ETV Bharat / bharat

ସରିନି ଦ୍ବିତୀୟ ଲହର କୋପ, ଏବେ ବି 66 ଜିଲ୍ଲାରେ 10% ମାମଲା ଠାବ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଏବେ ବି ଦେଶରେ ଦ୍ବିତୀୟ ଲହର ଶେଷ ହୋଇନି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ସରିନି ଦ୍ବିତୀୟ ଲହର କୋପ, ଏବେ ବି 66 ଜିଲ୍ଲାରେ 10% ମାମଲା ଠାବ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Jul 9, 2021, 7:14 PM IST

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚର୍ଚ୍ଚା । କିନ୍ତୁ ଏବେ ମଧ୍ୟ ଦ୍ବିତୀୟ ଲହର ସମ୍ପୂର୍ଣ୍ଣ ଶେଷ ହୋଇନି । ଦେଶର ପ୍ରାୟ 66ଟି ଜିଲ୍ଲାରେ 10 ପ୍ରତିଶତ ମାମଲା ଗତ ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ଠାବ ହେଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ଦେଶର ପ୍ରାୟ 90ଟି ଜିଲ୍ଲାରେ 80 ପ୍ରତିଶତ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହି ସମସ୍ତ ଅଞ୍ଚଳରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମହାମାରୀର ପ୍ରଥମ ଲହର ସେପ୍ଟେମ୍ବର 17 ତାରିଖରେ ଅଧିକ ସଂକ୍ରମିତ ହୋଇ 97 ହଜାର 894ରେ ପହଞ୍ଚିଥିବାବେଳେ ଦ୍ବିତୀୟ ଲହର ମେ 7 ତାରିଖରେ ଅଧିକ ହୋଇ 4 ଲକ୍ଷ 14 ହଜାର 188 ହୋଇଥିଲା । ମେ 1ରୁ 7 ତାରିଖ ମଧ୍ୟରେ ଆଭରେଜ 3 ଲକ୍ଷ 89 ହଜାର 803 ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବୋଲି ଅଗ୍ରୱାଲ କହିଛନ୍ତି ।

ମହାରାଷ୍ଟ୍ର ଓ କେରଳରେ ମିଳିତ ଭାବରେ ପ୍ରତିଦିନ 53 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି 86 ଜିଲ୍ଲାରୁ 100 ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ 80 ପ୍ରତିଶତ ନୂଆ ଆକ୍ରାନ୍ତ 90 ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଜୁଲାଇ 8 ତାରିଖ ଶେଷ ସୁଦ୍ଧା 66 ଜିଲ୍ଲାରେ 10 ପ୍ରତିଶତ ଆକ୍ରାନ୍ତ ଗୋଟିଏ ସପ୍ତାହରେ ସଂକ୍ରମିତ ହେଉଛନ୍ତି । ତେବେ ଏବେ ବି ମହାମାରୀର ଦ୍ବିତୀୟ ଲହର ଯାଇନଥିବାବେଳେ ଏହାକୁ ଗୁରୁତର ସହିତ ନେଇ ମହାମାରୀର ସମସ୍ତ ନିୟମକୁ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ଉତ୍ତରାଖଣ୍ଡ ମସୁରୀ ଅଞ୍ଚଳର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ଉକ୍ତ ଅଞ୍ଚଳରେ ମାସ୍କ ବିନା ଲୋକମାନେ ଯାତାୟାତ କରୁଥିଲେ । ତେବେ ଏହା ମହାମାରୀର ଖୁଲମଖୁଲା ଆମନ୍ତ୍ରଣ ନୁହେଁ ବୋଲି ଅଗ୍ରୱାଲ ପ୍ରଶ୍ନ କରିଥିଲେ । ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ସମସ୍ତ ନିୟମକୁ ମାନିବାକୁ ସେ କହିଛନ୍ତି । ଏହାରି ମଧ୍ୟରେ ଦେଶରେ 8.99 କୋଟି କୋରୋନା ଟିକା ଦିଆସରିଛି । ତେବେ ପ୍ରତିଦିନ 41 .61 ଲକ୍ଷଙ୍କୁ ଟିକା ଦିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.