ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିର୍ବାଚନକୁ ନେଇ ବିବାଦ ଉପୁଜିବା ପରେ, ଡବଲ୍ୟୁଏଫଆଇକୁ ନିଲମ୍ବନ କରିଥିଲେ କେନ୍ଦ୍ର ସରକାର । ଏବେ କୁସ୍ତି ମହାସଂଘର ପରିଚାଳନା ଦାୟିତ୍ବ ତିନି ଜଣିଆ କମିଟିକୁ ନ୍ୟସ୍ତ କରାଯାଇଛି । ଭାରତୀୟ ଅଲିମ୍ପିକ୍ସ ସଂଘ (IOA) ଦ୍ବାରା ଗଠିତ ତିନି ଜଣିଆ ଆଡହକ୍ କମିଟି କୁସ୍ତି ମହାସଂଘର ସମସ୍ତ ପରିଚାଳନାଗତ ଦାୟିତ୍ବ ନିର୍ବାହ କରିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆଜି IOA ଏହି କମିଟି ଘୋଷଣା କରିଛନ୍ତି । ଭାରତୀୟ ୱସୁ ଆସୋସିଏସନ ସଭାପତି ଭୁପିନ୍ଦର ସିଂହ ବାଜୱାଙ୍କୁ କମିଟିର ଚେୟାରମ୍ୟାନ କରାଯାଇଛି । ସେହିପରି ହକି ଅଲିମ୍ପିଆନ ଏମଏମ ସୋମୟା ଏବଂ ପୂର୍ବତନ ସଟଲର୍ ମଞ୍ଜୁଶା କନୱାରଙ୍କୁ ଏହି କମିଟିର ସଦସ୍ୟ କରାଯାଇଛି।
-
Indian Olympic Association forms ad hoc committee to supervise WFI's operations, which include athlete selection, submitting entries for athletes to participate in international events, organizing sports activities, handling bank accounts, managing the website, and other related… pic.twitter.com/GUFnRDHFj2
— ANI (@ANI) December 27, 2023 " class="align-text-top noRightClick twitterSection" data="
">Indian Olympic Association forms ad hoc committee to supervise WFI's operations, which include athlete selection, submitting entries for athletes to participate in international events, organizing sports activities, handling bank accounts, managing the website, and other related… pic.twitter.com/GUFnRDHFj2
— ANI (@ANI) December 27, 2023Indian Olympic Association forms ad hoc committee to supervise WFI's operations, which include athlete selection, submitting entries for athletes to participate in international events, organizing sports activities, handling bank accounts, managing the website, and other related… pic.twitter.com/GUFnRDHFj2
— ANI (@ANI) December 27, 2023
ଭାରତୀୟ କୁସ୍ତି ମହାସଂଘ (WFI)କୁ ସସପେଣ୍ଡ କରାଯିବା ପରେ ଭାରତୀୟ ଅକମ୍ପିକ୍ସ ସଂଘକୁ ଅସ୍ଥାୟୀ କମିଟି ଗଠନ ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ସେହି ଅନୁସାରେ ଭାରତୀୟ ଅଲମ୍ପିକ୍ସ ସଂଘ (IOA) ଏକ ଅସ୍ଥାୟୀ ବା ମଧ୍ୟବର୍ତ୍ତୀକାଳୀନ ପ୍ୟାନେଲ ଗଠନ କରିଛି। ଏହି ପ୍ୟାନେଲ କୁସ୍ତି ମହାସଂଘର ସମସ୍ତ କାର୍ଯ୍ୟ ତୁଲାଇବ। ଏହି ଅନ୍ତରୀଣ ପ୍ୟାନେଲ କୁସ୍ତିଯୋଦ୍ଧାଙ୍କ ଚୟନ, ବୋର୍ଡର ନିୟନ୍ତ୍ରଣ ଓ କୁସ୍ତି ବ୍ୟାପାରର ସମସ୍ତ ଦାୟିତ୍ବ ପରିଚାଳନା କରିବ ।
ଚଳିତ 21 ତାରିଖରେ ନିର୍ବାଚିତ ହୋଇଥିବା କୁସ୍ତି ମହାସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିଥିଲେ। ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦ ମଧ୍ୟ ରଦ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ପଦ ମଧ୍ୟ ଅବୈଧ ଘୋଷିତ ହୋଇଛି । ସଂଘର ସଭାପତି ପଦ ସହିତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ, ବିବାଦ କାରଣରୁ ପୁରା ନିର୍ବାଚନକୁ ରଦ୍ଦ କରାଯାଇଥିଲା।
ପ୍ରକାଶଯୋଗ୍ୟ ଯେ, କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିପକ୍ଷରେ ଥିବା ମହିଳା ପ୍ରାର୍ଥୀ ତଥା କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କୁ ସେ ପରାସ୍ତ କରିଥିଲେ । ନିର୍ବାଚନ ପରେ ଏହାକୁ ବିରୋଧ କରି ମହିଳା କୁସ୍ତି ଯୋଦ୍ଧା ତଥା ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ସନ୍ନ୍ୟାସ ଘୋଷଣା କରିଥିଲେ। ସେହିପରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ନିଜର ପଦକ ଫେରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶେଷରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ଭଙ୍ଗ କରିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ