ETV Bharat / bharat

Women quota Bill: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ, କହିଲେ ସେମାନେ ମିଛୁଆ

author img

By ETV Bharat Odisha Team

Published : Sep 23, 2023, 8:14 PM IST

ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ । କହିଲେ "ନିୟମ ଲାଗୁ ହେବା ନେଇ କୌଣସି ସ୍ବଚ୍ଛତା ନାହିଁ । ସେମାନେ ମିଛୁଆ ।" ଅଧିକ ପଢନ୍ତୁ

Etv Bharat
Etv Bharat

ଜୟପୁର: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବିଜେପିକୁ ମିଛୁଆ ବୋଲି ସମ୍ବୋଧନ କରିଛନ୍ତି ଖଡ଼ଗେ । ଆଗକୁ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେବଳ ଭୋଟ ହାତେଇବା ଲାଗି ଏହି ବିଲ୍‌ ପାରିତ କରାଯାଇଛି । ଯଦି କଂଗ୍ରେସ 2024ରେ କ୍ଷମତାକୁ ଆସେ, ତେବେ ପ୍ରଥମେ ଆମେ ଏହି ବିଲ୍‌ ଲାଗୁ କରିବୁ ବୋଲି କହିଛନ୍ତି ଖଡ଼ଗେ ।

ଶନିବାର ରାଜସ୍ଥାନ ରାଜଧାନୀ ଜୟପୁରରେ ଏକ ଜନସଭା ସମ୍ବୋଧନ କରି ଏପରି କହିଛନ୍ତି ଖଡ଼ଗେ । ସେ କହିଛନ୍ତି, "ସେମାନେ କହୁଛନ୍ତି ସେମାନେ ମହିଳାମାନଙ୍କୁ ସମର୍ଥନ କରୁଛନ୍ତି । ସେମାନେ ମିଥ୍ୟାବାଦୀ । ସେମାନେ ଏପରି ସମୟରେ ମହିଳା ସଂରକ୍ଷଣ ବିଲ୍‌ ଆଣିଛନ୍ତି, ଯେତେବେଳେ କି ନିର୍ବାଚନ ମୁଣ୍ଡ ଉପରେ । ସେମାନେ କେବଳ ମହିଳା ଭୋଟ ହାତେଇବା ଲାଗି ଏହି ବିଲ୍‌ ଆଗତ କରିଛନ୍ତି । ଯଦି ଆମେ 2024ରେ ସରକାର ଗଢୁ, ତେବେ ପ୍ରଥମେ ଏହି ବିଲ୍‌କୁ ଲାଗୁ କରିବୁ ।"

ଏହା ବି ପଢନ୍ତୁ- 2024 ନିର୍ବାଚନରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେଉ: ନରସିଂହ ମିଶ୍ର

ସେ ଆହୁରି କହିଛନ୍ତି, "ଆମେ ଯେତେବେଳେ ମହିଳା ସଂରକ୍ଷଣ ବିଲ୍‌ ଆଣିଥିଲୁ, ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା । ଏହା ପଛର କାରଣ ଏବେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଛି । ଆମେ ମହିଳା ସଂରକ୍ଷଣ ବିଲ୍‌କୁ ଉଭୟ ସଦନରେ ସମର୍ଥନ ଦେଇଛୁ । ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା କେବେ ଲାଗୁ ହେବ ? ସେ ନେଇ କୌଣସି ସ୍ବଚ୍ଛତା ନାହିଁ । ସଂସଦରେ ଏହି ବିଲ୍ ପାସ୍ ହେବା କେବଳ ବିଜେପିର ଏକ ସୁଚିନ୍ତିତ ଯୋଜନା । "

ଏହା ବି ପଢନ୍ତୁ- Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

ମହିଳା ସଂରକ୍ଷଣ ବିଲ୍‌ ଲାଗୁ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ତେବେ ଗତ ଗୁରୁବାର ରାଜ୍ୟସଭାରେ ଏହି ବିଲ୍‌ ସପକ୍ଷରେ ପୂର୍ଣ୍ଣ ସମର୍ଥନ ମିଳିଥିଲା । ବୁଧବାର ଲୋକସଭାରେ ବିଲ୍‌ ପାରିତ ହୋଇଥିବା ବେଳେ ଏହା ସପକ୍ଷରେ 454ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଯାଇଥିଲା ମାତ୍ର 2ଟି ଭୋଟ୍‌ । ଏହାକୁ ତୁରନ୍ତ ଲାଗୁ କରିବା ଲାଗି ବିରୋଧୀମାନେ ଦାବି କରିଥିବା ବେଳେ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଏହା ବି ପଢନ୍ତୁ- ମହିଳା ସଂରକ୍ଷଣ ବିଲ୍ ଶ୍ରେୟ କାହାର ? ଶ୍ରେୟ ନେବାକୁ ଜୋର ଧରିଲାଣି ରାଜନୀତି

ସୂଚନା ଥାଉ କି ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃ ନିର୍ଦ୍ଧାରିତ ହେବ । ଅନେକ ନୂତନ ଆସନ ମଧ୍ୟ ଗଠନ ହେବ । ଏହାପରେ ଏହି ଆଇନକୁ ଲାଗୁ କରାଯାଇପାରେ । ତେଣୁ ଏହି ଅଧିବେଶନରେ ଏହା ପାରିତ ହେଲେ ସୁଦ୍ଧା 2024 ସାଧାରଣ ନିର୍ବାଚନରେ ଏହାର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.