ETV Bharat / bharat

The Kapil Sharma Show: କପିଲ ଶୋ’ରେ ନବୀନ, ଭାରତୀୟ ହକି ଟିମ୍‌କୁ ଦେଲେ ବାର୍ତ୍ତା - The Kapil Sharma Show

'ଦ କପିଲ ଶର୍ମା ଶୋ'ରେ ନିମନ୍ତ୍ରିତ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା । ଅଧିକ ପଢନ୍ତୁ...

The Kapil Sharma Show: ଭାରତୀୟ ହକି ଟିମ୍‌କୁ ନବୀନଙ୍କ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା

author img

By

Published : Aug 29, 2021, 3:48 PM IST

ଭୁବନେଶ୍ବର: ବିଶ୍ବ ଦରବାରରେ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଟିମ୍‌ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଶ ପାଇଁ ଆଣିଛି ଗୌରବ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ବିଭିନ୍ନ ମଞ୍ଚରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା । ଏହିକ୍ରମରେ 'ଦ କପିଲ ଶର୍ମା ଶୋ'କୁ ଅତିଥି ହୋଇଆସିଥିଲେ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳ । ଆଉ ଏହି ଶୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଭାରତୀୟ ହକିର ଏହି ଦମଦାର ପ୍ରଦର୍ଶନ ପଛରେ ଥିବା ସାଇଲେଣ୍ଟ ହିରୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋ' ଜରିଆରେ ଦେଇଛନ୍ତି ନିଜ ଭିଡିଓ ବାର୍ତ୍ତା ।

ଓଡ଼ିଶା ସରକାରଙ୍କ ହକି ପ୍ରତି ଯୋଗଦାନକୁ ପ୍ରଶଂସା କରିଥିଲେ କପିଲ ଶର୍ମା । ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା। ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ଦେଶର ନାଁ ଉଜ୍ଜଳ କରିଛନ୍ତି। ଏହା ଆଗାମୀ ଦିନର ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ । ଏହା ଶୁଭାରମ୍ଭ ମାତ୍ର, ହେଲେ ଆମକୁ ଆହୁରି ଆଗକୁ ଯିବାକୁ ହେବ ବୋଲି କହିଥିଲେ ନବୀନ ।

ଦେଶବାସୀଙ୍କ ହାର୍ଟବିଟ୍‌ରେ ଏବେ ହକି ପ୍ରେମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହକିକୁ ହୃଦୟ ଦେଇ ସାଉଁଟିଥିଲେ ଅନେକ ପ୍ରଶଂସା । ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ତଥା ୨୦୧୮ରୁ ଉଭୟ ପୁରୁଷ ଏବଂ ମହିଳା ହକି ଦଳକୁ ପ୍ରାୟୋଜିତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାର ପାତ୍ର ।

ନବୀନଙ୍କ ବ୍ୟତୀତ ଏହି ଶୋ’ରେ ବଲିଉଡ ଷ୍ଟାର ଧର୍ମେନ୍ଦ୍ର ଓ ଶତୃଘ୍ନ ସିହ୍ନାଙ୍କ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.