେନ ସିଲିଣ୍ଡର FBNC ୱାର୍ଡକୁ ନିଆଯାଇଥିଲା । ରାତ୍ରି ସମୟରେ ହସ୍ପିଟାଲ ପକ୍ଷରୁ କଟାଯାଇଥିବା ସିଲିଣ୍ଡର ପାଇପକୁ ମରାମତି କରାଯାଇଥିଲା । ପରମୁହୁର୍ତ୍ତରେ ଆଇସିୟୁରେ ଅକ୍ସିଜେନ ଯୋଗାଣ କରାଯାଇଥିଲା । ତେବେ ଯେଉଁ ଦୁର୍ବତ୍ତ ମାନେ ବର୍ତ୍ତମାନ ଫେରାର ଅଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି ।

ପୂର୍ବରୁ ମଧ୍ୟ ଅନେକ ଥର ହସ୍ପିଟାଲରେ ଚୋରି ହୋଇଛି: ଏନେଇ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀ କହିଛନ୍ତି ଯେ, "ପୂର୍ବରୁ ଚୋରମାନେ ଅନେକ ଥର ଡାକ୍ତରଖାନାର ବିଦ୍ୟୁତ ତାର, ଅକ୍ସିଜେନ ପାଇପ ଚୋରି କରିବାକୁ ଚେଷ୍ଟା କରିଥିଲେ । ଅନେକ ସମସୟରେ ଏପରି ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଗୀତାନନ୍ଦ ଶିଶୁ ହସ୍ପିଟାଲରେ ଥିବା FBNC ଓ୍ବାର୍ଡ ହେଉଛି ଶିଶୁ ଆଇସିୟୁ । ଏଠାରେ ଅସୁସ୍ଥ ଥିବା ଶିଶୁଙ୍କୁ ଅକ୍ସିଜେନ ସାହାଯ୍ୟରେ ରଖାଯାଇଥାଏ । ଯଦି ଏଠାରେ ଅକ୍ସିଜେନ ବନ୍ଦ ହୋଇଯାଏ ତେବେ ବଡ଼ ଅଘଟଣ ଘଟିବାର ସମ୍ଭାବନା ରହିଛି ।"

ଏହି ଘଟଣାରେ ଦୁଇ ଚୋରଙ୍କୁ ପୋଲିସ ଧରିଥିବା ବେଳେ ପଚରାଉଚରା କରୁଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ହସ୍ତଗତ ହୋଇଛି । ଦୁଇ ଚୋରଙ୍କୁ ସ୍ଥାନୀୟ ଲୋକେ ମାଡମାରିବା ସହ ପୋଲିସକୁ ଜମି ଦେଇଥିଲେ । ତଦନ୍ତ ପରେ କେତେ ଜଣ ଚୋର ଚୋରିବାକୁ ଆସିଥିଲେ ତାହା ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.