ETV Bharat / bharat

ଭାରତକୁ ମିଳିଥିବା ବିଦେଶୀ ସହାୟତା ତଥ୍ୟ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - foreign aid to India in covid fight

ଭାରତରେ ଦେଖାଯାଇଥିବା କୋରୋନା ସଙ୍କଟ ମଧ୍ୟରେ ବିଶ୍ବବ୍ୟାପୀ ଭାରତକୁ ସହାୟତା ମିଳିବାରେ ଲାଗିଛି । ଭାରତକୁ ମିଳିଥିବା ବିଦେଶୀ ସହାୟତା ତଥ୍ୟ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଭାରତକୁ ମିଳିଥିବା ବିଦେଶୀ ସହାୟତା ତଥ୍ୟ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : May 8, 2021, 9:14 PM IST

ନୂଆଦିଲ୍ଲୀ: ଭାରତରେ ଦେଖାଯାଇଥିବା କୋରୋନା ସଙ୍କଟ ମଧ୍ୟରେ ବିଶ୍ବବ୍ୟାପୀ ଭାରତକୁ ସହାୟତା ମିଳିବାରେ ଲାଗିଛି । ତେବେ ଏହି କ୍ରମରେ ବିଭିନ୍ନ ଦେଶ ଭାରତକୁ ଅକ୍ସିଜେନ ଓ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ଉପକରଣ ପଠାଇଛନ୍ତି । ତେବେ ବିଦେଶରୁ ଆସିଥିବା ମେଡିକାଲ ସାମଗ୍ରୀ ସମ୍ପର୍କରେ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

6,608 ଅକ୍ସିଜେନ କନସେନଟ୍ରେଟର, 3,856 ସିଲିଣ୍ଡର, 14ଟି ଜେନେରେଟର ପ୍ଲାଣ୍ଟ, 4,330 ଭେଣ୍ଟିଲେଟର / ବିପିଏପ୍ ଏବଂ ପ୍ରାୟ 3 ଲକ୍ଷ ରିମଡେସିଭର୍ ଭିଆଲ ଭାରତରେ ପହଞ୍ଚିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ । 27 ଏପ୍ରିଲରୁ 7 ମଇ ପର୍ଯ୍ୟନ୍ତ ଭାରତକୁ ଏହି ସବୁ ସାମଗ୍ରୀ ପହଞ୍ଚିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭାରତରେ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି । ଦେଶରେ ଅକ୍ସିଜେନ ସଙ୍କଟ ମହାମାରୀର ଭୟାବହତାକୁ ଆହୁରି ଦୁଇ ଗୁଣ କରିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 4 ଲକ୍ଷ 1 ହଜାର 178 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ 2 କୋଟି 18 ଲକ୍ଷ 92 ହଜାର 676କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 18 ହଜାର 609 ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ 24 ଘଣ୍ଟାର ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ 1 କୋଟି 79 ଲକ୍ଷ 30 ହଜାର 9 ଶହ 60ରେ ପହଞ୍ଚିଛି ।

ଅନୂରୁପ ଭାବେ ଗତ 24 ଘଣ୍ଟା ମଧ୍ୟରେ 4ହଜାର ଶହେ 87 ସଂକ୍ରମିତଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 38 ହଜାର 2ଶହ 70କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 37 ଲକ୍ଷ 23 ହଜାର 4 ଶହ 46 ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଲୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.