ଭୁବନେଶ୍ବର: ଆଉ ମାତ୍ର ୭୯ ବର୍ଷ । ଅର୍ଥାତ ଶାତବ୍ଦୀର ଅନ୍ତସୁଦ୍ଧା ଭାରତର ବଡବଡ ସହରକୁ ଖାଇଯିବ ସମୁଦ୍ର । ବଢିବ ସମୁଦ୍ରର ଜଳସ୍ତର । ପାଣିରେ ବୁଡିଯିବ ୧୨ଟି ଉପକୂଳବର୍ତ୍ତୀ ସହର । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ବରେ ସୃଷ୍ଟି ହୋଇଥିବା ବିଶ୍ବ ତାପନକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ରିପୋର୍ଟ ।
ଆମେରିକା ମହାକାଶ ଏଜେନ୍ସି(NASA) ଗଠନ କରିଛି Sea Level Projection Tool, ଯାହାର ଆଧାରରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଅଫ କ୍ଲାଇମେଟ ଚେଞ୍ଜ (IPCC) ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ । ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୦୦ ସୁଦ୍ଧା ପ୍ରଚଣ୍ଡ ଗ୍ରୀଷ୍ମର ସାମ୍ନା କରିବ ବିଶ୍ବ । ଅଙ୍ଗାରକାମ୍ଳ ନିର୍ଗମନକୁ ଯଦି ରୋକା ନଯାଇପାରେ, ତାହେଲେ ତାପମାତ୍ରା ୪.୪ ଡିଗ୍ରୀ ବୃଦ୍ଧି ପାଇବ । ଏଭଳି ପାରଦ ବଢିଚାଲିଲେ ଗ୍ଲେସିୟର ତରଳିବ ଏବଂ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବ ବିପର୍ଯ୍ୟୟ ।
-
As communities across the world prepare for the impacts of sea level rise, a new visualization tool provided by @NASAClimate & @IPCC_CH gives users the ability to see what sea levels will look like anywhere for decades to come. Discover more: https://t.co/VAST2xSOyE pic.twitter.com/nePqLntrqv
— NASA (@NASA) August 9, 2021 " class="align-text-top noRightClick twitterSection" data="
">As communities across the world prepare for the impacts of sea level rise, a new visualization tool provided by @NASAClimate & @IPCC_CH gives users the ability to see what sea levels will look like anywhere for decades to come. Discover more: https://t.co/VAST2xSOyE pic.twitter.com/nePqLntrqv
— NASA (@NASA) August 9, 2021As communities across the world prepare for the impacts of sea level rise, a new visualization tool provided by @NASAClimate & @IPCC_CH gives users the ability to see what sea levels will look like anywhere for decades to come. Discover more: https://t.co/VAST2xSOyE pic.twitter.com/nePqLntrqv
— NASA (@NASA) August 9, 2021
ନାସାର ପ୍ରୋଜେକ୍ସନ ଟୁଲ ବିଶ୍ବବ୍ୟାପୀ ନକ୍ସାରେ କେଉଁ ବର୍ଷ ବିଶ୍ବର କେଉଁ ସ୍ଥାନରେ ସମୁଦ୍ରର ଡଜଳସ୍ତର କେବେ ବୃଦ୍ଧି ହେବ, ଏହା ଦର୍ଶାଇଛି । ଆଇପିସିସି ପ୍ରତ୍ୟେକ ୫ରୁ ୭ ବର୍ଷରେ ସାରା ବିଶ୍ବର ପର୍ଯ୍ୟାବରଣ ସ୍ଥିତି ଉପରେ ରିପୋର୍ଟ ଦେଇଥାଏ । ଏଥର ବଡ ଭୟାବହ ରହିଛି ଏହି ରିପୋର୍ଟ ।
ଭାରତରେ ଯେଉଁ ୧୨ ସହର ସମସୁଦ୍ରରେ ବୁଡିବାକୁ ଯାଉଛି, ସେଥିରେ ଓଡିଶାର ପାରାଦୀପ ସହର ରହିଛି । ଶାତାବ୍ଦୀର ଶେଷ ସୁଦ୍ଧା ଏହି ୧୨ ସହରରେ ସମୁଦ୍ରର ଜଳସ୍ତର କେତେ ବୃଦ୍ଧି ହେବ, ବେଶ ସହଜରେ ଲଗାଯାଇପାରେ ଏହାର ଅନୁମାନ । କାଣ୍ଡାଲା, ଓଖା ଓ ମୋରମୁଗାଓରେ ୩.୪୫ ଇଞ୍ଚ, ଭାବନଗରରେ ୬.୨୯ ଇଞ୍ଚ, କୋଚିରେ ୪.୩୩ ଇଞ୍ଚ, ତୁତିକୋରିନ, ଚେନ୍ନାଇ, ପାରାଦୀପ ଓ ମାଙ୍ଗାଲୋରରେ ୨.୭୫ ଇଞ୍ଚ ଓ ବିଶାଖାପାଟନମରେ ୨.୩୬ ଇଞ୍ଚ ଖାଇବ ସମୁଦ୍ର । ଏନେଇ ବଢୁଥିବା ଜଳସ୍ତରର ଭବିଷ୍ୟତରେ ଯେଉଁ ବିପର୍ଯ୍ୟୟ ରଚିବ, ଏହାର କ୍ଷୟକ୍ଷତି ଉପକୂଳବର୍ତ୍ତୀ ସହରଗୁଡିକୁ ସାମ୍ନା କରିବାକୁ ପଡିବ ବୋଲି କୁହାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ