ETV Bharat / bharat

ଚୋର ଫେରାଇଲା ଚୋରି ସାମଗ୍ରୀ, ମନ୍ଦିରରୁ ଚୋରି ପରେ ଚିଠି ମାଧ୍ୟମରେ ପଶ୍ଚାତାପ କଲା ଚୋର - ଶାନ୍ତିନାଥ ଦିଗାମ୍ବର ଜୈନ ମନ୍ଦିରରୁ ଚୋରି

ଚୋର ଫେରାଇଲା ଚୋରି ସାମଗ୍ରୀ । କେବଳ ସେତିକି ନୁହେଁ ମନ୍ଦିରରୁ ଚୋରି କରିବା ପରେ ଚିଠି ମାଧ୍ୟମରେ ପଶ୍ଚାତାପ କଲା ଚୋର । ଶାନ୍ତିନାଥ ଦିଗାମ୍ବର ଜୈନ ମନ୍ଦିରରୁ ଚୋରି ପରେ ପଶ୍ଚାତାପ କଲା ଚୋର । ଅଧିକ ପଢନ୍ତୁ

ମନ୍ଦିରରୁ ଚୋରି ପରେ ଚିଠି ମାଧ୍ୟମରେ ପଶ୍ଚାତାପ କଲା ଚୋର

author img

By

Published : Oct 30, 2022, 7:24 PM IST

Updated : Oct 30, 2022, 8:16 PM IST

ଭୋପାଳ: ଚୋର ଫେରାଇଲା ଚୋରି ସାମଗ୍ରୀ । ମନ୍ଦିରରୁ ଚୋରି କରିବା ପରେ ପଶ୍ଚାତାପ କଲା ଚୋର । ଚୋରି ଜିନିଷକୁ ଫେରାଇବା ପରେ ଏଥି ପାଇଁ ଅନୁତାପ କରୁଥିବାରୁ ଏକ ଚିଠି ମାଧ୍ୟମରେ ଜଣାଇଛି ମନ୍ଦିରରୁ ଚୋରି କରିଥିବା ଦୁର୍ବୃତ୍ତ ଜଣଙ୍କ(Thief returns valuables stolen from temple with apology note) । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ।

ଘଟଣାଟି ଥିଲା ଏମିତି

ଗତ ଅକ୍ଟୋବର ୨୪ ତାରିଖରେ ବାଲଘାଟ ଜିଲ୍ଲାର ଶାନ୍ତିନାଥ ଦିଗାମ୍ବର ଜୈନ ମନ୍ଦିରରୁ ଚୋରି ହୋଇଥିଲା । କେହି ଦୁର୍ବୃତ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରି ଭଗବାନଙ୍କ ରୂପା ଓ ପିତ୍ତଳ ସାମଗ୍ରୀ ଚୋରି କରିନେଇଥିଲା । ସେଥି ମଧ୍ୟରେ ମନ୍ଦିର ସାଜସଜ୍ଜା ପାଇଁ ୧୦ଟି ରୂପା ଜିନିଷ ଓ ତିନୋଟି ପିତ୍ତଳ ସାଜସଜ୍ଜା ଜିନିଷ ରହିଥିଲା । ତେବେ ମନ୍ଦିରରୁ ଭଗବାନଙ୍କ ରୂପା ଓ ପିତ୍ତଳ ଚୋରି କରିବା ପରେ ଦୁର୍ବୃତ୍ତ ଜଣଙ୍କ ଅନୁତାପ କରି ଏଗୁଡିକ ଫେରାଇବା ପାଇଁ ଚିନ୍ତା କଲା । ତେଣୁ ସମସ୍ତ ଚୋରି ସାମଗ୍ରୀକୁ ଏକ ବ୍ୟାଗରେ ଭର୍ତ୍ତି କରି ଲାମଟା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରଖି ଦେଇଥିଲା ଚୋର ଜଣଙ୍କ, ଏଥି ସହ ଏକ ଚିଠି ମଧ୍ୟ ରଖିଥିଲା । ମନ୍ଦିରରୁ ଚୋରି କରିଥିବା ଦୁର୍ବୃତ୍ତ ଜଣଙ୍କ ଏହି ଚିଠି ମାଧ୍ୟମରେ ଅନୁତାପ କରୁଥିବା ନେଇ ଜଣାଇଛି ।

ଏହା ମଧ୍ୟ ପଢନ୍ତୁ-ପୁଅର ଅମାନୁଷିକ କାଣ୍ଡ, ପତ୍ନୀ ଝିଅ ସହ ମିଶି ବୃଦ୍ଧ ପିତାକୁ ଆକ୍ରମଣ

ଶୁକ୍ରବାର ଦିନ ଜୈନ ପରିବାରର ସଦସ୍ୟମାନେ ଲାମଟାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଗର୍ତ୍ତରେ ଏକ ବ୍ୟାଗ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟାଗରେ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ରହିଥିବା ଦେଖିବାକୁ ପାଇଥିଲା । ଏଥି ସହ ଏକ ଚିଠି ମଧ୍ୟ ମିଳିଥିଲା, ଯେଉଁଥିରେ ଦୁର୍ବୃତ୍ତ ଜଣଙ୍କ ଚୋରି କରିଥିବାରୁ କ୍ଷମା ମାଗିଥିବା ଉଲ୍ଲେଖ ରହିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଚି ।

ଚିଠିରେ ଉଲ୍ଲେଖ ରହିଛି , ''ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ ପାଇଛି, “ମୁଁ ମନ୍ଦିରରୁ ଚୋରି କରିଥିବାରୁ କ୍ଷମା ପ୍ରାର୍ଥନା କରୁଛି । ମୁଁ ଭୁଲ କରିଥିଲି, ମୋତେ କ୍ଷମା କରିଦିଅ । ଚୋରି କରିବା ପରେ ମୁଁ ବହୁତ କଷ୍ଟ ପାଇଛି । ” ତେବେ ଏହି ଚିଠି ପାଇବା ପରେ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।

Last Updated : Oct 30, 2022, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.