ETV Bharat / bharat

ଆଇପିଏସ ଅଞ୍ଜନୀଙ୍କ ଉପରୁ ହଟିଲା ନିଲମ୍ବନ: ତେଲେଙ୍ଗାନା ସରକାରଙ୍କୁ ଜଣାଇଲେ ନିର୍ବାଚନ କମିଶନ - ସସପେଣ୍ଡ ହଟିଲା

Suspension of IPS Anjani Kumar lifted by EC: ତେଲେଙ୍ଗାନାର ପୂର୍ବତନ ପୋଲିସ ଡିଜି ଅଞ୍ଜନୀ କୁମାରଙ୍କ ଉପରୁ ହଟିଛି ନିଲମ୍ବନ। ତ୍ରୁଟିର ପୁନରାବୃତ୍ତି ନ ହେବା ପାଇଁ ଅଞ୍ଜନୀଙ୍କ ପ୍ରତିଶ୍ରୁତି ପରେ ନିଲମ୍ବନ ହଟାଇଛନ୍ତି ନିର୍ବାଚନ କମିଶନ । ଅଧିକ ପଢ଼ନ୍ତୁ,

ଆଇପିଏସ ଅଞ୍ଜନୀଙ୍କ ଉପରୁ ହଟିଲା ନିଲମ୍ବନ: ତେଲେଙ୍ଗାନା ସରକାରଙ୍କୁ ଜଣାଇଲେ ନିର୍ବାଚନ କମିଶନ

author img

By ETV Bharat Odisha Team

Published : Dec 12, 2023, 1:32 PM IST

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନ ତେଲେଙ୍ଗାନା ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାରଙ୍କ ଉପରେ ଲଗାଇଥିବା ନିଲମ୍ବନ ଆଦେଶକୁ ହଟାଇ ଦେଇଛନ୍ତି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଞ୍ଜନୀଙ୍କୁ ସସପେଣ୍ଡ କରିଥିଲେ ନିର୍ବାଚନ କମିଶନ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପରେ, କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଅଞ୍ଜନୀ କୁମାର । ଆଉ କେବେ ଏଭଳି ହେବ ନାହିଁ ବୋଲି ସେ ନିର୍ବାଚନ କମିଶନଙ୍କୁ ଆଶ୍ୱାସନା ଦେଇଥିଲେ । ଅଞ୍ଜନୀଙ୍କ ଆବେଦନ ଉପରେ ବିଚାର କରିବା ପରେ କମିଶନ ନିଲମ୍ବନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିିର୍ବାଚନ କମିଶନ ନିଲମ୍ବନ ଆଦେଶ ପ୍ରତ୍ୟାହାର ସଂପର୍କରେ ତେଲେଙ୍ଗନା ସରକାରଙ୍କୁ ସୂଚନା ଦେଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ରାଜସ୍ଥାନ ସିଏମ୍ ରେସ୍: ପ୍ରବୀଣ ନା ନବୀନ, ଦୌଡ଼ରେ ଆଉ ଜଣେ ମହିଳା ! ଆଜି ଘୋଷଣା

ଅଞ୍ଜନୀ କୁମାର ପାଇଁ ମହଙ୍ଗା ପଡ଼ିଥିଲା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ। ଡିସେମ୍ବର ୩ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ, ପସିସି ସଭାପତି ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଯାଇଥିଲେ ଡିଜିପି ଅଞ୍ଜନୀ କୁମାର । ଏହାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ତାଙ୍କୁ ପୋଲିସ ଡିଜି ପଦରୁ ନିଲମ୍ବିତ କରିଥିଲେ ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଫିସର, ରବି ଗୁପ୍ତାଙ୍କୁ ତେଲେଙ୍ଗାନାର ଜିଡିପି ଦାୟିତ୍ବ ଦେଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: ରେଜଲ୍ଟ ପୂର୍ବରୁ ଜଣାଇଲେ ଶୁଭେଚ୍ଛା: ପଦରୁ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି

ପୂର୍ବତନ ତେଲେଙ୍ଗାନା ପୋଲିସ ଡିଜି ଅଞ୍ଜନୀ କୁମାରଙ୍କ ସହ ନୋଡାଲ ଅଫିସର ସଞ୍ଜୟ ଜୈନ୍‌, ମଧ୍ୟ ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇବାକୁ ସେ ଦିନ ପହଞ୍ଚିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ ନିର୍ବାଚନ କମିଶନ । ନିର୍ବାଚନ ଆଚରଣ ବିଧି ଜାରି ରହିଥିବା ବେଳେ, ଅଞ୍ଜନୀ ଏହାର ଉଲ୍ଲଂଘନ କରିଥିବା ଦର୍ଶାଇ ନିର୍ବାଚନ କମିଶନ ତାଙ୍କୁ ସସପେଣ୍ଡ କରିବା ସହ, ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ । ନିର୍ବାଚନ ଆଚରଣ ବିଧି ଅନୁସାରେ, ସାମ୍ବିଧାନିକ ପଦ ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି । ମତଦାନର ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ଭାବରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥାଏ । ଏହାକୁ ଉଲ୍ଲଂଘନ କଲେ ନିର୍ବାଚନ କମିଶନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଉଥିବା ନଜିର ରହିଛି।

ଅଞ୍ଜନୀ କୁମାର ୧୯୯୦ ମସିହା ବ୍ୟାଚ୍ ଆଇପିଏସ ଅଧିକାରୀ । ଅଞ୍ଜନୀ କୁମାର ୨୦୨୨ ମସିହା ଡିସେମ୍ବର ୩୧ରେ ତେଲେଙ୍ଗାନର ପୋଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ପୂର୍ବରୁ ସେ ହାଇଦ୍ରାାବାଦ ମ୍ୟୁନିସିପାଲ କର୍ପୋରେସନ GHMCର ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.