ETV Bharat / bharat

The Kerala Story: ରାଜ୍ୟ ସରକାରମାନେ କୌଣସି ଫିଲ୍ମ ବ୍ୟାନ କରିପାରିବେ କି ? - ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ

ଫିଲ୍ମ ଜଗତରେ ମଧ୍ୟ ଏବେ ଫିଲ୍ମର ବ୍ୟାନକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ? କଣ କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ଫିଲ୍ମ ଉପରେ ପ୍ରତିବନ୍ଧକ ବା ବ୍ୟାନ ଲଗାଇ ପାରିବେ କି ? ଯେତେବେଳେ ଫିଲ୍ମଟି ସେନସର ବୋର୍ଡ ଠାରୁ ଗ୍ରୀନ ସିଗନାଲ ପାଇସାରିଥିବ ? ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 10, 2023, 9:16 PM IST

ହାଇଦ୍ରାବାଦ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ‘ଦ କେରଳ ଷ୍ଟୋରୀ’ ଫିଲ୍ମକୁ ବ୍ୟାନ କରିଦେଇଛନ୍ତି । ରାଜ୍ୟରେ ଫିଲ୍ମର ସ୍କ୍ରିନିଂ ମନା । ମମତାଙ୍କ ନିଷ୍ପତ୍ତିକୁ ନେଇ ଭାରତୀୟ ଜନତା ପାର୍ଟି ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହୋଇଛନ୍ତି । ମମତା ସରକାର ଏହି ନିଷ୍ପତ୍ତି ବିରୋଧରେ ରାଜ୍ୟ ବିଜେପି ଶାଖା ହାଇକୋର୍ଟ ଯିବାକୁ ବିଚାର କରୁଛି । ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବାକୁ ମନା କରିବା ପରେ କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ 15 ମେ’ରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଫିଲ୍ମ ଜଗତରେ ମଧ୍ୟ ଏବେ ଫିଲ୍ମର ବ୍ୟାନକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ? କଣ କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ଫିଲ୍ମ ଉପରେ ପ୍ରତିବନ୍ଧକ ବା ବ୍ୟାନ ଲଗାଇ ପାରିବେ କି ? ଯେତେବେଳେ ଫିଲ୍ମଟି ସେନସର ବୋର୍ଡ ଠାରୁ ଗ୍ରୀନ ସିଗନାଲ ପାଇସାରିଥିବ ?

ଏହାବି ପଢନ୍ତୁ- Blood Delivery With Drone: ଡ୍ରୋନ୍‌ରେ ଗଲା ରକ୍ତ ବ୍ୟାଗ, ଚିକିତ୍ସା କ୍ଷେତ୍ରରେ ହେବ ସହାୟକ

ଫିଲ୍ମ ରିଲିଜ ପାଇଁ ସେନସର ବୋର୍ଡ ସାର୍ଟିଫିକେଟ ଜରୁରୀ: ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନର କାମ ହେଉଛି ଫିଲ୍ମର ଯାଞ୍ଚ କରିବା । କୌଣସି ଫିଲ୍ମର ଆପତ୍ତି ଜନକ ଦୃଶ୍ୟ ଡାଇଲଗ, ଶବ୍ଦକୁ କାଟିବା, ହଟାଇବାର ଅଧିକାର ରହିଛି । ଏହା ବ୍ୟତୀତ କୌଣସି ଫିଲ୍ମକୁ ଫିଲ୍ମ ହଲରେ ରିଲିଜ କରିବା ପାଇଁ ସିବିଏଫସିର ସାର୍ଟିଫିକେଟ ଜରୁରୀ ହୋଇଥାଏ । ସିବିଏଫସିର ସାର୍ଟିଫିକେଟ ବିନା କୌଣସି ଫିଲ୍ମ ରିଲିଜ ହୋଇପାରିବ ନାହିଁ । କିନ୍ତୁ ବର୍ତ୍ତମାନର କୌଣସି ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ପାଇଁ ସିବିଏଫସିର ସାର୍ଟିଫିକେଟ ଆବଶ୍ୟକ ନାହିଁ ।

ସିବିଏଫସିର ଅଧିକାର: ସିବିଏଫସି ସିନେମେଟୋଗ୍ରାଫି ଆକ୍ଟ 1952 ଓ ସିନେମେଟୋଗ୍ରାଫି ରୁଲ 1983 ଅନୁସାରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ପାଖରେ କୌଣସି ଫିଲ୍ମକୁ ବ୍ୟାନ କରିବା କିମ୍ବା ରୋକ ଲଗାଇବାର ଅଧିକାର ନାହିଁ । କିନ୍ତୁ କୌଣସି ଫିଲ୍ମ ପ୍ରତି କିଛି ଆପତ୍ତି ଥିଲେ ବୋର୍ଡ ସାର୍ଟିଫିକେଟ ଦେଇନଥାଏ । ଯଦ୍ବାରା ଫିଲ୍ମଟି ହଲରେ ରିଲିଜ ହୋଇପାରିନଥାଏ ।

କେନ୍ଦ୍ର ସରକାର ପାଖରେ ଅଧିକାର: ସିନେମେଟୋଗ୍ରାଫି ଆକ୍ଟ 1952 (5E) ଅନୁସାରେ କୌଣସି ବି ଫିଲ୍ମକୁ ବ୍ୟାନ କରିବାର ଅଧିକାର କେନ୍ଦ୍ର ସରକାର ପାଖରେ ରହିଛି । ଯଦି ସିବିଏଫସି ସାର୍ଟିଫିକେଟ ମିଳିସାରିଥିବା ଫିଲ୍ମକୁ ମଧ୍ୟ କେନ୍ଦ୍ର ସରକାର ବ୍ୟାନ କରିପାରିବେ । ଏହାକୁ ନେଇ କେନ୍ଦ୍ର ସରକାର 2022 ରେ ସିନେମେଟୋଗ୍ରାଫି ଆକ୍ଟର ସଂଶୋଧନ ପାଇଁ ଏକ ବିଧେୟକ ସଂସଦରେ ଆଣିଛନ୍ତି । ଏହି ବିଧେୟକ ଅନୁସାରେ କୌଣସି ଫିଲ୍ମକୁ ନେଇ ଦର୍ଶକ ଯଦି କିଛି ଆପତ୍ତି କରିବେ ତେବେ କେନ୍ଦ୍ର ସରକାର ଫିଲ୍ମକୁ ବ୍ୟାନ କରିପାରିବେ । କିନ୍ତୁ ଏହି ବିଧେୟକଟି ବର୍ତ୍ତମାନ ସୁଦ୍ଧା ଗୃହୀତ ହୋଇନାହିଁ ।

କେଉଁ ଆଧାରରେ ମିଳି ସାର୍ଟିଫିକେଟ:- ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ କୌଣସି ବି ଫିଲ୍ମକୁ 4 ଟି ବର୍ଗରେ ସାର୍ଟିଫିକେଟ ଦେଇଥାଏ । ସିନେମେଟୋଗ୍ରାଫି ଆକ୍ଟ ଅନୁସାରେ ପ୍ରଥମ ବର୍ଗ ସାର୍ଟିଫିକେଟ ହେଉଛି ‘ୟୁ ସାର୍ଟିଫିକେଟ ଅର୍ଥାତ ଫିଲ୍ମରେ କୌଣସି ଆପତ୍ତି ନାହିଁ । ଏହାକୁ ସବୁ ବର୍ଗର ଲୋକେ ଦେଖିପାରିବେ । ଦ୍ବିତୀୟ ବର୍ଗ ହେଉଛି ‘‘ ୟୁଏ ସାର୍ଟିଫିକେଟ, ଏହାର ଅର୍ଥ 12 ବର୍ଷର କମ ଶିଶୁ ମାନେ ପିତାମାତାଙ୍କ ଅନୁମତି ନେଇ ଫିଲ୍ମ ଦେଖିପାରିବେ । ତୃତୀୟ ବର୍ଗ ହେଉଛି ‘ଏ ସାର୍ଟିଫିକେଟ ବର୍ଗ’ ଅର୍ଥାତ ଏହି ବର୍ଗର ଫିଲ୍ମକୁ 18 ବର୍ଷରୁ ଅଧିକ ବୟସ୍କ ହିଁ ଫିଲ୍ମକୁ ଦେଖିବାକୁ ଅନୁମତି ଥାଏ । ‘ଚତୁର୍ଥବର୍ଗ ହେଉଛି ଏଏସ ସାର୍ଟିଫିକେଟ’ ଅର୍ଥାତ ଏହି ବର୍ଗର ଫିଲ୍ମକୁ କେବଳ ସ୍ବତନ୍ତ୍ର ଦର୍ଶକ (ଡାକ୍ତର, ବୈଜ୍ଞାନିକ, ଗବେଷକ ହିଁ ଦେଖିବାକୁ ଅନୁମତି ଥାଏ । କୌଣସି ଫିଲ୍ମକୁ ଅନୁମତି ଦେବା ପୂର୍ବରୁ ସେନସର ବୋର୍ଡର ସଦସ୍ୟ ମାନେ ପୁରା ଫିଲ୍ମକୁ ଦେଖିଥାନ୍ତି । ଆଉ ନିଷ୍ପତ୍ତି ନେଇଥାନ୍ତି ଫିଲ୍ମକୁ କେଉଁ ବର୍ଗର ସାର୍ଟିଫିକେଟ ଦିଆଯିବ ।

ରାଜ୍ୟ ପାଖରେ ଅଛି କି ଅଧିକାର: ପଶ୍ଚିମବଙ୍ଗ ସରକାର ‘ଦ କେରଳ ଷ୍ଟୋରୀ’କୁ କ୍ଷମତାର ଅପବ୍ୟବହାର କରି ବ୍ୟାନ କରିଦେଇଛନ୍ତି ସତ । କିନ୍ତୁ କୌଣସି ରାଜ୍ୟ ସରକାର ପାଖରେ କୌଣସି ଫିଲ୍ମକୁ ବ୍ୟାନ କରିବା ଅଧିକାର ନାହିଁ । ଏହାକୁ ନେଇ ଅତୀତରେ ତଥା 2011 ରେ ସର୍ବୋଚ୍ଚ ଅଦାଲତ ଏକ ମାମଲାରେ କହିଥିଲେ କୌଣସି ଫିଲ୍ମ ସେନସର ବୋର୍ଡର ସାର୍ଟିଫିକେଟ ପାଇଲା ପରେ ସେହି ଫିଲ୍ମକୁ ରାଜ୍ୟ ସରକାର ବ୍ୟାନ କରିପାରିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.