ETV Bharat / bharat

ଚୋରି କରିବାକୁ ଆସି ମନ୍ଦିରରେ ଶୋଇପଡିଲା ଚୋର, ଆଉ ତା ପରେ..

author img

By

Published : Feb 16, 2023, 12:12 PM IST

ଚୋରି କରୁ କରୁ ମନ୍ଦିରରେ ଶୋଇ ପଡିଲା ଚୋର । ଗିରଫ କଲା ପୋଲିସ । ଚେନ୍ନାଇର ଭେଟ୍ରି ବିନୟାନଗର ମନ୍ଦିର ପରିସରରେ ଘଟିଛି ଏପରି ଘଟଣା । ଅଧିକ ପଢନ୍ତୁ

thief sleep in the temple
thief sleep in the temple

ଚେନ୍ନାଇ: ମନ୍ଦିରକୁ ଚୋରି କରିବାକୁ ଆସିଥିଲା ଚୋର । କିନ୍ତୁ ଚୋରି କରିନପାରି ମନ୍ଦିରରେ ଶୋଇପଡିଲା ଚୋର । ଶେଷରେ ଚୋରକୁ ଗିରଫ କଲା ପୋଲିସ। ଏପରି ଘଟଣା ଘଟିଛି ତାମିଲନାଡୁର ଭେଟ୍ରି ବିନୟାନଗର ମନ୍ଦିର ପରିସରରେ । ଗତ 13 ତାରଖ ଦିନ ମନ୍ଦିରରେ ଚୋରି ପାଇଁ ପ୍ରବେଶ କରିଥିବା ବେଳେ 14 ତାରିଖ ଦିନ ପୋଲିସ ତାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭ୍ୟାସରପଡ ଶର୍ମା ନଗରରେ ରହିଛି 50 ବର୍ଷର ଭେଟ୍ରି ବିନୟାନଗର ମନ୍ଦିର। ଗତ ମଙ୍ଗଳବାର ସକାଳ ସମୟରେ ପୂଜକ ମନ୍ଦିର ଖୋଲିବାକୁ ଆସିଥିବା ବେଳେ ଜଣେ ବ୍ୟକ୍ତି ଶୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ମନ୍ଦିରର ସମସ୍ତ ଅଧିକାରୀଙ୍କୁ ସୂଚନା ଦେବା ପରେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା ।

ଅନୁସନ୍ଧାନରୁ ଜଣାପଡିଥିଲା ଯେ ବ୍ୟକ୍ତି ଜଣଙ୍କ ଫେବୃଆରୀ 13 ତାରିଖ ରାତିରେ ମନ୍ଦିରରେ ଚୋରି କରିବା ପାଇଁ ପ୍ରବେଶ କରିଥିଲା । ପ୍ରଥମେ ଅଳଙ୍କାର ଲୁଟିବା ପାଇଁ ଆଲମିରାର ତାଲା ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଲମିରାର ତାଲା ଭାଙ୍ଗିନପାରିବାରୁ ନିକଟରେ ଥିବା ଅନ୍ୟ ଏକ ଆଲମିରାର ତାଲା ଭାଙ୍ଗିଥିଲା । କିନ୍ତୁ ସେଥିରେ କେବଳ ପୋଷାକ ପାଇଥିବା ଦେଖି ଚୋର ଜଣଙ୍କ ନିରାଶ ହୋଇଥିଲା।

ତେବେ ବହୁ ସମୟ ଅଳଙ୍କାର ଥିବା ଆଲମିରା ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବା ପରେ ଥକି ପଡିଥିଲା ଚୋର । ଶେଷରେ ମନ୍ଦିରରୁ ବାହାରିବା ବଦଳରେ ସେହି ସ୍ଥାନରେ ହିଁ ଶୋଇପଡିଥିଲା । ବହୁ ଚେଷ୍ଟା ପରେ ମୁଁ ଥକି ଯିବାରୁ ମନ୍ଦିରରେ ଶୋଇପଡିଥିବା ଅଭିଯୁ୍କ୍ତ ଜଣଙ୍କ କହିଛି । ଏନେଇ ମନ୍ଦିରର ପୂଜକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ବ୍ୟକ୍ତି ଜଣଙ୍କ ମାନସିକ ଅବସ୍ଥା ଭଲ ନଥିବା ପୋଲିସ ତରଫରୁ ସୂଚନା ମିଳିଛି।

ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା। ମନ୍ଦିରରୁ ଚୋରି କରିବା ପରେ ପଶ୍ଚାତାପ କରିଥିଲା ଚୋର । ଚୋରି ପରେ ଚୋରି ଜିନିଷକୁ ଫେରାଇଥିଲା । ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ଏପରି ଘଟଣା ଘଟିଥିଲା । ଶାନ୍ତିନାଥ ଦିଗାମ୍ବର ଜୈନ ମନ୍ଦିରରୁ ଚୋର ଭଗବାନଙ୍କ ରୂପା ଓ ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

ଚୋରି କରିବାର କିଛିଦିନ ପରେ ଦୁର୍ବୃତ୍ତ ଜଣଙ୍କ ଅନୁତାପ କରି ଏଗୁଡିକ ଫେରାଇବା ପାଇଁ ଚିନ୍ତା କଲା । ତେଣୁ ସମସ୍ତ ଚୋରି ସାମଗ୍ରୀକୁ ଏକ ବ୍ୟାଗରେ ଭର୍ତ୍ତି କରି ଲାମଟା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରଖି ଦେଇଥିଲା ଚୋର ଜଣଙ୍କ, ଏଥି ସହ ଏକ ଚିଠି ମଧ୍ୟ ରଖିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.