ETV Bharat / bharat

ନିଜାମାବାଦରେ ଲଜ୍ଜା: ଝିଆରୀକୁ ବଡବାପାର ଦୁଷ୍କର୍ମ, ପୀଡିତା ୮ ମାସର ଗର୍ଭବତୀ - ନିଜାମାବାଦରେ ଦୁଷ୍କର୍ମ ଲଜ୍ଜା

ନିଜାମାବାଦରେ ଲଜ୍ଜା । ଜଣେ ମାନସିକ ଅକ୍ଷମ ଯୁବତୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇଲେ ବଡବାପା, ଟଙ୍କା ପାଇଁ ଝିଅ ସମାନ ଝିଆରୀକୁ ବାହାର ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ ବଡମାଆ । ଅଧିକ ପଢନ୍ତୁ

ନିଜାମାବାଦରେ ଲଜ୍ଜା, ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଇଲେ ମାମୁ

author img

By

Published : Apr 29, 2022, 5:35 PM IST

ହାଇଦ୍ରାବାଦ: ନିଜାମାବାଦରେ ଲଜ୍ଜା । ବାପା-ଝିଅ ପବିତ୍ର ସଂପର୍କରେ ଲାଗିଲା କଳଙ୍କ । ଜଣେ ମାନସିକ ଅକ୍ଷମ ଯୁବତୀକୁ ଦୁଷ୍କର୍ମ କଲେ ନିଜର ବଡବାପା ଓ ଜଣେ କନେଷ୍ଟବଳ । ମାନସିକ ବିକୃତ ହୋଇଥିବାରୁ ତାଙ୍କ ସହିତ କ'ଣ ସବୁ ଘଟିଛି ସେ ଜାଣିପାରିନାହାନ୍ତି । ମାତ୍ର ୮ ମାସର ଗର୍ଭବତୀ ହେବା ପରେ ଏହି ଖବରଟି ସାମ୍ନାକୁ ଆସିଛି ।

ନିଜାମାବାଦ(Nizamabad) ଲୋକାଲ ପୋଲିସ ଅନୁଯାୟୀ, ନିଜାମାବାଦରେ ଏକ ଦମ୍ପତି ରହୁଥିଲେ । ଆଠବର୍ଷ ତଳେ ଜଣେ ୬୧ ବର୍ଷୀୟ ବ୍ୟକ୍ତି ନିଜର ଭାଇ ଓ ଭାଇଙ୍କ ପତ୍ନୀଙ୍କୁ ହରାଇଥିଲେ । ମୃତ ଦମ୍ପତ୍ତିଙ୍କର ଦୁଇଟି ଝିଅ ଥିଲେ ଓ ବାପାମାଆଙ୍କ ଦେହାନ୍ତ ପରେ ଝିଅ ଦୁଇଜଣ ଅନାଥ ହୋଇଗଲେ । ମୃତ ବ୍ୟକ୍ତିର ବଡଭାଇ ଓ ଭାଉଜ ସେମାନଙ୍କର ଝିଅଙ୍କୁ ନିଜ ଘରକୁ ନେଇଆସିଥିଲେ । ବାପାମାଆଙ୍କ ମୃତ୍ୟୁ ସମୟରେ ବଡ ଝିଅର ବୟସ ଥିଲା ୧୪ ଓ ସାନ ଝିଅର ମାତ୍ର ଦୁଇ ବର୍ଷ । ବାପାମାଆଙ୍କ ମୃତ୍ୟୁରେ ବଡ ଝିଅ ମାନସିକ ସ୍ତରରେ ବିଚଳିତ(mentally disturbed) ହୋଇପଡିଥିଲେ । ବର୍ତ୍ତମାନ ବଡ ଝିଅର ବୟସ ୨୨ ବର୍ଷ ଓ ସାନ ଝିଅର ବୟସ ୧୦ ବର୍ଷ ।

ପରେ ଝିଅର ବଡମାଆ ଯିଏକି ନିଜ ମାଆ ପରି ପରି ଯତ୍ନ ନେବା କଥା, କିଛି ଟଙ୍କା ପାଇଁ ଏଆର୍ କନଷ୍ଟେବଳ ଚନ୍ଦ୍ର କାନ୍ତଙ୍କୁ (56) ଦେଇଦେଲେ । କନେଷ୍ଟବଳ ଜଣଙ୍କ ଝିଅଟି ମାନସିକ ସ୍ତରରେ ବିକଳାଙ୍ଗ(mentally disabled) ଥିବା ଜାଣି ସୁଦ୍ଧା ଝିଅଟିକୁ ବାରମ୍ବାର ଲଗାତାର ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା । ପରେ ଝିଅଟି ୮ ମାସର ଅନ୍ତସତ୍ତ୍ବା(Eight Months Pregnant) ହୋଇଥିଲା । ଝିଅର ବଡବାପା ଓ ବଡମାଆ କାହାରିକୁ ନ ଜଣାଇ ଘରେ ଭିତରେ ତାକୁ ଲଚାଇ ରଖିଥିଲେ । ମାତ୍ର ପୀଡିତାର ସାନ ଭଉଣୀ ପାଇଁ ଘଟଣା ବାହାରକୁ ଆସିଥିଲା । ପୀଡିତା ଭଉଣୀ ୮ ମାସର ଗର୍ଭବତୀ ଥିବା ପଡୋଶୀଙ୍କୁ ଜଣାଇଥିଲେ ସାନ ଭଉଣୀ । ପରେ ସ୍ଥାନୀୟ ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ପରେ ପୋଲିସ ତଦନ୍ତରେ ଜଣାପଡିଥିଲା ଯେ, ପୀଡିତା ଜଣଙ୍କୁ ବଡମାଆ ଘରେ ନଥିବାବେଳେ ବଡବାପା ମଧ୍ୟ ଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ପୋଲିସ ଏଆର କନେଷ୍ଟବଳ ଚନ୍ଦ୍ରକାନ୍ତ(Ar Constable Chandrakant), ପୀଡିତାର ବଡବାପା ଓ ବଡମାଆକୁ ମୁକ୍ତ ଅଭିଯୁକ୍ତ କରିଛି । ପୀଡିତାକୁ ସାକ୍ଷୀ ସେଣ୍ଟରରେ ଚିକିତ୍ସା ପାଇଁ ପଠାଯାଇଛି । ନିଜାମାବାଦ ସିପି ନାଗରାଜ(CP Nagraj) ଯୌନ ନିର୍ଯ୍ୟାତନା ଅଭିଯୋଗ ଅଧାରରେ ଏଆର କନେଷ୍ଟବଳ ଚନ୍ଦ୍ରକାନ୍ତଙ୍କୁ ନିଲମ୍ବିତ କରିଛନ୍ତି । ଗୁରୁବାର ଏନେଇ ନୋଟିସ ଜାରି କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.