ETV Bharat / bharat

School Dropout Became IPS: ଇଂରାଜୀରେ ହୋଇଥିଲେ ଫେଲ୍‌, UPSC କ୍ରାକ୍‌ କରି ଚର୍ଚ୍ଚାରେ ଜଲପାଇଗୁଡି SP - ଆଇପିଏସ ଅଫିସର

ଦିନେ ଇଂରାଜୀରେ ଫେଲ ହୋଇ ପାଠପଢା ଅଧାରୁ ଛାଡ଼ିଥିଲେ । ହେଲେ ଆଜି ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା UPSCରେ ଉତ୍ତୀର୍ଣ୍ଣ ହୋଇ IPS ଅଫିସର ହୋଇପାରିଛନ୍ତି । ଆସନ୍ତୁ ଜାଣିବା ସେହି ସଫଳ ବ୍ୟକ୍ତିଙ୍କ କାହାଣୀ । ଅଧିକ ପଢନ୍ତୁ

School dropout becamE IPS
School dropout becamE IPS
author img

By

Published : Mar 31, 2023, 10:33 PM IST

କୋଲକାତା: କଥାରେ ଅଛି କଠିନ ପରିଶ୍ରମ ସଫଳତାର ଚାବିକାଠି । ଯାହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ମହାରାଷ୍ଟ୍ରର ଆଇପିଏସ ଅଫିସର ଉମେଶ ଗନପତ । ଯିଏକି ଦିନେ ଇଂରାଜୀରେ ଫେଲ ହୋଇଥିବା ବେଳେ ଅଧାରୁ ପାଠପଢାରେ ଡୋରି ବାନ୍ଧି ବାପାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରିଥିଲେ । ହେଲେ ଆଜି ସେହି ପିଲା ଇଂରାଜୀ ବିଷୟରେ ସ୍ନାତକୋତ୍ତର ହାସଲ କରି ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା UPSCରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି । ଆଉ ଶେଷରେ IPS ଅଫିସର ଭାବେ ଲୋକଙ୍କ ସେବାରେ ନିୟୋଜିତ ହୋଇଛନ୍ତି ।

ଉମେଶ ଗନପତ ଖଣ୍ଡାବାହାଲ
ଉମେଶ ଗନପତ ଖଣ୍ଡାବାହାଲ

୨୦୦୩ ମସିହାରେ ଦ୍ବାଦଶ ପରୀକ୍ଷାରେ ଇଂରାଜୀ ବିଷୟରେ ଫେଲ ହୋଇଥିଲେ ଉମେଶ । ହେଲେ ଏଥିରେ ସେ ଅତିଷ୍ଠ ହୋଇନଥିଲେ । ପାଠପଢାରୁ କିଛି ସମୟ ଲାଗି ବିରତି ନେଇ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲେ । ସେ ବିଶ୍ବାସ କରୁଥିଲେ ଯେ ବିଫଳତା ସବୁକିଛିର ଶେଷ ନୁହେଁ । ଏଭଳି ଦୃଢମନା ହୋଇ ସେ କିଛି ସ୍ବତନ୍ତ୍ର କରିବାକୁ ମନରେ ମଞ୍ଜି ବୁଣିଥିଲେ । ସେ ଏବେ ଜଲପାଇଗୁଡିରେ ଏସପି ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ- ହାତ ଠାରି ପାଖକୁ ଡାକୁଛି, ପବନର ତାଳେତାଳେ ଝୁମୁଛି ସୂର୍ଯ୍ୟମୁଖୀ

ଏ ନେଇ ସେ କହିଛନ୍ତି, "ପରୀକ୍ଷାରେ ବିଫଳ ହେବା ଛାତ୍ରମାନଙ୍କ ପାଇଁ ସବୁକିଛିର ଶେଷ ନୁହେଁ । ଜଣେ ମନରେ ଦୃଢ ଇଚ୍ଛାଶକ୍ତି ଭରିବା ଉଚିତ ଏବଂ ସଫଳତା ପାଇବା ପାଇଁ ଲକ୍ଷ୍ୟ ସ୍ଥିର ରଖିବା ଉଚିତ । ଜଣେ ଆଶା ହରାଇବା ଉଚିତ ନୁହେଁ କାରଣ ବିଫଳତା ଜୀବନର ଏକ ଅଂଶ । ଦୃଢତାର ସହିତ ଏହାକୁ ଚ୍ୟାଲେଞ୍ଜ କରି ନିଜ ଜୀବନରେ ଆଗକୁ ବଢିବା ଉଚିତ ।" ଉମେଶ ଏସଜି ପବ୍ଲିକ ସ୍କୁଲରେ ପାଠ ପଢିଥିଲେ । ତାଙ୍କ ପିତା ଚାଷକାର୍ଯ୍ୟ କରୁଥିବାରୁ ସେ ତାଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ମାତ୍ର ତାଙ୍କ ବନ୍ଧୁମାନେ ତାଙ୍କୁ ଉତ୍ସାହିତ କରିବା ପରେ ସେ ପାଠପଢା ପୁଣି ଆରମ୍ଭ କରି ଆଜି ଏହି ସଫଳତା ପାଇପାରିଥିବା କହିଛନ୍ତି ।

ଏହାସହିତ ସେ ନିଜ ଗ୍ରାମରୁ ପ୍ରଥମ ଆଇପିଏସ ଅଫିସର ହୋଇପାରିଛନ୍ତି । ସେ ବିଜ୍ଞାନ ବିଭାଗରେ ଦ୍ବାଦଶ ପାଠ ପଢିଥିବା ବେଳେ ଏହାପରେ କଳା ବିଭାଗରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ଘରେ ବସି ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଏହାପରେ ସେ PSI ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଉଦ୍ୟମରେ ସେ ସଫଳତା ହାସଲ କରିଥିଲେ । ଏହା ତାଙ୍କୁ UPSC ପରୀକ୍ଷା ଦେବା ଲାଗି ଉତ୍ସାହିତ କରିଥିଲା । ଏହାପରେ ସେ କଠିନ ପରିଶ୍ରମ କରି 704 ରାଙ୍କ୍‌ ସହିତ ୟୁପିଏସିରେ ଉତ୍ତୀର୍ଣ୍ଣ ହୋଇଥିବା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.