ETV Bharat / bharat

ଘୃଣା ସୃଷ୍ଟି କରିବ କାଶ୍ମୀର ଫାଇଲ୍ସ ଫିଲ୍ମ: ଜୟରାମ ରମେଶ

author img

By

Published : Mar 19, 2022, 7:25 PM IST

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ବୟାନ । ଘୃଣା ସୃଷ୍ଟି କରିବ ଚଳଚିତ୍ର କାଶ୍ମୀର ଫାଇଲ୍ସ । ଅଧିକ ପଢନ୍ତୁ

Jairam Ramesh
ଘୃଣା ସୃଷ୍ଟି କରିବ କାଶ୍ମୀର ଫାଇଲ୍ସ ଚଳଚିତ୍ର: ଜୟରାମ ରମେଶ

ନୂଆଦିଲ୍ଲୀ: ନିକଟରେ ମୁକ୍ତିଲାଭ କରିଥିବା ବହୁଚର୍ଚ୍ଚିତ ବାସ୍ତବଧର୍ମୀ ଚଳଚିତ୍ର କାଶ୍ମୀର ଫାଇଲ୍ସକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଥିବାବେଳେ ଶାସକ ଓ ବିରୋଧୀ ଭିନ୍ନଭିନ୍ନ ଆଭିମୁଖ୍ୟ ପୋଷଣ କରିବାରେ ଲାଗିଛନ୍ତି । ଶାସକ ବିଜେପି ସମେତ ଦକ୍ଷିଣ ପନ୍ଥୀ ସଂଗଠନମାନେ ଚଳଚିତ୍ରକୁ ସମର୍ଥନ ଓ ପ୍ରଶଂସା ଜାରି ରଖିଥିବାବେଳେ ବିରୋଧୀ କଂଗ୍ରେସ ଓ ଅନ୍ୟ ବାମ ଦଳମାନେ ମଧ୍ୟ ଏହାକୁ ଭିନ୍ନ ଭାବେ ଚିତ୍ରଣ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।

  • Some films inspire change. Kashmir Files incites hate. Truth can lead to justice, rehabilitation, reconciliation & peace. Propaganda twists facts, distorts history to whip up anger & promote violence. Statesmen heal wounds. Pracharaks exploit fear and prejudice to divide & rule.

    — Jairam Ramesh (@Jairam_Ramesh) March 19, 2022 " class="align-text-top noRightClick twitterSection" data=" ">

ଜୟରାମ ଆଜି (ଶନିବାର) କହିଛନ୍ତି ଯେ, କିଛି କିଛି ଚଳଚିତ୍ର ପରବର୍ତ୍ତନ ପାଇଁ ପ୍ରେରଣା ଦିଏ । ସତ୍ୟ ନ୍ୟାୟ ପାଇଁ ପଥପ୍ରଦର୍ଶକ ହୁଏ କିନ୍ତୁ ଏହି ଏହି ଚଳଚିତ୍ର ଘୃଣା ଓ ହିଂସା ସୃଷ୍ଟି କରିବା ପାଇଁ ପ୍ରେରଣା ଦେବା ପରି ସ୍ଥିତି ସୃଷ୍ଟି କରିବ । ଏଥିରେ ଇତିହାସକୁ ଠିକ ଢଙ୍ଗରେ ପ୍ରଦର୍ଶିତ ହୋଇନାହିଁ ବୋଲି ମଧ୍ୟ ସେ ଟ୍ବିଟରେ କହିଥିବା ଦେଖିବାକୁ ମିଳିଥିଲା ।

ମାର୍ଚ୍ଚ 11ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । ଏହି ବହୁଚର୍ଚ୍ଚିତ ବାସ୍ତବଧର୍ମୀ ଚଲଚିତ୍ରରେ ବରିଷ୍ଠ ଅଭିନେତା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାର ପ୍ରମୁଖ ତତ୍କାଳୀନ ସମୟର ପ୍ରମୁଖ ଚେହେରାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

1990ରେ କାଶ୍ମୀର ପଣ୍ଡିତଙ୍କ ଉତ୍ପୀଡନ ଓ ପଳାୟନ ପରି ସମ୍ବେଦନଶୀଳ ଘଟଣାକୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ରିଲିଜର ପ୍ରଥମ ଦିନରୁ ଏହା ଚର୍ଚ୍ଚା ଓ ବିବାଦ ପରିସରକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା ଏହାକୁ ଦର୍ଶକୀୟ ଆଦୃତି ମିଳିବା ସହ ବିଭିନ୍ନ ରାଜ୍ୟ, ଉତ୍ତରପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା, ଗୁଜୁରାଟ ଏବଂ ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଟିକସମୁକ୍ତ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.